ରଜରେ ଭୁଟାନ ଲଟେରି ମାୟା

ନାଉଗାଁ,୧୬ା୬(ସ୍ବ.ପ୍ର.): ଓଡ଼ିଶାର ପାରମ୍ପରିକ ଗଣପର୍ବ ରଜରେ ସମସ୍ତେ ଦୋଳି ଖେଳଠାରୁ ଆରମ୍ଭ କରି ପୁଚି, କବାଡି, ଲୁଡୁ ଆଦି ବିଭିନ୍ନ ପ୍ରକାର ଖେଳକୁଦର ମଜା ନେଉଛନ୍ତି। କିନ୍ତୁ ନାଉଗାଁ ବ୍ଲକ ଡେରିକି ପଞ୍ଚାୟତର ଗଙ୍ଗଦାହାଟରେ ରଜ ଅବସରରେ ଖୋଲାଖୋଲି ଭାବେ ଚାଲିଛି ଜୁଆ ଆଡ୍ଡା। ଗତ ଏପ୍ରିଲ ମାସରେ ଉକ୍ତ ହାଟର ୨ଟି ସ୍ଥାନରେ ଜୁଆ ଆଡ୍ଡା ଚାଲିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୋଲିସ ଚଢାଉ କରିଥିଲା। ଫଲରେ କିଛିଦିନ ହେଲା ଏହି ଖେଳ ବନ୍ଦ ରହିଥିଲା। ମାତ୍ର ରଜ ପାଇଁ ଏହି ଜୁଆ ଖେଳ ପୁଣି ଆରମ୍ଭ ହୋଇଯାଇଛି। ଗଙ୍ଗଦାହାଟର ବ୍ୟାଙ୍କ ଅଫ ଇଣ୍ଡିଆ ନିକଟରେ ଥିବା ସରକାରୀ ହୋମିଓପ୍ୟାଥିକ ଡାକ୍ତରଖାନା ପାଖରେ ଥିବା ଏକ ଗୃହରେ ଏହି ଜୁଆ ଆଡ୍ଡା ଚାଲିଛି। ଏହି ଜୁଆ ଖେଳକୁ ଭୁଟାନ ଲଟେରି କୁହାଯାଉଛି। ଖେଳର ନିୟମ, ସିଲଭର, ଡାଇମଣ୍ଡ ଓ ଗୋଲଡେନ ବିଜୟ ସମ୍ପର୍କରେ ନିକଟରେ ଥିବା କାନ୍ଥରେ ଲେଖାଯାଇଛି। ୧୧ ଟଙ୍କାର ଲଟେରୀ ଟିକେଟ କିଣିଲେ ୧୦୦ ଟଙ୍କା ମିଳିବ ବୋଲି ଲୋକଙ୍କୁ ପ୍ରଲୋଭିତ କରାଯାଉଛି। ୦ରୁ ୯ ପର୍ଯ୍ୟନ୍ତ ସଂଖ୍ୟାକୁ ନେଇ ଏହି ଖେଳ ଇଣ୍ଟରନେଟ୍‌ ମାଧ୍ୟମରେ ଚାଲୁଛି। ଗଁା ଗହଳିରେ ବିଶେଷ କରି ଯୁବପିଢି ଏଥିରେ ଅଧିକ ଆକୃଷ୍ଟ ହୋଇ ଖେଳୁଥିବା ଲକ୍ଷ୍ୟ କରାଯାଉଛି। କେତେବେଳେ କିଏ ଟଙ୍କା ଜିତୁଛି ତ ଆଉ କିଏ ଶହ ଶହ ଟଙ୍କା ହାରୁଛି। ଟଙ୍କା ଜିତିବା ଆଶାରେ କେତେକ ଯୁବକ ଘରୁ ଚୋରି କରି ଖେଳୁଛନ୍ତି। କେତେକ ବ୍ୟକ୍ତି ଘର ସଉଦା ବନ୍ଦ କରି ଟଙ୍କା ପାଇବା ଆଶାରେ ଖେଳି ହାରୁଛନ୍ତି। ତେଣୁ ପରିବାରରେ ଅଶାନ୍ତି ଦେଖାଦେଉଛି। ଏହି ଖେଳ ସକାଳ ୯ରୁ ଆରମ୍ଭ ହୋଇ ବିଳମ୍ବିତ ରାତି ପଯର୍‌ୟନ୍ତ ଚାଲୁଛି। ଏଠାକୁ ନାଉଗଁା ସମେତ ବାଲିକୁଦା ବ୍ଲକର ଲୋକେ ଆସି ଖେଳୁଛନ୍ତି। ନୂଆଗଁା ପଞ୍ଚାୟତ ଗନ୍ଧଣ ଗ୍ରାମର ଜଣେ ବ୍ୟକ୍ତି ଏହି ଆଡ୍ଡା ଚଳାଇଥିବା ଜଣାପଡିଛି। ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପୋଲିସ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି। ଏ ସମ୍ପର୍କରେ ନାଉଗାଁ ଥାନା ଅଧିକାରୀ ପ୍ରଜ୍ଞା ରିତାମ୍ବର କର କହିଛନ୍ତି ଯେ, ଖୁବଶୀଘ୍ର ଉକ୍ତ ସ୍ଥାନରେ ଚଢ଼ାଉ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ

ଜଗତ୍‌ସିଂହପୁର, ୨୮ା୪ (ପ୍ରମୋଦ କୁମାର ନାୟକ)୨୦୧୦ରେ ତିର୍ତ୍ତୋଲ ବ୍ଲକ ପୁଟିଙ୍ଗ ଗ୍ରାମ ଅଧୀନ ୪ନଂ. ୱାର୍ଡରେ ଅଙ୍ଗନୱାଡି କେନ୍ଦ୍ର-୨ ଖୋଲା ଯାଇଥିଲା। କିନ୍ତୁ ଏହି କେନ୍ଦ୍ରରେ...

ପ୍ରଶାନ୍ତ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ: ଚିରଞ୍ଜୀବ

ଜଗତ୍‌ସିଂହପୁର,୨୭ା୪(ପ୍ରମୋଦ କୁମାର ନାୟକ): ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଚିରଞ୍ଜୀବ ବିଶ୍ୱାଳ ବିନା ସର୍ତ୍ତରେ ବିଜେଡିରେ ମିଶିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁର...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ଯୁବ କ୍ରିକେଟର ସୂର୍ଯ୍ୟକାନ୍ତଙ୍କ ପାଇଁ ଅର୍ଥ ସାଜିଛି ବାଧକ

ରଘୁନାଥପୁର,୨୫ା୪(ରାଜେନ୍ଦ୍ର ନାରାୟଣ ସିଂହ)କ୍ରିକେଟରେ ଅଲ୍‌ରାଉଣ୍ଡର ଭାବେ ପ୍ରଥମେ ରଘୁନାଥପୁର ବ୍ଲକରୁ ଜଗତ୍‌ସିଂହପୁର ଜିଲା ଏବଂ ଏବେ ରାଜ୍ୟସ୍ତରରେ ସିଲେକ୍ଟ ହୋଇ ରାଜ୍ୟ ପାଇଁ ସୂର୍ଯ୍ୟକାନ୍ତ ଦାସ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri