ମିଳିଲା ଦ୍ୱିତୀୟ ପର୍ଯ୍ୟାୟ ସୁଇସ୍‌ ଆକାଉଣ୍ଟ ତଥ୍ୟ

ମୁମ୍ବାଇ: ଭାରତ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ସୁଇସ୍‌ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଲାଭ କରିଛି। ଟିକସ ସମ୍ପର୍କିତ ସୂଚନା ଆଦାନ ପ୍ରଦାନ ଲାଗି ଭାରତ ଏବଂ ସୁଇଜରଲାଣ୍ଡ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନ୍ତର୍ଗତ ଏଭଳି ସୂଚନା ମିଳିଛି। କଳାଟଙ୍କା ବିରୋଧୀ ଲଢ଼େଇରେ ଏହା ଏକ ମାଇଲଖୁଣ୍ଟ ବୋଲି କୁହାଯାଏ। ଭାରତ ସମେତ ୮୬ ଦେଶକୁ ସୁଇଜରଲାଣ୍ଡର ଫେଡେରାଲ ଟାସ୍କ ଆଡମିନିଷ୍ଟ୍ରେଶନ(ଏଫ୍‌ଟିଏ) ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ସୂଚନା ପ୍ରଦାନ କରିଛି। ପ୍ରଥମ ପର୍ଯ୍ୟାୟ ଡାଟା ଭାରତ ସରକାର ୨୦୧୯ ସେପ୍ଟେମ୍ବରରେ ଲାଭ କରିଥିଲେ। ମୋଟ ୮୬ ଦେଶର ୩୧ ଲକ୍ଷ ଫାଇନାନ୍ସିଆଲ ଆକାଉଣ୍ଟ ତଥ୍ୟ ସୁଇସ କର୍ତ୍ତୃପକ୍ଷ ପ୍ରଦାନ କରିଛନ୍ତି। ଗତ ଗୋଟିଏ ବର୍ଷ ମଧ୍ୟରେ ଭାରତ ସରକାରଙ୍କ ଅନୁରୋଧକ୍ରମେ ୧୦୦ ଭାରତୀୟଙ୍କ ସୁଇସ ବ୍ୟାଙ୍କର ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ଟିକସ ମାମଲାରେ ଏହି ତଥ୍ୟ ପ୍ରଦାନ କରାଯାଇଥିଲା। ଏହା ପୁରୁଣା ଆକାଉଣ୍ଟ ତଥ୍ୟ ହୋଇଥିବା ବେଳେ ଆକାଉଣ୍ଟଗୁଡିକ ୨୦୧୮ ପୂର୍ବରୁ ବନ୍ଦ ହୋଇସାରିଛି। ନୂଆ ଆଇନ କେବଳ ଚାଲୁ ରହିଥିବା ଆକାଉଣ୍ଟ କିମ୍ବା ୨୦୧୮ ମଧ୍ୟରେ ବନ୍ଦ ହୋଇଥିବା ଆକାଉଣ୍ଟ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଛି। ପାନାମା ପେପର୍ସରେ ମଧ୍ୟ ଭାରତୀୟଙ୍କ ଆକାଉଣ୍ଟ ତଥ୍ୟ ନେଇ ସୂଚନା ସାମ୍ନାକୁ ଆସିଥିଲା। ଭାରତୀୟମାନେ କେତେ ସଂଖ୍ୟକ ଆକାଉଣ୍ଟ ସୁଇସ୍‌ ବ୍ୟାଙ୍କରେ ରଖିଛନ୍ତି ଏବଂ କେତେ ଅର୍ଥ ରହିଛି ବୋଲି ଏକ ପ୍ରଶ୍ନର ଉତ୍ତର ଲୋଡାଯାଇଥିବା ବେଳେ ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ଏ ନେଇ କିଛି କହିବାକୁ ମନା କରିଦେଇଛନ୍ତି। ବିଶେଷକରି ଟିକସ ସଂକ୍ରାନ୍ତ ମାମଲାଗୁଡିକରେ ସୂଚନା ଆଦାନ ପ୍ରଦାନ ନିୟମ ରହିଥିବା ବେଳେ ଏହା ସରକାରୀ ସ୍ତରରେ ହସ୍ତାନ୍ତର ହୋଇଥାଏ ବୋଲି ଅଧିକାରୀ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri