Posted inଖେଳ

୨୦୧୮ ପାଇଁ ଚାନୁ ପାଇବେ ଅଜୁର୍ନ ପୁରସ୍କାର

ନୂଆଦିଲ୍ଲୀ,୨୫।୬(ପି.ଟି.): ଡୋପିଂ ଅଭିଯୋଗରୁ ମୁକ୍ତ ହୋଇଥିବା ଭାରୋତ୍ତୋଳିକା ସଞ୍ଜିତା ଚାନୁ ଶେଷରେ ୨୦୧୮ ପାଇଁ ସମ୍ମାନଜନକ ଅର୍ଜୁନ ପୁରସ୍କାର ହାସଲ କରିବା ନିଶ୍ଚିତ ହୋଇଛି। ୨ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ଜିତିଥିବା ଚାନୁଙ୍କୁ ୨୦୧୮ଠାରୁ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ ରୋକ ଲଗାଯାଇଥିଲା। ତେବେ ତାଙ୍କୁ ୨୦୧୮ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏବେ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସୂତ୍ରରୁ ସୂଚନା ଦିଆଯାଇଛି। ଚାନୁ ଡୋପିଂ ଅଭିଯୋଗରୁ ମୁକ୍ତ ହେଲେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। କୋର୍ଟଙ୍କ ଏହି ରାୟକୁ ସିଲ୍‌ ବନ୍ଦ ଲଫାପାରେ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପୁଣି ଏହି ଲଫାପାକୁ ଚାନୁ ଡୋପିଂ ଅଭିଯୋଗରୁ ମୁକ୍ତ ହେବା ସ୍ଥିତିରେ ଖେଳାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଚାନୁଙ୍କୁ ଅନ୍ତର୍ଜାତୀୟ ଫେଡେରେଶନ ଡୋପିଂ ଅଭିଯୋଗରୁ ମୁକ୍ତ କରିଥିଲା। ଫଳରେ ଆମକୁ ଏବେ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ଓ ଅର୍ଜୁନ ପୁରସ୍କାର ପାଇଁ ତାଙ୍କ ନାମ ବିଚାର କରିବାକୁ ହେବ ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ଉଲ୍ଲେଖଥାଉ କି, ୨୦୧୭ରେ ଚାନୁ ଅର୍ଜୁନ ପୁରସ୍କାର ପାଇଁ ଅଣଦେଖାର ଶିକାର ହେଉଥିବା ନେଇ ହାଇକୋର୍ଟରେ ରିଟ୍‌ ପିଟିଶନ ଦାଖଲ କରିଥିଲେ। ତେବେ ଇତିମଧ୍ୟରେ ସେ ୨୦୧୮ ମେ’ରେ ନିଷିଦ୍ଧ ପଦାର୍ଥ ସେବନ ପାଇଁ ବାସନ୍ଦର ସମ୍ମୁଖୀନ ହୋଇଥିଲେ। ଗତ ବର୍ଷ ଅଗଷ୍ଟରେ ହାଇକୋର୍ଟ ଅର୍ଜୁନ ପୁରସ୍କାର ଚୟନ କମିଟିକୁ ଚାନୁଙ୍କ ନାମକୁ ବିଚାରକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ ଓ ନିଜର ରାୟକୁ ସଂରକ୍ଷିତ ରଖିଥିଲେ। ଚାନୁଙ୍କ ନମୁନାକୁ ଠିକ୍‌ଭାବେ ହ୍ୟାଣ୍ଡଲ କରା ନ ଯିବା କାରଣରୁ ଅନ୍ତର୍ଜାତୀୟ ଭାରୋତ୍ତୋଳନ ଫେଡେରେଶନ (ଆଇଡବ୍ଲ୍ୟୁଏଫ୍‌) ତାଙ୍କୁ ସବୁ ଅଭିଯୋଗରୁ ମୁକ୍ତ କରିଥିଲା। ଚାନୁ ଏବେ ଆଇଡବ୍ଲ୍ୟୁଏଫ୍‌ଠାରୁ କ୍ଷତିପୂରଣ ଦାବି କରିଛନ୍ତି। ଇତିମଧ୍ୟରେ ଚାନୁ ୨୦୧୮ ପାଇଁ ଅର୍ଜୁନ ପୁରସ୍କାର ହାସଲ କରିବେ ବୋଲି ଭାରତୀୟ ଭାରୋତ୍ତୋଳନ ଫେଡେରେଶନ ସମ୍ପାଦକ ସ୍ପଷ୍ଟ କରିଛନ୍ତି। ୨୬ ବର୍ଷୀୟ ଚାନୁ ୨୦୧୪ ଓ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଯଥାକ୍ରମେ ୪୮ ଓ ୫୩ କେ.ଜି. ବର୍ଗରେ କ୍ରମାଗତ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୬ ଓ ୨୦୧୭ରେ ସେ ଅର୍ଜୁନ ପରୁସ୍କାର ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଅଣଦେଖା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଗିଲ୍‌ ପଡିଲେ ବାଦ୍‌, ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୦।୧୨: ICC ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଆଜି ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri