ମମତାର ବନ୍ଧୁତ୍ୱ

ଏମିତି ଏକ ସମ୍ପର୍କ ଯେଉଁଠି ଥାଏ ଭଲପାଇବାର ଅଲିଖିତ ଚୁକ୍ତି। ଅନାବିଳ ପ୍ରେମ ଆଉ ଅଯାଚିତ ସ୍ନେହର ପ୍ରତିଶ୍ରୁତି। ଭରସା, ବିଶ୍ୱାସ ଆଉ ସ୍ନେହ ମମତାର ଡୋରିରେ ବନ୍ଧା ମା’ଝିଅଙ୍କ ସମ୍ପର୍କ। ହେଲେ ସମାଜର ଜଟିଳ ପରିସ୍ଥିତିରେ ଭୁଲଠିକ୍‌, ଭଲମନ୍ଦର ବିଚାର କରିବାବେଳେ ମାଆ ହିଁ ପାଲଟିଥାଏ ପଥ ପ୍ରଦର୍ଶକ ଆଉ ଦରଦୀ ବନ୍ଧୁ। ସାଙ୍ଗ ଭଳି ସବୁ ସୁଖଦୁଃଖ ବାଣ୍ଟି ସହଜରେ ନିଜେ ସବୁ ସମସ୍ୟା ସମାଧାନ କରିପାରେ…

ଏମିତି ଏକ ସମ୍ପର୍କ ଯେଉଁଠି ଥାଏ ଭଲପାଇବାର ଅଲିଖିତ ଚୁକ୍ତି। ଅନାବିଳ ପ୍ରେମ ଆଉ ଅଯାଚିତ ସ୍ନେହର ପ୍ରତିଶ୍ରୁତି। ଭରସା, ବିଶ୍ୱାସ ଆଉ ସ୍ନେହ ମମତାର ଡୋରିରେ ବନ୍ଧା ମା’ଝିଅଙ୍କ ସମ୍ପର୍କ। ହେଲେ ସମାଜର ଜଟିଳ ପରିସ୍ଥିତିରେ ଭୁଲଠିକ୍‌, ଭଲମନ୍ଦର ବିଚାର କରିବାବେଳେ ମାଆ ହିଁ ପାଲଟିଥାଏ ପଥ ପ୍ରଦର୍ଶକ ଆଉ ଦରଦୀ ବନ୍ଧୁ। ସାଙ୍ଗ ଭଳି ସବୁ ସୁଖଦୁଃଖ ବାଣ୍ଟି ସହଜରେ ନିଜେ ସବୁ ସମସ୍ୟା ସମାଧାନ କରିପାରେ…

ସାଙ୍ଗ ଭଳି: ମା, ଝିଅର ସମ୍ପର୍କ ଅନେକ କ୍ଷେତ୍ରରେ ହୋଇଥାଏ ବନ୍ଧୁ ଭଳି। ଝିଅଟିଏ ବଡ଼ ହେଲେ ବିଭିନ୍ନ ପରିସ୍ଥିତି ଦେଇ ଗତିକରେ। ଆଉ ଜୀବନର ଭିନ୍ନ ଭିନ୍ନ ମୋଡରେ ସେ ନିଜ ମନକଥା ଖୋଲି କହିପାରେ କେବଳ ମାଆକୁ। ତେଣୁ ନିଜର ଅତି ନିକଟତମ ବନ୍ଧୁ ଭଳି ସେ ମାଆ ପାଖରେ ସବୁକିଛି ଖୋଲି କହିପାରେ। ତେଣୁ ପ୍ରତି କ୍ଷେତ୍ରରେ ମାଆମାନେ ନିଜ ଝିଅ ସହିତ ସେଭଳି ଭାବରେ ମିଶିବା ଉଚିତ; ଯାହାଫଳରେ ଝିଅଟିଏ ପ୍ରତି ମୁହୂର୍ତ୍ତରେ ତା’ ମନ କଥା ଖୋଲି କହିପାରିବ।
ସମସ୍ୟାରୁ ମୁକ୍ତି ସହଜ: ମାଆ ଝିଅଙ୍କର ସମ୍ପର୍କ ବନ୍ଧୁଭଳି ହୋଇଥିଲେ ବହୁ ସମସ୍ୟାରୁ ମୁକ୍ତି ମିଳିଥାଏ। ଝିଅଟିଏ ବଡ଼ ହୋଇ କୌଣସି ଭୁଲ କାମ କରିବା ପୂର୍ବରୁ ମାଆ ତାକୁ ସଚେତନ କରାଇ ଭୁଲ୍‌ ସୁଧାରି ନେବାର ସୁଯୋଗ ଦେଇଥାଏ। ସେହିଭଳି ସମାଜରେ ପ୍ରତି ପାଦେ ପାଦେ କିଭଳି ବିପଦକୁ ଆଡ଼େଇ ନିଜକୁ ସୁରକ୍ଷିତ କରିହେବ ସେନେଇ ବି ମାଆର ପରାମର୍ଶ ଝିଅ ପାଇଁ ବରଦାନ ହୋଇଥାଏ। ସେହିପରି କୌଣସି ପ୍ରକାରର ଭୁଲ୍‌ କାମରେ ଯେଉଁଠି ବାହାର ବନ୍ଧୁମାନେ ଜାଣିପାରି ଫାଇଦା ନେବାକୁ ଚେଷ୍ଟା କରନ୍ତି ସେଠାରେ ମାଆଟିଏ ଢାଲ ଭଳି ଛିଡ଼ା ହୋଇ ଅଭୟ ପ୍ରଦାନ କରିଥାଏ। ମାଆ ଝିଅଙ୍କର ବନ୍ଧୁ ଭଳି ସମ୍ପର୍କ ରହିଲେ ଏମିତି ଅନେକ ସମସ୍ୟାର ସମାଧାନ ଠିକ୍‌ ସମୟରେ ହୋଇଯାଏ।
ଉପଯୁକ୍ତ ପରାମର୍ଶ:ନାରୀର ଅନେକ ରୂପ ଅଛି। କେତେବେଳେ ସେ କୁନି ଝିଅଟିଏ ହୋଇ ଗାଁ ଦାଣ୍ଡରେ ମୁକ୍ତ ବିହଙ୍ଗ ଭଳି ଉଡ଼ିବୁଲେ ତ କେବେ ଅନେକ କାଇଦା କଟକଣାରେ ତାକୁ ଚଳିବାକୁ ହୁଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଝିଅଟିଏ ଏମିତି ବିଭିନ୍ନ ପର୍ଯ୍ୟାୟରେ ସମ୍ପର୍କର ଡୋରି ସମ୍ଭାଳିଥାଏ। ହେଲେ ଏସବୁ ଭିତରେ ଠିକ୍‌ ଭୁଲ୍‌ର ନିଷ୍ପତ୍ତି ନେବାପାଇଁ ମାଆଙ୍କର ପରାମର୍ଶ ନିହାତି ଲୋଡ଼ା ହୋଇଥାଏ। ଆଉ ମାଆ ହିଁ ଝିଅର ଭବିଷ୍ୟତକୁ ସୁରକ୍ଷା ଦେବାପାଇଁ ଉପଯୁକ୍ତ ପରାମର୍ଶ ଦେଇଥାନ୍ତି।
ପଥ ପ୍ରଦର୍ଶକ: କଥାରେ ଅଛି ସତସଙ୍ଗ ଦ୍ୱାରା ହିଁ ମଣିଷ ଅନେକାଂଶରେ କୁମାର୍ଗରୁ ନିଜକୁ ରକ୍ଷା କରିପାରେ। ତେଣୁ ମାଆ ହିଁ ଝିଅ ପାଇଁ ପଥ ପ୍ରଦର୍ଶକ ହୋଇପାରନ୍ତି। ସମ୍ପର୍କ ବନ୍ଧୁ ଭଳି ହୋଇଥିଲେ ମାଆଟିଏ ତା’ ଝିଅ ପାଇଁ ପଥ ପ୍ରଦର୍ଶକ ହୋଇପାରନ୍ତି। ପ୍ରତି ମୁହୂର୍ତ୍ତରେ ସେ ଝିଅ ଜୀବନରେ ଘଟୁଥିବା ଘଟଣା ସମ୍ପର୍କରେ ଜାଣି ତାକୁ ରକ୍ଷା କରିବା ସହିତ ତା’ର ମାର୍ଗଦର୍ଶନ କରିପାରନ୍ତି।
ଏମାନେ ଯାହା କହନ୍ତି
ଝିଅ ମତେ ସବୁ କଥା କହେ : ପ୍ରେମଲତା ସାମଲ (ଗୃହିଣୀ, ବିକାଶ ନଗର, ବାଲେଶ୍ୱର)-ଝିଅ ମାମୁନ ସହିତ ମୋର ସାଙ୍ଗ ଭଳି ସମ୍ପର୍କ ଥିବାରୁ ସେ ମତେ ତା’ ଜୀବନରେ ଘଟୁଥିବା ସବୁ କଥା କହେ। ତେଣୁ ମୁଁ ଠିକ୍‌ ସମୟରେ ତାକୁ ସଜାଡ଼ି ନେବାର ସୁଯୋଗ ପାଏ। ପାଠ ପଢ଼ିବାବେଳେ ବି ମୋ ଝିଅ ମତେ ତା’ର ସବୁ ବନ୍ଧୁମାନଙ୍କ କଥା ଆଉ ସେମାନଙ୍କ ସହିତ ଯୁଆଡ଼େ ବି ବୁଲିବାକୁ ଯାଏ ସବୁକଥା କହେ। ତେଣୁ ମୋ ଝିଅ କିଛି ଭୁଲ୍‌ କାମ କରୁନି ବୋଲି ମୁଁ ନିଶ୍ଚିତ ରହେ। ଆଉ ଯଦି ବି ସେ କେବେ କୌଣସି ଭୁଲ୍‌ କାମ କରୁଥିବାର ମୁଁ ଆଭାସ ପାଇବ ମାତ୍ରେ ବିଳମ୍ବ ନ କରି ତାକୁ ସଚେତନ କରାଇ ଦିଏ। ତେଣୁ ସବୁ ମାଆମାନେ ଝିଅମାନଙ୍କ ସହିତ ଏମିତି ମିଶିବା ଉଚିତ ଯେମିତି କି ଝିଅଟିଏ ତା’ର ସବୁ କଥା କହିବା ପାଇଁ ସଙ୍କୋଚବୋଧ କରିବ ନାହିଁ।
କିଛି କଥା ଲୁଚାଇ ରଖିପାରେନି : ଲୁବନା ପଟ୍ଟନାୟକ (ଏମ୍‌ବିଏ ଛାତ୍ରୀ, ବଡ଼ଗଡ଼ ବ୍ରିଟ କଲୋନୀ, ଭୁବନେଶ୍ୱର)-ସ୍କୁଲରେ ପଢ଼ିବା ସମୟରୁ ସାଙ୍ଗମାନଙ୍କ ସହ ଝଗଡ଼ା ହେଉ କି ବୁଲିବାକୁ ଯିବାବେଳର କଥା ହେଉ ସବୁ କଥା ମୁଁ ମାମାକୁ କହିଥାଏ। ମୋର ସବୁ ସାଙ୍ଗ ଓ ତାଙ୍କ ସମ୍ପର୍କରେ ମାମା ଜାଣିଛି। ଏବେ କଲେଜରେ ବି ମୁଁ ଯେଉଁଠି ଯାହା କରେ ସବୁ ମାମାକୁ କହେ। ମାମା ମୋର ବେଷ୍ଟ ଫ୍ରେଣ୍ଡ। ମାମକୁ କିଛି କଥା ମୁଁ ଲୁଚାଇ ରଖିପାରେନି, ଆଉ ମାମା ବି ମତେ କେଉଁ କାମ କରିବା ଉଚିତ ନୁହେଁ କିମ୍ବା ମୁଁ କ’ଣ ଭୁଲ୍‌ କଲି ସେ ନେଇ ସଚେତନ କରାଇ ଦିଅନ୍ତି।
ମୋ ବେଷ୍ଟ ଫ୍ରେଣ୍ଡ : ଦେବଦର୍ଶିନୀ ସାମନ୍ତରାୟ (ରିସର୍ଚ୍ଚ ଆସୋସିଏଟ, ଆଇଆଇଏସ୍‌ସି, ବାଙ୍ଗାଲୋର)-ମୋ ମାମା ମୋର ବେଷ୍ଟ ଫ୍ରେଣ୍ଡ। ଯେତେ ଦୂରରେ ଥିଲେ ବି ମୁଁ ମାଆ ସହିତ ସବୁବେଳେ ଯୋଡ଼ି ହୋଇ ରହିଥାଏ। ତାକୁ ସବୁ କଥା କହିପାରେ। କିଛି ଜଟିଳ ପରିସ୍ଥିତି ଆସିବା ମାତ୍ରେ ମୋର ମାଆ କଥା ମନେପଡେ, ଆଉ ମୁଁ ତାକୁ ସାଙ୍ଗେ ସାଙ୍ଗେ ଫୋନ କରି କଥା ହେବା ପରେ ହିଁ ଶାନ୍ତି ପାଏ। ମାଆ ବିନା ମୁଁ କୌଣସି କାମରେ ସଫଳତା ାପଇବା କଥା ଭାବି ପାରେନି। – ସସ୍ମିତା ନାୟକ

 

ମାଆକୁ ହିଁ ଆଗୁଆ ପଦକ୍ଷେପ ନେବାକୁ ହେବ
– ପ୍ରଫେସର କଳ୍ପନା ସାହୁ
(ମନସ୍ତତ୍ତ୍ୱବିତ୍‌, ଜାଭିୟର ୟୁନିଭର୍ସିଟି, ଭୁବନେଶ୍ୱର)
ମାଆ ଝିଅଙ୍କର ସମ୍ପର୍କ ସବୁଠୁ ନିବିଡ଼ ସମ୍ପର୍କ। ଏହି ସମ୍ପର୍କ ବନ୍ଧୁତାର ରୂପ ନେବା ନିହାତି ଆବଶ୍ୟକ। ଝିଅ ସହିତ ଏଭଳି ଏକ ନିବିଡ଼ ବନ୍ଧନ ଗଢ଼ିବା ପାଇଁ ମାଆକୁ ହିଁ ପ୍ରସ୍ତୁତ ହେବାକୁ ପଡ଼ିବ। ମାଆମାନଙ୍କୁ ହିଁ ସେଭଳି ଭାବରେ ଝିଅ ସହିତ ଆରମ୍ଭରୁ ମିଶିବାକୁ ହେବ ଯେପରି ଝିଅଟି ବଡ଼ ହେବା ପରେ ବି ତାର ମନ କଥା ଖୋଲି କହିପାରିବ। ଝିଅ ସହିତ ମାଆର ସାଙ୍ଗ ଭଳି ସମ୍ପର୍କ ସୃଷ୍ଟି ହେଲେ ଝିଅ ଜୀବନ ଅନେକାଂଶରେ ସୁଧୁରିଯିବ। ମାଆର ଉଚିତ୍‌ ପରାମର୍ଶ ଝିଅ ପାଇଁ ସୁରକ୍ଷା କବଚ ଭଳି କାମ କରିବ। କାରଣ ଝିଅ ବଡ଼ ହେଲା ପରେ ପରିବାରର ଅନ୍ୟମାନଙ୍କ ତୁଳନାରେ ମାଆ ଆଗରେ ହିଁ ନିଜର ସବୁ ପ୍ରକାରର ସମସ୍ୟାକୁ ଖୋଲି କହିପାରେ। ଏହା ସହିତ ଝିଅଟିଏ ସବୁ କଥା କହିପାରିଲେ ମାଆ ତାକୁ ଭୁଲ ଠିକ୍‌ର ମାର୍ଗ ଦେଖାଇପାରିବ। ତେଣୁ ଝିଅଟି କିଛି ଭୁଲ କରିବା ଆଗରୁ ହିଁ ସଚେତନ ହୋଇ ଜୀବନକୁ ସୁନ୍ଦର କରି ଗଢ଼ି ତୋଳିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ

