ପ୍ରତିଦିନ ଗାଧୋଉଛନ୍ତି କି? ଶରୀରକୁ ପହଞ୍ଚିପାରେ ଏମିତି କ୍ଷତି

ଯେଉଁମାନେ ପ୍ରତିଦିନ ଗାଧୋଇବାକୁ ଭଲ ପାଆନ୍ତି ନାହିଁ, ସେମାନଙ୍କ ପାଇଁ ଖୁସି ଖବର। ଶୀତ ଦିନେ ପ୍ରତିଦିନ ଗାଧୋଇବା ଦ୍ୱାରା ଅନେକ କ୍ଷତି ହୋଇଥାଏ। ଅବଶ୍ୟ ଏଭଳି କଥା ଏକ ଗବେଷଣାରୁ ଜଣାପଡ଼ିଛି। ଚର୍ମ ବିଶେଷଜ୍ଞଙ୍କ କହିବାନୁଯାୟୀ, ପ୍ରତିଦିନ ଗାଧୋଇବା ଦ୍ୱାରା ଶରୀରର ଚର୍ମ ନଷ୍ଟ ହୋଇଯାଏ। ବିଶେଷକରି ଶୀତ ଋତୁରେ। ଏହି ଋତୁରେ ପ୍ରତିଦିନ ଗାଧୋଇବା ଦ୍ୱାରା ଚର୍ମ ଆଲର୍ଜି ଦେଖାଦେଇଥାଏ। କାରଣ ଏହା ଆବଶ୍ୟକତାଠାରୁ ଅଧିକ ଆର୍ଦ୍ରତା ପାଇଥାଏ।
ନିଜକୁ ସଫା କରିଥାଏ ଚର୍ମ: ଆମେରିକାର ଚର୍ମରୋଗ ବିଶେଷଜ୍ଞ ଡ.ରନେଲା କହିଛନ୍ତି, ଲୋକେ ମଇଳା ଯୋଗୁ ନୁହେଁ ବରଂ ସମାଜର ଚାପ ଯୋଗୁ ପ୍ରତିଦିନ ଗାଧୋଇଥାନ୍ତି। ଅନେକ ଗବେଷଣାରୁ ଏହା ପ୍ରମାଣିତ ହୋଇଛି ଯେ, ଶରୀରର ଚର୍ମ ନିଜକୁ ସଫା କରିବାର ଉତ୍ତମ କ୍ଷମତା ରହିଛି। ଯଦି ଆପଣ ପ୍ରତିଦିନ ଜିମ୍‌ ଯାଉ ନାହାନ୍ତି, ପ୍ରତିଦିନ ଝାଳ ବାହାରୁ ନାହିଁ, ଧୂଳି କିମ୍ବା କାଦୁଅରେ ରହୁ ନାହାନ୍ତି ତେବେ ପ୍ରତିଦିନ ଗାଧୋଇବାର ଆବଶ୍ୟକତା ନାହିଁ ବୋଲି ଡ.ରନେଲା କହିଛନ୍ତି।
ପ୍ରତିଦିନ ଗାଧୋଇବା ଦ୍ୱାରା ଶୁଷ୍କ ହୋଇଯାଏ ଚର୍ମ: ଶୀତ ଦିନେ ଗରମ ପାଣିରେ ଗାଧୋଇବା ଦ୍ୱାରା ଚର୍ମ ଶୁଷ୍କ ହୋଇଯାଏ। ତେଣୁ ଯଦି ପ୍ରତିଦିନ ଗାଧୋଇବାର ଅଛି ତେବେ ୧୦ ମିନିଟରୁ ଅଧିକ ସମୟ ସ୍ନାନ କରିବା ଅନୁଚିତ।
ଶରୀର ପାଇଁ ଆବଶ୍ୟକ କିଛି ଜୀବାଣୁ: ଜର୍ଜ ୱାଶିଂଟନ ୟୁନିଭର୍ସିିଟିର ସହକାରୀ ପ୍ରଫେସର ଡା. ସି ବ୍ରେଣ୍ଡନ ମିଚେଲ କହିଛନ୍ତି ଯେ, ସ୍ନାନ କରିବା ଦ୍ୱାରା ଚର୍ମର ପ୍ରାକୃତିକ ତୈଳାାଂ ଦୂର ହୋଇଥାଏ, ଯାହା ଭଲ ବ୍ୟାକ୍ଟେରିଆକୁ ବି ଦୂର କରିଥାଏ। ଏହି ଜୀବାଣୁ ପ୍ରତିରକ୍ଷା ପ୍ରଣାଳୀ ଦୃଢ କରିବାରେ ଏମାନଙ୍କର ଭୂମିକା ରହିଛିି । ତେଣୁ ଶୀତଦିନେ ସପ୍ତାହରେ ଦୁଇ ତିନି ଦିନ ଗାଧୋଇବା ଭଲ ବୋଲି ସେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri