Posted inଖେଳ

ଲକ୍ଷ୍ମଣଙ୍କ କ୍ୟାଚ୍‌ ଛାଡ଼ିବାରୁ ଅବସର ନେଇଥିଲେ ଏହି ଅଷ୍ଟ୍ରେଲୀୟ କ୍ରିକେଟର୍‌

ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ମହାନ ଉଇକେଟ୍‌କିପରଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଆଦାମ ଗିଲଖ୍ରୀଷ୍ଟ ଅନ୍ୟତମ। କ୍ରିକେଟ୍‌ରେ ଉଇକେଟ୍‌କିପରଙ୍କ ଭୂମିକାରେ ହୋଇଥିବା ପରିବର୍ତ୍ତନର ସମସ୍ତ ଶ୍ରେୟ ଗିଲ୍‌ଖ୍ରୀଷ୍ଟଙ୍କୁ ଦିଆଯାଏ। କିନ୍ତୁ ଏକଦା ଭଲଫର୍ମରେ ଥିବାବେଳେ ସମସ୍ତଙ୍କୁ ଚକିତ କରି ସେ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଯାଇଥିଲେ। ୨୦୦୮ରେ ଆଡିଲେଡ୍‌ରେ ଭାରତ ବିପକ୍ଷ ୪ର୍ଥ ଟେଷ୍ଟ ମ୍ୟାଚ୍‌ ପରେ ଏହି କିମ୍ବଦନ୍ତୀ ଉଇକେଟ୍‌କିପର କ୍ରିକେଟ୍‌କୁ ଅଲ୍‌ବିଦା କରିଥିଲେ। କୁହାଯାଏ, ସେହି ମ୍ୟାଚ୍‌ରେ ଭାରତର ଟେଷ୍ଟ ସ୍ପେଶାଲିଷ୍ଟ ଭି.ଭି.ଏସ୍‌. ଲକ୍ଷ୍ମଣଙ୍କ ଏକ କ୍ୟାଚ୍‌ ଛାଡ଼ିଥିଲେ ଗିଲଖ୍ରୀଷ୍ଟ। ଆଉ ଏହି କାରଣରୁ ହିଁ ସେ କ୍ରିକେଟ୍‌ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଅବସରର ନେବାର ଦୀର୍ଘ ୧୨ ବର୍ଷ ପରେ ଏହି କଥାକୁ ସ୍ବୀକାର କରିଛନ୍ତି ନିଜେ ଗିଲ୍‌ଖ୍ରୀଷ୍ଟ। ଏକ ସାକ୍ଷାତ୍‌କାର ଅବସରରେ ୪୮ ବର୍ଷୀୟ ଗିଲଖ୍ରୀଷ୍ଟ କହିଛନ୍ତି, ୨୦୦୦ ମସିହା ପ୍ରାରମ୍ଭରେ ଉଭୟ ଲକ୍ଷ୍ମଣ ଓ ହରଭଜନ ସିଂଙ୍କ ପାଇଁ ଅଷ୍ଟ୍ରେଲିଆ ଟିମ୍‌ ବହୁତ ଅସୁବିଧାର ସମ୍ମୁଖିନ ହେଉଥିଲା। ଭାରତର ଅନ୍ୟବ୍ୟାଟ୍ସମ୍ୟାନଙ୍କ ଅପେକ୍ଷା ଲକ୍ଷ୍ମଣ ଆମ ବିରୋଧରେ ବହୁତ ସ୍କୋର କରୁଥିଲେ। ଏବଂ ପରେ ହରଭଜନ ଆସି ଉଇକେଟ୍‌ ଅକ୍ତିଆର କରୁଥିଲେ। ଯଦି ଟେଷ୍ଟ କ୍ରିକେଟ୍‌ରେ ଲକ୍ଷ୍ମଣଙ୍କ ପରି ବ୍ୟାଟ୍ସମ୍ୟାନଙ୍କ କ୍ୟାଚ୍‌ ଛାଡ଼ୁଛ ତେବେ ଅବସର ନେବା ପାଇଁ ଏହା ଉତ୍ତମ କାରଣ ବୋଲି ମୁଁ ଭାବୁଛି। ଲକ୍ଷ୍ମଣଙ୍କୁ ଅଧିକ ସୁଯୋଗ ଦେଇପାରିବେ ନାହିଁ। ଏହି ବାମହାତୀ ବ୍ୟାଟ୍ସମ୍ୟାନ ୧୯୯୬ରୁ ୨୦୦୮ ମଧ୍ୟରେ ଅଷ୍ଟ୍ରେଲିଆ ପକ୍ଷରୁ ୯୬ ଟେଷ୍ଟ, ୨୮୭ ଦିନିକିଆ ଓ ୧୩ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଟେଷ୍ଟରେ ସେ ୫,୫୭୦ ଓ ଦିନିକିଆରେ ୯୬୧୯ ରନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri