୩୫% ଏମ୍‌ଏସ୍‌ଏମ୍‌ଇ ବନ୍ଦ ହୋଇଯିବ

ନୂଆଦିଲ୍ଲୀ,୩।୬: ଭାରତୀୟ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ରେଟିଙ୍ଗ ଏଜେନ୍ସି ମୁଡିସ୍‌ ଭାରତର ରେଟିଂକୁ ସୋମବାର ଖସାଇଦେଇଛି। ବର୍ତ୍ତମାନ ନୀତି ନିର୍ଦ୍ଧାରଣ ଏବଂ ଏହାକୁ ଲାଗୁ କରିବା କଷ୍ଟକର ହୋଇ ପଡିବ ବୋଲି ଏହି ରେଟିଂ ଏଜେନ୍ସି ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ସରକାର ସବୁ କିଛି ସମ୍ଭାଳିବା ଲାଗି ପ୍ରୟାସ ଜାରି ରଖିଛନ୍ତି ହେଲେ କରୋନା ଯୋଗୁ ଉପୁଜିଥିବା ସ୍ଥିତି ଗମ୍ଭୀର ରହିଛି। ଆତ୍ମନିର୍ଭର ପ୍ୟାକେଜରେ ସରକାର ଏମ୍‌ଏସ୍‌ଏମ୍‌ଇ ଲାଗି ବ୍ୟବସ୍ଥା କରିଛନ୍ତି। ହେଲେ ନିକଟରେ ଆସିଥିବା ଏକ ରିପୋର୍ଟ ଚିନ୍ତାକୁ ବଢାଇ ଦେଇଛି।
ଅଲ ଇଣ୍ଡିଆ ମାନୁଫାକ୍‌ଚରର୍ସ ଅର୍ଗାନାଇଜେଶନ ରିପୋର୍ଟ ମୁତାବକ ୩୫% ଏମ୍‌ଏସ୍‌ଏମ୍‌ଇ ଏବଂ ୩୭ ଆତ୍ମନିର୍ଭର ବ୍ୟକ୍ତି ସେମାନଙ୍କ କାରବାର ବନ୍ଦ କରିବା ସ୍ଥିତି ଆସିଛି। ସରକାର ଯେଉଁ ଭଳି ପଦକ୍ଷେପ ଘୋଷଣା କରିଛନ୍ତି ତା’ର ଲାଭ ଲୋକଙ୍କ ନିକଟକୁ ପହଞ୍ଚି ନ ଥିବା ରିପୋର୍ଟରେ କୁହାଯାଇଛି। କ୍ଷୁଦ୍ର ଶିଳ୍ପ ସହିଥିବା କ୍ଷତିକୁ ଭରଣା କରିବା ଲାଗି ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ ବୋଲି ଶିଳ୍ପ ବିଶେଷଜ୍ଞ କହିଛନ୍ତି। କ୍ଷୁଦ୍ର ଶିଳ୍ପ ସହ ଜଡିତ ୪୬ ବ୍ୟକ୍ତିବିଶେଷଙ୍କୁ ନେଇ ହୋଇଥିବା ଅଧ୍ୟୟନ ମୁତାବକ କ୍ଷତି ଯୋଗୁ କମ୍ପାନୀଗୁଡିକର ଅଣ୍ଟା ଭାଙ୍ଗିଯାଇଥିବା କହିଛନ୍ତି। ୩୨% କହିଛନ୍ତି ଯେ, କ୍ଷତିର ଭରଣା କରିବା ଲାଗି ଅନ୍ତତଃ ପକ୍ଷେ ୬ ମାସ ସମୟ ଲାଗିବ। ୧୨% କହିଛନ୍ତି ସବୁ କିଛି ଟ୍ରାକ୍‌କୁ ଆସିବା ଲାଗି ୩ ମାସ ସମୟ ଲାଗିପାରେ।
ଦେଶରେ ୬.୫ କୋଟି ଏମ୍‌ଏସ୍‌ଏମ୍‌ଇ ରହିଛି। ଏହି କମ୍ପାନୀଗୁଡିକରେ ୧୫ କୋଟି ଲୋକ କାମ କରୁଛନ୍ତି। ଦେଶର ଅର୍ଥ ବ୍ୟବସ୍ଥାକୁ ଏହି ଶିଳ୍ପଗୁଡିକ ପ୍ରମୁଖ ଯୋଗଦାନ ରଖୁଥିବା ବେଳେ ଶିଳ୍ପ ବନ୍ଦ ହୋଇଗଲେ ସ୍ଥିତିକୁ ସମ୍ଭାଳିବା କଷ୍ଟକର ବ୍ୟାପାର ହୋଇ ପଡିବ। ଦେଶର ଜିଡିପିରେ ଏମ୍‌ଏସ୍‌ଏମ୍‌ଇଗୁଡିକର ଯୋଗଦାନ ୩୦% ରହିଛି। ଉକ୍ତ କ୍ଷେତ୍ରରେ ଲୋକମାନେ କାମ କରୁଥିବାରୁ ଖର୍ଚ୍ଚ ମଧ୍ୟ କରୁଛନ୍ତି। ଯଦି କାମ ବନ୍ଦ ହୋଇଯାଏ ତେବେ ତା’ର ପ୍ରଭାବ ଖର୍ଚ୍ଚ ଉପରେ ପଡିବ। ବର୍ତ୍ତମାନ ଚାହିଦା ପ୍ରଭାବିତ ଥିବାରୁ ଯଦି ୩୩% କମ୍ପାନୀ ବନ୍ଦ ହୋଇଯାଏ ତେବେ ଏହା ଅର୍ଥ ବ୍ୟବସ୍ଥା ଲାଗି ବହୁ ନକରାତ୍ମକ ପ୍ରଭାବ ପକାଇବ ବୋଲି ରିପୋର୍ଟରେ କୁହାଯାଇଛି


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

BSNL ଆଣିଲା ଖୁସିଖବର: ଏଣିକି ଶସ୍ତାରେ ମିଳିବ ଇଣ୍ଟରନେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୫।୧୨: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିରନ୍ତର ଭାବରେ ଏହାର ଉପଭୋକ୍ତାମାନଙ୍କୁ ସୁଲଭ ଯୋଜନା ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ,...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri