ପିଲାଙ୍କ ପାଇଁ

ଏବେ ବି କରୋନା ଲାଗି ଅଧିକାଂଶ ମା’ ସୁରକ୍ଷା ଦୃଷ୍ଟିରୁ ପିଲାଙ୍କୁ ବାହାର କିଣା ଖାଦ୍ୟ ଦେଉ ନାହାନ୍ତି। ଏମିତିରେ ପ୍ରତିଦିନ ପିଲାଙ୍କୁ ସେମାନଙ୍କର ମନପସନ୍ଦର ଖାଦ୍ୟ ଘରେ ପ୍ରସ୍ତୁତ କରି ଖୁଆଇବା ମା’ମାନଙ୍କ ଲାଗି ସାଜିଛି ଏକ ବଡ଼ ଚ୍ୟାଲେଞ୍ଜ। ତେବେ ଯଦିଓ ଏହା କଷ୍ଟ, ହେଲେ ଅସମ୍ଭବ ନୁହେଁ, କାରଣ ବର୍ତ୍ତମାନ ପ୍ରତ୍ୟେକ ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ଶିଖିବା ଲାଗି କୁକିଂ ଗୁରୁ
ସାଜିଛି ୟୁଟ୍ୟୁବ୍‌…

ପିଲାମାନଙ୍କୁ ସବୁବେଳେ ଦରକାର ଭଳିକି ଭଳି ଖାଦ୍ୟ। ରୁଟି, ଭାତ, ଡାଲି, ତରକାରି ଭଳି ପାରମ୍ପରିକ ଖାଦ୍ୟ ପରିବର୍ତ୍ତେ ସେମାନଙ୍କର ବେଶି ପସନ୍ଦ ଆଖିକୁ ଆକର୍ଷଣୀୟ ଦିଶୁଥିବା ତଥା ପାଟିକୁ ଅଧିକ ସ୍ବାଦିଷ୍ଟ ଲାଗୁଥିବା ରୋଲ୍‌, ଚାଓମିନ୍‌, ପିଜା, ବର୍ଗର ଆଦି। ତେବେ ଏଭଳି ଖାଦ୍ୟ ମାର୍କେଟ୍‌ରେ ଖୁବ୍‌ ସହଜରେ ମିଳିଯାଉଥିବାରୁ ଅଭିଭାବକମାନଙ୍କୁ ବି ପିଲାଙ୍କ ଡିମାଣ୍ଡ ପୂରଣ କରିବା ସହଜ। ହେଲେ ଦୀର୍ଘ କିଛି ମାସ ଧରି ଲାଗି ରହିଛି କରୋନା ଭୟ। ଯେଉଁଥିପାଇଁ ବର୍ତ୍ତମାନ ସୁଦ୍ଧା ବି ଅଧିକାଂଶ ମା’ ସୁରକ୍ଷା ଦୃଷ୍ଟିରୁ ପିଲାଙ୍କୁ ବାହାର କିଣା ଖାଦ୍ୟ ଦେଉ ନାହାନ୍ତି। ଏଣେ ପିଲାଙ୍କୁ ତାଙ୍କ ଡିମାଣ୍ଡ ଅନୁସାରେ ପ୍ରତିଦିନ ଭଳିକି ଭଳି ସ୍ବାଦିଷ୍ଟ ବ୍ୟଞ୍ଜନ ନ ଦେଲେ ସେମାନଙ୍କୁ ସମ୍ଭାଳିବା ଏକପ୍ରକାର ମୁସ୍କିଲ୍‌। ତା’ଛଡ଼ା ଏଭଳି ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ସମସ୍ତଙ୍କୁ ଜଣା ନ ଥିବାରୁ ପିଲାଙ୍କ ପାଇଁ ଏଭଳି ଖାଦ୍ୟ ପ୍ରସ୍ତୁତି କରିବା ମା’ମାନଙ୍କ ଲାଗି ପାଲଟିଛି ଚିନ୍ତାର କାରଣ। ହେଲେ ମା’ମାନଙ୍କର ଏହି ଟେନ୍‌ଶନ୍‌ ଦୂର କରିବାରେ ବର୍ତ୍ତମାନ ବେଶ୍‌ ସାହାଯ୍ୟ କରୁଛି ୟୁଟ୍ୟୁବ୍‌। ପିଲାଙ୍କ ମନ ପସନ୍ଦର ଯେକୌଣସି ଖାଦ୍ୟ ପ୍ରସ୍ତୁତ କରିବା ଲାଗି ଚାହିଁଲେ ସହଜରେ ଏହାର ପ୍ରସ୍ତୁତି ପ୍ରଣାଳୀ ଇଣ୍ଟରନେଟ୍‌ରୁ ତତ୍‌କ୍ଷଣାତ୍‌ ଶିଖିହୋଇପାରୁଛି। ଏଥିରେ ଫଟୋ ଓ ଭିଡ଼ିଓ ସହିତ ପୃଥିବୀର ବିଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ଜାଣି ହେଉଛି। ପ୍ରତିଷ୍ଠିତ ସେଫ୍‌ମାନଙ୍କ ରେସିପି ବୁକ୍‌ ଯେକୌଣସି ସମୟରେ ପଢି ହେଉଛି ଏବଂ ଡାଉନ୍‌ଲୋଡ୍‌ କରି ରଖିହେଉଛି କିମ୍ବା ପ୍ରିଣ୍ଟ ବାହାର କରି ପାଖରେ ରଖି ମଧ୍ୟ ହେଉଛି। ତା’ଛଡା ବର୍ତ୍ତମାନ ରୋଷେଇ ଭିଡିଓ ବିଶେଷ କରି ୟୁଟ୍ୟୁବ୍‌ ଭିଡିଓ ଦେଖି ରୋଷେଇ ଶିଖିବାର ସବୁଠୁ ଅଧିକ ଫାଇଦା ଉଠାଉଛନ୍ତି ମା’ମାନେ। ଏଥିରେ ଭିଜୁଆଲ୍‌ ସହ ଭଏସ୍‌ କମାଣ୍ଡ( ଇଂଲିଶ୍‌, ହିନ୍ଦୀ, ଓଡିଆ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ ଉପଲବ୍ଧ) ଥିବାରୁ ଶିଖିବା ଖୁବ୍‌ ସରଳ ହୋଇପାରୁଛି। କୁକିଙ୍ଗ୍‌ ୱିଥ୍‌ ଡଗ୍‌, ମଞ୍ଜୁଲାସ୍‌ କିଚେନ୍‌, ୟୁ ସକ୍‌ ଆଟ୍‌ କୁକିଙ୍ଗ୍‌, ସେଫ୍‌ ଷ୍ଟେପ୍ସ ଭଳି ଅନେକ ସବୁଠାରୁ ଅଧିକ ଲୋକପ୍ରିୟ କୁକିଙ୍ଗ୍‌ ଚ୍ୟାନେଲ୍‌ ରହିଛି। ସେହିପରି ସଞ୍ଜୀବ କପୁର, ରଜଥି ସାଇକୁମାର, ନିଶା ମଧୁଲିକା, ବିକାଶ ଖାନ୍ନା, ଶିଳ୍ପୀ, ସଞ୍ଚୟ ଥୁମାଙ୍କ ଭଳି ଅନେକ ଇଣ୍ଡିଆନ୍‌ ସେଫ୍‌ଙ୍କ କୁକିଙ୍ଗ୍‌ ଭିଡିଓରୁ ମଧ୍ୟ ପ୍ରତିଷ୍ଠିତ ସେଫ୍‌ମାନଙ୍କ କୁକିଙ୍ଗ୍‌ ରେସିପି ଭିଡିଓ ଦେଖିବା ସହ ଡାଉନ୍‌ଲୋଡ୍‌ କରି ପରବର୍ତ୍ତୀ ସମୟରେ ରେଫରେନ୍ସ ଲାଗି ରଖାଯାଇପାରୁଛି । କେବଳ ଏତିକି ନୁହେଁ, ବର୍ତ୍ତମାନ ଅନେକ ୟୁଟ୍ୟୁବର୍‌ ଏବଂ ଭ୍ଲଗରଙ୍କ ରୋଷେଇ ଶିକ୍ଷା ଭିଡ଼ିଓ ମା’ମାନଙ୍କ ଲାଗି ପାଲଟିଛି ଟେନଶନ୍‌ ଫ୍ରି ଫର୍ମୁଲା।

 

କ’ଣ କରନ୍ତି ଏମାନେ…
ଚ୍ୟାଲେଞ୍ଜଠୁ କମ୍‌ ନୁହେଁ
-ମିନାକ୍ଷୀ ବେହେରା(ଶିକ୍ଷୟିତ୍ରୀ, ରାଧାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ, କୁରୁଣ୍ଟି, କଟକ ) ଭଳିକି ଭଳି ସ୍ବାଦିଷ୍ଟ ବ୍ୟଞ୍ଜନ କାହାକୁ ବା ଭଲ ନ ଲାଗେ। ଆଉ ଯଦି ଛୋଟ ପିଲାଙ୍କ କଥା ଆସେ ତେବେ ସେମାନଙ୍କ ପସନ୍ଦ ଅନୁସାରେ ଖାଦ୍ୟ ଯୋଗାଇବା କୌଣସି ଚ୍ୟାଲେଞ୍ଜଠୁ କମ୍‌ ନୁହେଁ। କାରଣ ଟେଷ୍ଟ ପସନ୍ଦ ନ ଆସିଲେ ପିଲା ଏହାକୁ ଆଦୌ ଖାଇବେ ନାହିଁ। ତେଣୁ ବର୍ତ୍ତମାନ କରୋନା ଲାଗି ପିଲାଙ୍କୁ ବାହାର ଖାଦ୍ୟ ଦେଉ ନ ଥିବାରୁ ସେମାନଙ୍କର ବିଭିନ୍ନ ଖାଦ୍ୟର ଡିମାଣ୍ଡ ଘରେ ପୂରଣ କରିବାକୁ ପଡ଼ୁଛି। ଯେଉଁଥିପାଇଁ ମୁଁ ବିଭିନ୍ନ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ବିଶେଷ କରି ଇଣ୍ଡିଆନ୍‌ ଭ୍ଲଗ୍‌ର୍‌ଙ୍କ ଭିଡିଓ ଦେଖୁଛି। ଯଦିଓ ଏଥିରେ ପରିଶ୍ରମ ଅଧିକ ହେଉଛି ହେଲେ ପିଲାଙ୍କୁ ଘରେ ହେଲ୍‌ଦି ଖାଦ୍ୟ ପ୍ରସ୍ତୁତ କରି ଖୁଆଇପାରୁଥିବାରୁ ଖୁସି ଲାଗୁଛି।
ୟୁଟ୍ୟୁବ୍‌ ସାଜିଛି ଗୁରୁ
-ସଞ୍ଜୁକ୍ତା ପାଣ୍ଡେ(ଗୃହଣୀ, ବାଲିଆପଣ୍ଡା, ଭୁବନେଶ୍ୱର)
ଛୋଟ ପିଲାଙ୍କୁ ସବୁବେଳେ ମାର୍କେଟ୍‌ରେ ମିଳୁଥିବା ନୂଆ ନୂଆ ଖାଦ୍ୟ ପସନ୍ଦ। ହେଲେ ବର୍ତ୍ତମାନ ବାହାର ଖାଦ୍ୟ ଦେବାକୁ ଭୟ ଲାଗୁଛି। ତେଣୁ ଝିଅ ପାଇଁ ଘରେ ହିଁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରୁଛି। ଏସବୁ ଖାଦ୍ୟ ଶିଖିବା ଲାଗି ୟୁଟ୍ୟୁବ୍‌ ମୋର ଟେକ୍‌ ଗୁରୁ ସାଜିଛି। ସେ ଯାହା ଖାଇବାକୁ ଡିମାଣ୍ଡ କରୁଛି, ତାହା କିଭଳି ଅଳ୍ପ ତେଲ ମସଲାରେ ପ୍ରସ୍ତୁତ ହୋଇପାରିବ ସେଥିପାଇଁ ଏକାଧିକ ସେଫ୍‌ଙ୍କ ଭିଡିଓ ଦେଖିଥାଏ।
ଏକାଧିକ ରେସିପି ଶିଖିବା ହେଉଛି ସହଜ
-ସ୍ମିତା ମହାପାତ୍ର(ଗୃହିଣୀ, ଓଲ୍ଡଟାଉନ୍‌, ଭୁବନେଶ୍ୱର)
ପୂର୍ବରୁ ପିଲାମାନେ ମଝିରେ ମଝିରେ ଟିଫିନ୍‌ ଷ୍ଟଲ୍‌, ଫୁଡ଼୍‌ ଷ୍ଟଲ୍‌, ହୋଟେଲ୍‌ କିମ୍ବା ରେଷ୍ଟୁରାଣ୍ଟ ଯାଇ ବିଭିନ୍ନ ପ୍ରକାର ଖାଦ୍ୟ ଖାଉଥିଲେ। ହେଲେ ବର୍ତ୍ତମାନ କରୋନା ଲାଗି ବାହାର ଖାଦ୍ୟ ଦେଉନାହିଁ। ତେବେ ଏଭଳି ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ଜଣା ନ ଥିବା ବେଳେ ଏହାକୁ ଘରେ ଠିକ୍‌ ଭାଗମାପରେ ସମସ୍ତ ସାମଗ୍ରୀ ବ୍ୟବହାର କରି ପ୍ରସ୍ତୁତ କରିବା ଆଉ ସେହିଭଳି ସ୍ବାଦ ପାଇବା ମୋ ପାଇଁ ପ୍ରଥମେ ଚିନ୍ତାର କାରଣ ସାଜିଥିଲା। ହେଲେ ବର୍ତ୍ତମାନର ଟେକ୍ନିକାଲ୍‌ ଯୁଗରେ ସେ ଅସୁବିଧା ନାହିଁ। କାରଣ ଇଣ୍ଟରନେଟ୍‌ରୁ ପ୍ରତ୍ୟେକ ଆଇଟମ୍‌ର ରେସିପି ସହଜରେ ମିଳିଯାଉଛି। ୟୁଟ୍ୟୁବ୍‌ରୁ ଭିଡିଓରେ ଭିଜୁଆଲ୍‌ ସହ ଆଞ୍ଚଳିକ ଭାଷାରେ ଭଏସ୍‌ କମାଣ୍ଡ ଥିବା ଭିଡିଓ ଦେଖି ନିଜେ ରାନ୍ଧିବା ସହଜ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri