ଭୁବନେଶ୍ୱର,୨୮ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୮ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫୬କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗଞ୍ଜାମ ଏବଂ ଖୋର୍ଦ୍ଧାରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ରାୟଗଡ଼ା, ବଲାଙ୍ଗୀର, ବରଗଡ଼ ଏବଂ ଭଦ୍ରକରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪,୬୬୮ରେ ପହଞ୍ଚିଥିବା ବେଳେ ୬୫,୩୨୩ ଜଣ ସୁସ୍ଥ ହୋଇଛନ୍ତି। ୨୬,୮୩୬ ଜଣ ଚିକିତ୍ସିତ ହେଉଛନ୍ତି। ୪୫୬ ଜଣଙ୍କ ମୃତ୍ୟୁ ଘଟିଛି।