କର୍କଟ – ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ କର୍କଟ ରାଶିର ଲୋକଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇବ। ଆପଣଙ୍କ କ୍ୟାରିୟରରେ ଉନ୍ନତି ହେବ, ଏବଂ ଆପଣଙ୍କ ଆର୍ଥିକ...

ବୁଧଙ୍କ ବିରଳ ଗୋଚର; ବର୍ଷ ଶେଷରେ ମାଲାମାଲ ହୋଇଯିବେ ଏହି ରାଶି…

ଆସନ୍ତା ୨୯ ତାରିଖରେ ବୁଦ୍ଧିର ଦାତା ବୁଧ ଗୁରୁ ରାଶି ଧନୁରେ ପ୍ରବେଶ କରିବାକୁ ଯାଉଛନ୍ତି । ବୁଧଙ୍କ ଏହି ଗୋଚର ୨୦୨୫ ବର୍ଷ ଶେଷରେ...

ଶୀତଦିନେ ମୁହଁ ଘୋଡ଼ାଇ ଶୋଉଥିଲେ ସାବଧାନ! ଏହି ବ୍ୟକ୍ତିଙ୍କ ପାଇଁ ହୋଇପାରେ….

ନୂଆଦିଲ୍ଲୀ,୨୩।୧୨: ପ୍ରାୟତଃ, ଶୀତ ମାସରେ, ଆମେ ଶୋଇବା ସମୟରେ ଆମର ସମ୍ପୂର୍ଣ୍ଣ ମୁହଁକୁ କମ୍ବଳରେ ଘୋଡ଼ାଇ ରଖିଥାଉ କାରଣ ଏହା ଆମକୁ ଆରାମଦାୟକ ଏବଂ ଗରମ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

୨୦୨୬ରେ ଘଟିବାକୁ ଯାଉଛି ଏମିତି, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଜାଣିଲେ…

ନୂଆଦିଲ୍ଲୀ,୨୨।୧୨: ୨୦୨୫ ବର୍ଷ ଧୀରେ ଧୀରେ ଶେଷ ହେବାକୁ ଯାଉଛି, ଏବଂ ଲୋକମାନେ ନୂତନ ବର୍ଷ ୨୦୨୬କୁ ସ୍ବାଗତ କରିବାକୁ ଉତ୍ସାହିତ। ଦେଶ ଏବଂ ବିଶ୍ୱ...

ଶରୀରର ସୁରକ୍ଷା କବଚ : ଆଣ୍ଟିଅକ୍ସିଡାଣ୍ଟ

ଆଜିକାଲି ସ୍ବାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଆଣ୍ଟିଅକ୍ସିଡାଣ୍ଟ (Antioxidant) ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠେ: ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଆମ ଶରୀର...

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

ଲଡ୍ଡୁ ଗୋପାଳଙ୍କ ମୂର୍ତ୍ତି କେତେ ବଡ଼ ହେବା ଉଚିତ? ଜାଣନ୍ତୁ ଘରେ ରଖିବାର ୧୦ ନିୟମ…

ଲଡ୍ଡୁ ଗୋପାଳ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ବାଳ ସ୍ବରୂପ। ଘରେ ଲଡ୍ଡୁ ଗୋପାଳଙ୍କୁ ରଖିବା କେବଳ ପୂଜା ନୁହେଁ, ବରଂ ଏକ ବାଳକଙ୍କୁ ପରିବାରର ସଦସ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri