ରୁଷିଆ କହୁଛି ଭାକ୍ସିନ ଆଣିଲା

ମସ୍କୋ/ଜେନେଭା,୧୨ା୮ (ଆଇଏଏନ୍‌ଏସ୍‌): ସାରା ବିଶ୍ୱରେ ଲୋକଙ୍କ ଜୀବନ ନେଇଚାଲିଥିବା ଆତଙ୍କ ସୃଷ୍ଟିକାରୀ ମହାମାରୀ କରୋନାର ପ୍ରଥମ ଟିକା ରୁଷିଆ ଉଦ୍ଭାବନ କରିଛି। ମଙ୍ଗଳବାର ସକାଳେ ‘ସ୍ପୁଟନିକ୍‌ ଭି’ ଭାକ୍ସିନକୁ ମଞ୍ଜୁରୀ ଦିଆଯାଇଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି। ଏହି ଟିକା ସ୍ଥିର କୋଷିକା ଓ ଆଣ୍ଟିବଡି ପ୍ରତିଷେଧକ ପ୍ରସ୍ତୁତ କରିବାରେ ସକ୍ଷମ ବୋଲି ସେ ପ୍ରକାଶ କରିଛନ୍ତି। ରୁଷିଆର ଏହି ସଫଳତା ବିଶ୍ୱବାସୀଙ୍କ ପାଇଁ ଆଶାର ଆଲୋକ ଆଣିଦେଇଥିବାବେଳେ ଭାକ୍ସିନକୁ ଅନୁମୋଦନ ଦେବା ପୂର୍ବରୁ ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି।
କୋଭିଡ୍‌-୧୯ ଟିକା ପ୍ରସ୍ତୁତିକୁ ନେଇ ବିଶ୍ୱରେ ପ୍ରତିଦ୍ୱନ୍ଦ୍ୱିତା ଲାଗିରହିଥିବା ବେଳେ ରୁଷିଆ ଏହି କ୍ଷେତ୍ରରେ ସଫଳତା ହାସଲ କରିଛି। ରାଷ୍ଟ୍ରପତି ପୁଟିନ କହିଛନ୍ତି, ନୋଭେଲ କରୋନା ଭାଇରସ୍‌ର ଟିକା ମଙ୍ଗଳବାର ସକାଳେ ଅନୁମୋଦନ କରାଯାଇଛି। ତାଙ୍କର ଜଣେ ଝିଅଙ୍କଠାରେ ଏହା ପ୍ରୟୋଗ କରାଯାଇଛି। ଟେଷ୍ଟିଂରେ ଭାଗନେଇଥିବା ଝିଅ ଦ୍ୱିତୀୟ ଥର ଟିକା ନେଇଥିବାବେଳେ ତାଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। ତାଙ୍କ ଶରୀରରେ ଆଣ୍ଟିବଡି ମାତ୍ରା ବଢ଼ିଯାଇଥିବାରୁ ଏବେ ସେ ସୁସ୍ଥ ଅଛନ୍ତି। ସେହିପରି ଅନ୍ୟ କେତେଜଣ ଲୋକ ଏହି ଭାକ୍ସିନ ଗ୍ରହଣ କରିବା ପରେ ସେମାନଙ୍କଠାରେ କରୋନାର କୌଣସି ପ୍ରକାର ଲକ୍ଷଣ ଦେଖିବାକୁ ମିଳିନାହିଁ। ପ୍ରକାଶ ଯେ, ପୁଟିନଙ୍କର ଦୁଇ ଝିଅ ଅଛନ୍ତି। ମାରିଆଙ୍କ ଜନ୍ମ ୧୯୮୫ରେ ଓ କାଟେରିନାଙ୍କ ଜନ୍ମ ୧୯୮୬ରେ ହୋଇଥିଲା। ତେବେ ମାରିଆ କି କାଟେରିନା କାହା ଶରୀରରେ ଏହି ଟିକା ପ୍ରୟୋଗ କରାଯାଇଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଏହି ଭାକ୍ସିନକୁ ଗାମାଲେୟା ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଓ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଛି। ଅଗଷ୍ଟ ୩ରେ ବର୍ଡେନ୍‌କୋ ମେନ୍‌ ମିଲିଟାରି କ୍ଲିନିକାଲ୍‌ ହସ୍ପିଟାଲରେ ଏହାର କ୍ଲିନିକାଲ ଟ୍ରାଏଲ କରାଯାଇଥିବା ଭଲ୍ୟୁଣ୍ଟିୟରମାନଙ୍କଠାରେ ଚୂଡ଼ାନ୍ତ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ସେମାନଙ୍କଠାରେ
କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇ ନ ଥିବାବେଳେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଥିବା ସେଠାକାର ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଥିଲା। ଡବ୍ଲ୍ୟୁଏଚ୍‌ଓ ଅନୁସାରେ ବିଶ୍ୱର ମୋଟ ୧୬୫ ପ୍ରତିଯୋଗୀ କରୋନା ଟିକା ବାହାର କରିବା ପାଇଁ ଗବେଷଣା ଚଳାଇଛନ୍ତି। ସେମାନଙ୍କ ମଧ୍ୟରୁ ତୃତୀୟ ପର୍ଯ୍ୟାୟରେ ପହଞ୍ଚତ୍ଥିବା ଭାକ୍ସିନ ପ୍ରସ୍ତୁତକାରୀ ୬ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରୁ ୩ ହେଉଛନ୍ତି ଚାଇନାର। ଅନ୍ୟ ୩ ପ୍ରସ୍ତୁତକାରୀ ହେଲେ ‘ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକା’, ‘ମୋଡେର୍ନା’ ଏବଂ ‘ପିଫାଇଜର ଓ ବାୟୋନ୍‌ ଟେକ୍‌’। ଜାତିସଂଘର ସ୍ବାସ୍ଥ୍ୟ ସଂସ୍ଥା ଡବ୍ଲ୍ୟୁଏଚ୍‌ଓ ମୁଖପାତ୍ର ତାରିକ୍‌ ଜସାରେଭିକ୍‌ ଜେନେଭାଠାରେ ଖବରଦାତାମାନଙ୍କୁ କହିଛନ୍ତି, ରୁଷିଆ କର୍ତ୍ତୃପକ୍ଷଙ୍କ ସହ ଆମେ ଯୋଗାଯୋଗରେ ରହିଛୁ। ‘ସ୍ପୁଟନିକ୍‌ ଭି’ ଭାକ୍ସିନକୁ ସ୍ବୀକୃତି ଦେବା ପୂର୍ବରୁ ଡବ୍ଲ୍ୟୁଏଚ୍‌ଓର ସମସ୍ତ ମାନଦଣ୍ଡରେ ଏହା ଉତ୍ତୀର୍ଣ୍ଣ ହେବା ଆବଶ୍ୟକ।
କରୋନା ଭାଇରସ୍‌ ବିଶ୍ୱର ୭୪୦,୦୦୦ ଲୋକଙ୍କ ଜୀବନ ନେବାସହ ୨୦ ନିୟୁତ ଲୋକଙ୍କୁ ସଂକ୍ରମିତ କରିଛି। ଏହାସହ କୋଭିଡ୍‌-୧୯ର ମୁକାବିଲା ପାଇଁ ବିଭିନ୍ନ ଦେଶରେ ଜାରି କଟକଣା ଯୋଗୁ ବିଶ୍ୱ ଅର୍ଥନୀତି ଦୋହଲିଯାଇଛି। ଆମେରିକା, ବ୍ରାଜିଲ ଓ ଭାରତ ପରେ ରୁଷିଆ ହେଉଛି କରୋନା ଭାଇରସ୍‌ ପ୍ରଭାବିତ ଚତୁର୍ଥ ରାଷ୍ଟ୍ର। ବିଗତ ୨୪ ଘଣ୍ଟା ମଧ୍ୟରେ ରୁଷିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ୪,୯୪୫ ବୃଦ୍ଧି ଘଟି ଏହା ୮୯୭,୫୯୯ରେ ପହଞ୍ଚତ୍ଛି। ଏଭଳି ସମୟରେ ରୁଷିଆ ପକ୍ଷରୁ ଟିକା ବାହାର କରାଯିବା ପରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବା କୁହାଯାଉଛି। କାରଣ ଏପ୍ରିଲ ୨୩ ପରଠୁ ପ୍ରଥମଥର ପାଇଁ ଦୈନିକ ନୂଆ ମାମଲା ୫,୦୦୦ରୁ କମ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri