୨ ବଲରେ ୨୭ ରନ ବ୍ୟୟ କଲେ ଏହି ବୋଲର୍‌

ଶାରଜା, ୨୩।୯: ଶାରଜା, ୨୩।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୧୩ତମ ସଂସ୍କରଣର ୪ର୍ଥ ମୁକାବିଲାରେ ମଙ୍ଗଳବାର ଗତଥରର ରନର୍ସଅପ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଛକାର ବର୍ଷା ଦେଖିବାକୁ ମିଳିଥିଲା। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରାଜସ୍ଥାନ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ୍‌ ହରାଇ ୨୧୬ ରନ୍‌ ସଂଗ୍ରହ କରିଥିଲା। ଜବାବରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ୨୦ ଓଭରରେ ୫ ଉଇକେଟ୍‌ ହରାଇ ୨୦୦ ରନ୍‌ କରିପାରିଥିଲା। ତେବେ ଏହି ମ୍ୟାଚ୍‌ରେ ଚେନ୍ନାଇ ହାରିବାର କାରଣ ଲୁନ୍‌ଗୀ ଏନ୍‌ଗିଡି ରହିଥିଲେ। ସେ ନିଜ କୋଟାର ଅନ୍ତିମ ତଥା ୪ର୍ଥ ଓଭରରେ ମାତ୍ର ୨ଟି ବଲରେ ୨୭ ରନ୍‌ ବ୍ୟୟ କରିଥିଲେ।
ବ୍ୟାଟିଂ କରିଥିବା ରାଜସ୍ଥାନ ୧୯ ଓଭର ସୁଦ୍ଧା ୭ ଉଇକେଟ୍‌ ହରାଇ ୧୮୭ ରନ୍‌ କରିଥିଲା। ଅନ୍ତିମ ଓଭର ବଳକା ଥିବାରୁ ଦଳ ୨୦୦ ରନ୍‌ ଛୁଇଁପାରିବା ନେଇ ଆଶଙ୍କା ରହିଥିଲା। ଅଧିନାୟକ ଧୋନୀ ଏହି ସମୟରେ ଅନ୍ତିମ ଓଭର ବୋଲିଂ ଲାଗି ଏନ୍‌ଗିଡିଙ୍କ ଉପରେ ଭରସା କରିଥିଲେ। ଏହି ଦକ୍ଷିଣ ଆଫ୍ରିକା ବୋଲର ନିଜର ପୂର୍ବ ୩ ଓଭରରେ ୨୫ ରନ୍‌ ବ୍ୟୟ କରିଥିବାରୁ ଧୋନୀ ତାଙ୍କୁ ୨୦ତମ ଓଭର ବୋଲିଂ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ।

ତେବେ ଏନ୍‌ଗିଡିଙ୍କ ପ୍ରଥମ ବଲ୍‌କୁ ରାଜସ୍ଥାନ ବ୍ୟାଟ୍ସମ୍ୟାନ ଜୋଫ୍ରା ଆର୍ଚର ୬ ମାରିଥିଲେ। ସେହିଭଳି ଆର୍ଚରଙ୍କ ୨ୟ ବଲ୍‌କୁ ମଧ୍ୟ ଜୋଫ୍ରା ଛକା ମାରି ବାଉଣ୍ଡରୀ ପାର୍‌ କରାଇଥିଲେ। ଏହାପରେ ଏନ୍‌ଗିଡ଼ି ଲଗାତର ୨ଟି ନୋ ବଲ୍‌ ପକାଇଥିଲେ। ଆର୍ଚର ମଧ୍ୟ ଏହାର ଭରପୂର ଫାଇଦା ଉଠାଇ ୨ଟି ଛକା ହାସଲ କରିଥିଲେ। ଏହାପରେ ଏନ୍‌ଗିଡି ଏକ ଓ୍ବାଇଡ୍‌ ବଲ ପକାଇଥିଲେ। ଫଳରେ ଏହିଭଳି ଭାବେ ସେ ନିଜର ପ୍ରଥମ ୨ଟି ବଲରେ ୨୭ ରନ୍‌ ବ୍ୟୟ କରିଥିଲେ। ଲୁନ୍‌ଗୀଙ୍କ ପରବର୍ତ୍ତୀ ୪ ବଲ୍‌ରୁ ୩ ରନ୍‌ ସଂଗୃହିତ ହୋଇଥିଲା। ଫଳରେ ଏହି ଓଭରରେ ରାଜସ୍ଥାନ ୩୦ ରନ୍‌ ସଂଗ୍ରହ କରିପାରିଥିଲା। ଏଥିସହ ଏନ୍‌ଗିଡି ଆଇପିଏଲ୍‌ ଇତିହାସରେ ୨୦ତମ ଓଭରରେ ସର୍ବାଧିକ ରନ୍‌ ବ୍ୟୟ କରିଥିବା ବୋଲର ଭାବେ ଅଶୋକ ଦିଣ୍ଡାଙ୍କ ସହ ସାମିଲ ହୋଇଛନ୍ତି। ଦିଣ୍ଡା ୨୦୧୭ରେ ୨୦ତମ ଓଭର ବୋଲିଂ କରୁଥିବାବେଳେ ୩୦ ରନ୍‌ ବ୍ୟୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri