ଖାଦ୍ୟ ପାଇଁ ଡାଏରୀ

ନୀରୋଗ ହେବା ଲାଗି ଓଜନକୁ ନିୟନ୍ତ୍ରଣରେ ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ।  ତେଣୁ କେଉଁ ସମୟରେ କ’ଣ କ’ଣ ଖାଇଲେ ଏବଂ ସେଥିରୁ ଶରୀରକୁ କେତେ କ୍ୟାଲୋରି ମିଳିଲା ସେସବୁର ହିସାବ ଏକ ଡାଏରୀରେ ଲେଖି ରଖିବା ଦ୍ୱାରା ଓଜନ କମାଇବାର ଦୃଢ଼ ଇଚ୍ଛାଶକ୍ତି ନିଜ ଜିଭ ଓ ସ୍ବାଦଗ୍ରନ୍ଥି ଉପରେ ବହୁ କଟକଣା ଲଗାଇବାରେ ସହାୟକ ହେବ। ଆଉ ଏକ ସୁସ୍ଥ ଜୀବନ ବିତାଇବାରେ
ସହାୟକ ହେବ ଏଥିରେ ସନ୍ଦେହ ନାହିଁ…

ଡାଏରୀର ଅନ୍ୟନାମ ଦିନ ଲିପି । ଗୋଟିଏ ଉଜ୍ଜ୍ୱଳ ସକାଳର ଅମୃତମୟ ମୁହୂର୍ତ୍ତରୁ ସାୟାହ୍ନ ତଥା ରାତିରେ ଶୋଇବା ଯାଏ ପ୍ରତିଟି ସୁଖ, ଦୁଃଖ, ହସ, କାନ୍ଦ, ଘଟଣା, ଦୁର୍ଘଟଣା, ରାଗ, ଅନୁରାଗ ତଥା ମାନ ଅଭିମାନର କାହାଣୀ କୁହେ ଡାଏରୀ । ଆହୁରି ପୁଣି ସେଥିରେ କେତେବେଳେ ଲିପିବଦ୍ଧ ହୁଏ ସାୟରି ତ କେତେବେଳେ କବିତାର ଛନ୍ଦ ଓ ଗଳ୍ପର ଶବ୍ଦରେ ପୂରିଯାଏ ଡାଏରୀର ପୃଷ୍ଠା । କିନ୍ତୁ ଦିନ ଲିପି ନୁହେଁ ଏବେ ସମୟ ଆସିଯାଇଛି ଡାଏରୀର ପ୍ରତ୍ୟେକ ଶୂନ୍ୟସ୍ଥାନକୁ ପୂର୍ଣ୍ଣ କରିବ ଖାଦ୍ୟ ଓ କ୍ୟାଲୋରି । ଏବେ ଡାଏରୀର ପ୍ରତ୍ୟେକ ପୃଷ୍ଠାରେ ଲେଖାହେବ ରସଗୋଲା, ଆଇସ୍‌କ୍ରିମ୍‌, ଗୁପ୍‌ଚୁପ୍‌, ମୃଦ୍ୟୁପାନୀୟ, ମ୍ୟାଗି, ବଟର ଚିକେନ୍‌, ମାଛ, ଅଣ୍ଡା, ନୁଡଲ୍‌ସ ତଥା ଛଣାଛଣି ଆଦି ପ୍ରତ୍ୟେକ ଖାଦ୍ୟର ତାଲିକା, କେତେବେଳେ ଏବଂ କେତେ କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଇଲେ ତାହାର କ୍ୟାଲୋରିର ହିସାବ। କାରଣ ମେଦବହୁଳତାକୁ ନିୟନ୍ତ୍ରଣରେ ରଖିବାର ଏହା ସବୁଠୁ ଭଲ ଉପାୟ।
ଆଜିକାଲି ସାରା ପୃଥିବୀରେ ପୃଥୁଳକାୟ ବ୍ୟକ୍ତି ବା ମୋଟା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦେହରେ ଆବଶ୍ୟକତାଠାରୁ ବେଶି ଚର୍ବି ଜମିଗଲେ ଏବଂ ତଦ୍ଦ୍ବାରା ଓଜନ ବଢିଗ଼ଲେ ଏହାକୁ ପୃଥୁଳକାୟତା ବା ‘ଓବେସିଟି’ କୁହାଯାଏ। ପୃଥିବୀରେ ପ୍ରାୟ ଲକ୍ଷ ଲକ୍ଷ ଲୋକଙ୍କର ଓଜନ ନିଜ ଉପଯୁକ୍ତ ଓଜନଠାରୁ ବେଶି, ଯାହାଦ୍ୱାରା ଅଳ୍ପ ବୟସରେ ମଧ୍ୟ ଅନେକଗୁଡ଼ିଏ ରୋଗର ଶିକାର ହେବାକୁ ପଡ଼ିଥାଏ ।
ମୋଟା ହେବାର କାରଣଗୁଡ଼ିକ ହେଲା: ନିଜ ଆବଶ୍ୟକତାଠାରୁ ବେଶି ଖାଇବା ବା ଓଭର୍‌ ଇଟିଂ, ଭୋକ ନ ଥାଇ ଖାଇବା, ବେଶି ଛଣାଛଣି ଓ ତେଲ, ଘିଅ ଆଦି ଖାଦ୍ୟ ଖାଇବା, ମଧୁମେହ ଓ ଥାଇରଏଡ୍‌ ରୋଗ ଦ୍ୱାରା ଆକ୍ରାନ୍ତ ହେବା ଏବଂ ଅନେକ ମହିଳା ପ୍ରସବ ପରେ ପରେ ମୋଟା ହୋଇଯିବାର ଆଶଙ୍କା ଥାଏ । ତା’ଛଡା ଆଜିକାଲି ଅଧିକାଂଶ ଲୋକ ଦୀର୍ଘ ସମୟ ଧରି କମ୍ପ୍ୟୁଟର୍‌ରେ କାମ କରୁଥିବାରୁ କ୍ୟାଲୋରି ଖର୍ଚ୍ଚ ନ ହୋଇ ବଢ଼ିଯାଇଥାଏ, ଯାହା କି ମୋଟା ହେବାର ଏକ ବଡ କାରଣ । ତେବେ ସାରା ଦେହର ଚର୍ବି ଅପେକ୍ଷା ପେଟ ଓ ଅଣ୍ଟାରେ ଚର୍ବି ଲାଗିବା ବେଶି ବିପଜ୍ଜନକ । ଅଣ୍ଟାରେ ଚର୍ବି ଲାଗିବା ହିଁ ସାରା ଦେହ ମୋଟା ହେବାର ପରିଚାୟକ । ଏହି ବଡ଼ିମାସ୍‌ ଇଣ୍ଡେକ୍ସ ଦ୍ୱାରା ସାରା ଦେହର ଚର୍ବିର ପରିମାଣ ମଧ୍ୟ ଜଣାପଡ଼େ ।
ଓଜନ ନିୟନ୍ତ୍ରଣର ଉପାୟ: – ମାନସିକ ଅବସାଦ ବା ଷ୍ଟ୍ରେସ୍‌ ସମୟରେ ବେଶି ଖାଦ୍ୟ ଖାଇ ହୋଇଯାଏ, ତେଣୁ ଖାଇବା ବେଳେ ଷ୍ଟ୍ରେସ୍‌ ଏଡ଼ାଇ କମ୍‌ ଖାଇବା ଆବଶ୍ୟକ। ତରଳି ଯିବ ଓ ପୃଥୁଳତା କମିଯିବ ।
– ଫିଟ୍‌ ରହିବା ଲାଗି ଆମିଷ ଆହାର ଅପେକ୍ଷା ନିରାମିଷ ଆହାର ଉତ୍ତମ। ମନେରଖନ୍ତୁ ନିରାମିଷ ଆହାରର ୮୦ ଭାଗ ତଟକା ଫଳ ତଥା ସଜ ପନିପରିବା (ତନ୍ତୁଯୁକ୍ତ ଖାଦ୍ୟ) ହେବା ଆବଶ୍ୟକ।
– ମଇଦା ଓ ଛଣାଛଣି ଖାଦ୍ୟରୁ ଦୂରେଇ ରହିବା ଦରକାର।
– ପ୍ରତ୍ୟେକ ଦିନ ସିଝା ଖାଦ୍ୟ, କମ୍‌ ଶ୍ୱେତସାର ଖାଦ୍ୟ ଓ କମ୍‌ ଲୁଣ ଖାଇବା ଭଲ ।
– ଦୁଇଟି ମୁଖ୍ୟ ଖାଦ୍ୟ ମଧ୍ୟରେ ଛଣାଛଣି ଖାଦ୍ୟ ଖାଇବା ଉଚିତ ନୁହେଁ ।
– ଯଥା ସମ୍ଭବ ଶୋଇବାର ୨-୩ ଘଣ୍ଟା ଆଗରୁ ହାଲୁକା ରାତ୍ରିଭୋଜନ କରିନେବା ଭଲ।
– ଟିଣରେ ବିକ୍ରି କରାଯାଉଥିବା ଖାଦ୍ୟ ଖାଇବା ଉଚିତ ନୁହେଁ (ଟିନ୍‌ଡ଼ ଏଣ୍ଡ୍‌ ପ୍ରିଜରଭଡ଼ ଫୁଡ଼)।
– ଖାଦ୍ୟକୁ ବେଶି ସମୟ ଚୋବାଇ ଖାଇବା ଦରକାର। ପ୍ରତିଦିନ ପଇଡ଼ପାଣି ପିଇବା ଭଲ । ଏହାଛଡ଼ା ସପ୍ତାହରେ ଦିନଟିଏ ଉପବାସ ରହିବା ଭଲ ।
– ଚା, କଫି, ମୃଦୁପାନୀୟ ଏବଂ ମଦ୍ୟପାନ ଯେତେଦୂର ସମ୍ଭବ ପରିହାର କରିବା ଆବଶ୍ୟକ।
– ସକାଳେ ଓ ସନ୍ଧ୍ୟାରେ ଚାଲିବା ତଥା ବ୍ୟାୟାମ କଲେ ଭଲ ଫଳ ମିଳେ ।
ଡାଏରୀରେ କେତୋଟି ସାଧାରଣ ଖାଦ୍ୟର କ୍ୟାଲୋରି ମାତ୍ରା ନ ଜାଣିଲେ, ଡାଏଟିଂ ହୁଏ ନାହିଁ । ସାଧାରଣତଃ ଉପବାସ ବେଳେ ଅନେକେ ଭାତ ନ ଖାଇ ଛଣାହୋଇଥିବା ପୁରି, ଆଳୁ ପରଟା ଆଦି ଖାଇ ଦିଅନ୍ତି । ଜଳଖିଆରେ ସିଙ୍ଗଡ଼ା, ବରା, ଆଳୁଚପ୍‌, ଆଇସ୍‌କ୍ରିମ୍‌, ମିଠା ଆଦି ମଧ୍ୟ ଖାଇବାକୁ ଦ୍ୱିଧା କରନ୍ତି ନାହିଁ ।
କିନ୍ତୁ ପୁରିରେ ୨୦୦ କ୍ୟାଲୋରି, ସିଙ୍ଗଡ଼ା, ବରା, ଆଳୁଚପ୍‌ରେ ୨୦୦-୨୫୦ କ୍ୟାଲୋରି, ଆଳୁ ପରଟା ୨୫୦-୩୦୦ କ୍ୟାଲୋରି ଓ ଆଇସ୍‌କ୍ରମି୍‌ରେ ମଧ୍ୟ ୩୦୦ କ୍ୟାଲୋରିରୁ ଅଧିକା ଥାଏ । ଚାଲୁ ଚା’ରେ ୪୦ କ୍ୟାଲୋରି କିନ୍ତୁ ମସଲା ଚା’ରେ ୧୨୦ କ୍ୟାଲୋରି ଥାଏ, ଫଳରେ ମଧ୍ୟ କଦଳୀ ଛଡ଼ା ଅଳ୍ପ କ୍ୟାଲୋରି ଥାଏ ।
ତେବେ ଇଣ୍ଟର୍‌ନେଟ୍‌ରୁ କ୍ୟାଲୋରି ଚାର୍ଟ ବାହାର କରି ପ୍ରତ୍ୟେକ ଖାଦ୍ୟ ପଦାର୍ଥର କ୍ୟାଲୋରି ବିଷୟରେ ଜାଣିବା ଦରକାର ।
କମ୍‌ କ୍ୟାଲୋରି ଗ୍ରହଣ କରିବାକୁ ଚାହୁଁଥିଲେ ଖାଦ୍ୟ ତାଲିକାରେ ପ୍ରଚୁର ପରିମାଣରେ ସାଲାଡ୍‌ ଖାଇବା ଦରକାର। ଭାତ ଓ ମିଠା ବଦଳରେ ରୁଟି ଖାଇବା ଅପେକ୍ଷାକୃତ ଭଲ। ଫିଟ୍‌ ରହିବା ଲାଗି ଭାବି ଚିନ୍ତି ଫୁଡ଼୍‌ ଚଏସ୍‌ କରି ଖାଇବା ଆବଶ୍ୟକ। ଏହାଛଡ଼ା ସାଇକ୍ଲିଂ, ପହଁରା, ନୃତ୍ୟ ଓ ଦୌଡ଼ାଦୌଡ଼ି କଲେ ଭଲ । ଯୋଗ ଓ ପ୍ରାଣାୟାମ ତଥା ଧ୍ୟାନ ମଧ୍ୟ ମେଦବହୁଳତା କମାଇବାରେ ସାହାଯ୍ୟ କରେ । କେତେ କ୍ୟାଲୋରିର ଖାଦ୍ୟ, କେଉଁ ପରାମର୍ଶରେ ଏବଂ କେତେବେଳେ ଖାଇଲେ, ଏ ସବୁ ଡାଇରୀରେ ଲିପିବଦ୍ଧ ହେବା ଦରକାର। କେଉଁ ସମୟରେ କ’ଣ କ’ଣ ଖାଇଲେ, ସେଗୁଡ଼ିକର କ୍ୟାଲୋରି ଚାର୍ଟ ଜାଣିଲେ ଆମେ ଅଯଥା ମେଦବହୁଳତାରୁ ରକ୍ଷା ପାଇପାରିବା । ନିଜ ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ଦରକାର ଆମତ୍ସଂଯମ ତଥା ସାଧନା । ନିଜ ଜିଭ ଓ ସ୍ବାଦଗ୍ରନ୍ଥି ଉପରେ ପ୍ରଚୁର କଟକଣା ତଥା ଓଜନ କମାଇବାର ଦୃଢ଼ ଇଚ୍ଛାଶକ୍ତି ହିଁ ନିଶ୍ଚିତ ଭାବେ ମେଦ କମାଇବାରେ ତଥା ଏକ ସୁସ୍ଥ ଜୀବନ ବିତାଇବାରେ ସହାୟକ ହେବ ଏଥିରେ ସନ୍ଦେହ ନାହିଁ ।

ଡା. ସରୋଜିନୀ ଷଡ଼ଙ୍ଗୀ
-ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ
ଲିଙ୍କ୍‌ ରୋଡ୍‌, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri