ଦାୟିତ୍ୱରୁ ହଟିବ ଓରେଡା

ଯାଜପୁର ଅଫିସ,୧୧ା୨: ସୌରଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦାୟିତ୍ୱରୁ ଓରେଡା(ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି) ହଟିବ। ଏହି ପ୍ରକଳ୍ପରେ ଅନିୟମିତତା ଓ ପରିଚାଳନାଗତ ତ୍ରୁଟି ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ ଆସିବା ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏପରି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ସେହି ଦାୟିତ୍ୱ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌(ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ)ସଂସ୍ଥାକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟର ଗ୍ରାମାଞ୍ଚଳ ଲୋକଙ୍କୁ ସହଜରେ ଏବଂ ନିର୍ଦ୍ଧାରିତ ସମୟରେ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ସୌରଚାଳିତ ପାଇପ ଜଳଯୋଗାଣ ପ୍ରକଳ୍ପ ଯୋଜନା ଆରମ୍ଭ ହୋଇଥିଲା। ଓରେଡାକୁ ସେହି ଦାୟିତ୍ୱ ଦିଆଯାଇଥିଲା। ହେଲେ ପରିଚାଳନାଗତ ତ୍ରୁଟି ଓ ମରାମତି ଅଭାବରୁ ଅଧିକାଂଶ ପ୍ରକଳ୍ପ ଅଚଳ ହୋଇପଡ଼ିଥିଲା। ଏ ସଂକ୍ରାନ୍ତରେ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିବା ପରେ ରାଜ୍ୟର ସମସ୍ତ ଜିଲାର ସୌରଚାଳିତ ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ଆରଡବ୍ଲ୍ୟୁଏସ୍‌ଏସ୍‌କୁ ହସ୍ତାନ୍ତର କରିବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ନିର୍ଦ୍ଦେଶକ ବି. ପରମେଶ୍ୱରନ ଗତ ୨୯ ତାରିଖରେ ଓରେଡାର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଆରଡବ୍ଲ୍ୟୁଏସ୍‌ଏସ୍‌ର ସମସ୍ତ ଉଚ୍ଚପଦାଧିକାରୀଙ୍କୁ ମଧ୍ୟ ସୂଚନା ଦିଆଯାଇଛି। କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟଧାରା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଆରଡବ୍ଲ୍ୟୁଏସ୍‌ଏସ୍‌ର ଇଞ୍ଜିନିୟର-ଇନ୍‌-ଚିଫ୍‌ ଉଦ୍‌ବେଗ ପ୍ରକାଶ କରିବା ସହ ସମସ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ତୁରନ୍ତ ଓରେଡାଠାରୁ ହସ୍ତାନ୍ତର ହେବାକୁ ଥିବା ସୌରଚାଳିତ ପାଇପ ଜଳଯୋଗାଣ ପ୍ରକଳ୍ପର ସ୍ଥିତି ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଗତ ଡିସେମ୍ବରର ସିଆରସି(କଷ୍ଟମର ରିଲେସନଶିପ୍‌ ସେଣ୍ଟର)ର ରିପୋର୍ଟ ଅନୁଯାୟୀ ରାଜ୍ୟର ୭୩୯ଟି ନଳକୂପରେ ସୌରଚାଳିତ ପମ୍ପ ପ୍ରକଳ୍ପ ଅଚଳ ହୋଇପଡିଥିଲା। ଓରେଡା ଦ୍ୱାରା ପ୍ରକଳ୍ପ ପିଛା ୨.୮ ଲକ୍ଷରୁ ୪.୫୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ୨୦୧୩-୧୪ରୁ ୨୦୧୯-୨୦ ମଧ୍ୟରେ ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ଓରେଡା ଦ୍ୱାରା ପର୍ଯ୍ୟାୟକ୍ରମେ ୧୩,୨୧୯ଟି ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏଥିପାଇଁ ବିପୁଳ ଅର୍ଥ ଶ୍ରାଦ୍ଧ ହୋଇଥିବାବେଳେ ସେଗୁଡ଼ିକ ମଧ୍ୟରୁ ବହୁ ପ୍ରକଳ୍ପ ମାସେ ବି ତିଷ୍ଠି ପାରିଲା ନାହିଁ। ଏନେଇ ସବିଶେଷ ତଥ୍ୟଭିତ୍ତିକ ରିପୋର୍ଟ ଗତ ୧ା୧୨ା୨୦୨୦ ଏବଂ ୨୬ା୧୨ା୨୦୨୦ରେ ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହାପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଚେତା ପଶିଥିଲା। ଓରେଡାର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ରିପୋର୍ଟ ଅନୁସାରେ ୨୦୧୪ରେ ପ୍ରଥମ ପର୍ଯ୍ୟାୟରେ ୧୭୬୨ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୯୩୪ଟି ସୌରଚାଳିତ ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା, ଯାହା କି ଅଚଳ ହୋଇପଡିଛି। ପରବର୍ତ୍ତୀ ସମୟରେ ବସାଯାଇଥିବା ପ୍ରକଳ୍ପଗୁଡ଼ିକ ଅଚଳ ହୋଇ ପଡ଼ିଥିବାରୁ ଗ୍ରାମାଞ୍ଚଳରେ ସହଜରେ ଶୁଦ୍ଧ ପାନୀୟ ଜଳ ମିଳିବା କଷ୍ଟକର ବ୍ୟାପାର ହୋଇଛି। ତେଣୁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଦ୍ୱାରା ଏହି ପ୍ରକଳ୍ପଗୁଡ଼ିକର ପରିଚାଳନା ଓ ମରାମତିର ଆବଶ୍ୟକତା ରହିଛି ବୋଲି ନିର୍ଦ୍ଦେଶକ ପରମେଶ୍ୱରନ ଗୁରୁତ୍ୱାରୋପ କରିଛନ୍ତି। ଓରେଡା ଦାୟିତ୍ୱରେ ଥିବା ସମସ୍ତ ଅଚଳ ଓ ସଚଳ ସୌରଚାଳିତ ପ୍ରକଳ୍ପକୁ ପର୍ଯ୍ୟାୟକ୍ରମେ ଆରଡବ୍ଲ୍ୟୁଏସ୍‌ଏସ୍‌କୁ ହସ୍ତାନ୍ତର କରିବାକୁ ସେ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ସମୟସୀମା ମଧ୍ୟରେ ଅଚଳ ପ୍ରକଳ୍ପଗୁଡିକୁ ସଚଳ କରି ଓରେଡା ଦାୟିତ୍ୱ ହସ୍ତାନ୍ତର କରିବ। ୨୦୧୯ ଡିସେମ୍ବର ପରେ ପାଇଥିବା ଅନୁଦାନକୁ ଓରେଡା ନିଶ୍ଚିତ ଭାବେ ଫେରାଇବାକୁ ବ୍ୟବସ୍ଥା କରିବ ବୋଲି ନିର୍ଦ୍ଦେଶକ ପରମେଶ୍ୱରନ ତାଙ୍କ ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି।
ଏହି କ୍ରମରେ ଆରଡବ୍ଲ୍ୟୁଏସ୍‌ଏସ୍‌ର ଇଞ୍ଜିନିୟର-ଇନ୍‌-ଚିଫ୍‌ ଗତ ୯ା୨ା୨୦୨୧ ତାରିଖରେ ସମସ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଏନେଇ ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ସୌରଚାଳିତ ପ୍ରକଳ୍ପଗୁଡ଼ିକରେ ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରାଯାଇ ଅନୁଦାନର ସିଂହଭାଗ ଅର୍ଥ ମିଳିମିଶି ଲୁଟ୍‌ କରିଥିବାରୁ ଉକ୍ତ ପ୍ରକଳ୍ପ ଦ୍ୱାରା ଗ୍ରାମାଞ୍ଚଳ ଲୋକେ ଉପକୃତ ହୋଇପାରିନାହାନ୍ତି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri