Posted inଖେଳ

ଦ୍ୱିତୀୟ ଟେଷ୍ଟ: ଶ୍ରୀଲଙ୍କା ୩୮୧ରେ ଅଲ୍‌ଆଉଟ

ଗାଲେ,୨୪।୧(ଏପି): ସ୍ଥାନୀୟ ଗାଲେ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମ ଇନିଂସରେ ୧୩୯.୩ ଓଭରରେ ୩୮୧ ରନକରି ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଇଂଲଣ୍ଡ ଦୁଇ ଓପନରଙ୍କୁ ହରାଇ ପ୍ରାରମ୍ଭିକ ଝଟକା ଖାଇଥିଲା। ତେବେ ଅଧିନାୟକ ଜୋ ରୁଟ୍‌ ଓ ଜନୀ ବେୟାରଷ୍ଟୋଙ୍କ ଲଢୁଆ ବ୍ୟାଟିଂ ବଳରେ ସ୍ଥିତି ସମ୍ଭାଳିଛନ୍ତି। ଶନିବାର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ପ୍ରଥମ ଇନିଂସରେ ୩୦ ଓଭରରେ ୨ ଉଇକେଟ ହରାଇ ୯୮ ରନ ସଂଗ୍ରହ କରିଛି। ଫଳରେ ଇଂଲଣ୍ଡ ୮ ଉଇକେଟ ହାତରେ ଥାଇ ୨୮୩ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ରୁଟ୍‌ ୬୭ (୭୭ ବଲ, ୧୦ ଚୌକା) ଓ ବେୟାରଷ୍ଟୋ ୨୪ ରନକରି ଅପରାଜିତ ରହିଛନ୍ତି। ଦୁଇ ଓପନର ଜ୍ୟାକ କ୍ରଲି ୫ ଓ ଡୋମ୍‌ ସିବ୍‌ଲି ଖାତା ଖୋଲିବା ପୂର୍ବରୁ ସ୍ଲୋ ବାମହାତୀ ଅର୍ଥୋଡକ୍ସ ବୋଲର ଲାସିଥ ଏମ୍ବୁଲଡେନିୟାଙ୍କ ଦ୍ୱାରା ଆଉଟ ହୋଇଛନ୍ତି। କ୍ରଲି ଲାହିରୁ ଥିରିମାନେଙ୍କୁ କ୍ୟାଚ୍‌ ଦେଇଥିବା ବେଳେ ସିବ୍‌ଲି ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୨୯/୪ ରୁ ଖେଳ ଆରମ୍ଭ କରି ଶ୍ରୀଲଙ୍କା ଶନିବାର ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଆଞ୍ଜେଲୋ ମାଥ୍ୟୁସ ୧୦୭ ରନରୁ ଖେଳ ଆରମ୍ଭ କରି ଆଉ ମାତ୍ର ୩ ରନ ଅଧିକ ସଂଗ୍ରହ କରି ୧୧୦ ରନ କରି ଆଉଟ ହୋଇଥିଲେ। ତେବେ ଉଇକେଟକିପର ବ୍ୟାଟ୍ସମ୍ୟାନ ନିରୋଶାନ ଡିକ୍‌ଓ୍ବେଲା ୧୯ ରନରୁ ଖେଳ ଆରମ୍ଭ କରି ୯୨ ରନର ଲଢୁଆ ଇନିଂସ ଖେଳି ଆଉଟ ହୋଇଥିଲେ। ଦିଲରୁଓ୍ବାନ ପେରେରା ୬୭ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ରମେଶ ମେଣ୍ଡିସ୍‌ ଓ ସୁରଙ୍ଗା ଲାକମଲ ଖାତା ଖୋଲିପାରି ନ ଥିଲେ। ଅସିଥା ଫର୍ଣ୍ଣାଣ୍ଡୋ ବିନା ସ୍କୋରରେ ଅପରାଜିତ ରହିଥିଲେ। ସେହିପରି ଏମ୍ବୁଲଡେନିୟା ୭ ରନ କରି ଆଉଟ ହୋଇଥିଲେ। ପୂର୍ବରୁ ଅଧିନାୟକ ଦୀନେଶ ଚାଣ୍ଡିମଲ ୫୨ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେହିପରି ଓପନର ଲାହିରୁ ଥିରିମାନେ ଆଉଟ ହେବା ପୂର୍ବରୁ ୪୩ ରନ ସଂଗ୍ରହ କରିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଜେମ୍ସ ଆଣ୍ଡରସନ ସର୍ବାଧିକ ୬, ମାର୍କ ଉଡ୍‌ ୩, ସାମ କୁରାନ ୧ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ପ୍ରଥମ ଇନିଂସ- ୧୩୯.୩ ଓଭରରେ ୩୮୧ରେ ଅଲଆଉଟ
(ମାଥ୍ୟୁସ୍‌- ୧୧୦, ଡିକ୍‌ଓ୍ବେଲା- ୯୨, ଚାଣ୍ଡିମଲ- ୫୨, ପେରେରା- ୬୭, ଆଣ୍ଡରସନ- ୬/୪୦, ଉଡ- ୩/୮୪, ସାମ କୁରାନ- ୧/୬୦)।
ଇଂଲଣ୍ଡ ପ୍ରଥମ ଇନିଂସ- ୩୦ ଓଭରରେ ୯୮/୨
(ରୁଟ୍‌- ୬୭*, ବେୟାରଷ୍ଟୋ- ୨୪, ଏମ୍ବୁଲଡେନିୟା- ୨/୩୩)।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

‘ଇତିହାସ ହୋଇଯିବ କଂଗ୍ରେସ…ଯେମିତି ଔରଙ୍ଗଜେବ’, ମୋଦିଙ୍କୁ କବର ଦେବା ବୟାନକୁ ନେଇ ଭାଜପା କହିଲା…

ନୂଆଦିଲ୍ଲୀ,୧୫।୧୨: ରାଜଧାନୀ ଦିଲ୍ଲୀରେ ରବିବାର ‘ଭୋଟ ଚୋର, ଗଦ୍ଦି ଛିଡ଼’ ରାଲିରେ କଂଗ୍ରେସ ଭାଜପା ଉପରେ ଆକ୍ରମଣକୁ ତୀବ୍ର କରିଥିଲା, ଶାସକ ଦଳ ନେହେରୁ ପରିବାରକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri