କରୋନା ମାଡ଼: ଦୋହଲିଯିବ ପର୍ଯ୍ୟଟନ ଶିଳ୍ପ

ନୂଆଦିଲ୍ଲୀ,୧୨ା୫: କରୋନା ସଂକ୍ରମଣ (କୋଭିଡ୍‌-୧୯) ଯୋଗୁ ୨୦୨୦ରେ ଅନ୍ତର୍ଜାତୀୟ ପର୍ଯ୍ୟଟନ ୬୦ରୁ ୮୦ ପ୍ରତିଶତ ହ୍ରାସ ପାଇପାରେ। ଏହାଦ୍ୱାରା ୯୧୦ ବିଲିୟନରୁ ୧.୨ ଟ୍ରିଲିୟନ ଡଲାର ରାଜସ୍ବ କ୍ଷତି ଘଟିବ ଏବଂ ଲକ୍ଷାଧିକ ଲୋକଙ୍କ ଜୀବନଜୀବିକାକୁ ବିପଦରେ ପଡ଼ିବ ବୋଲି ଜାତିସଂଘର ସ୍ବତନ୍ତ୍ର ଏଜେନ୍ସି ‘ବିଶ୍ୱ ପର୍ଯ୍ୟଟନ ସଂଗଠନ’ (ୟୁଏନ୍‌ଡବ୍ଲ୍ୟୁଟିଓ) ପକ୍ଷରୁ କୁହାଯାଇଛି।
ଏହି ମହାମାରୀ ବିଶ୍ୱର ୨୧୨ ଦେଶକୁ ବ୍ୟାପିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୪୨ ଲକ୍ଷ ଟପିଲାଣି। ସେହିପରି ୨ ଲକ୍ଷ ୮୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନଗଲାଣି। ଏହାର ଗମ୍ଭୀର ପ୍ରଭାବ ପର୍ଯ୍ୟଟନ ଶିଳ୍ପ ଉପରେ ପଡ଼ିଛି। ୨୦୨୦ର ପ୍ରଥମ ତ୍ରୈମାସିକରେ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ଆଗମନରେ ୨୨% ହ୍ରାସ ପାଇସାରିଲାଣି। ବିଭିନ୍ନ ଗନ୍ତବ୍ୟସ୍ଥଳରୁ ମିଳିଥିବା ତଥ୍ୟରୁ ଏହା ଜଣାପଡ଼ିଛି ବୋଲି ୟୁଏନ୍‌ଡବ୍ଲ୍ୟୁଟିଓ ପକ୍ଷରୁ କୁହାଯାଇଛି। ଜାତିସଂଘର ଏହି ସ୍ବତନ୍ତ୍ର ଏଜେନ୍ସିର କହିବାନୁଯାୟୀ, ବିଶ୍ୱରେ ବର୍ତ୍ତମାନ ଦେଖାଦେଇଥିବା ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ୨୦୧୯ ତୁଳନାରେ ବାର୍ଷିକ ପର୍ଯ୍ୟଟନ ୬୦ରୁ ୮୦ ପ୍ରତିଶତ ହ୍ରାସ ପାଇପାରେ। ୟୁଏନ୍‌ଡବ୍ଲ୍ୟୁଟିଓ ମହାସଚିବ ଜୁରାବ ପୋଲୋଲିକାଶଭିଲି କହିଛନ୍ତି, ବିଶ୍ୱ ଏକ ଅପ୍ରତ୍ୟାଶିତ ସ୍ବାସ୍ଥ୍ୟ ଏବଂ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇଛି। ଏହାଦ୍ୱାରା ଅର୍ଥବ୍ୟବସ୍ଥାର ଅନ୍ୟତମ ଶ୍ରମ ଆଧାରିତ କ୍ଷେତ୍ର ପର୍ଯ୍ୟଟନ ଶିଳ୍ପ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।
ମାର୍ଚ୍ଚରେ ପର୍ଯ୍ୟଟକଙ୍କ ଆଗମନ ୫୭ ପ୍ରତିଶତ ହ୍ରାସ ପାଇଥିଲା। ସେହି ସମୟରେ ବହୁ ଦେଶରେ ଲକ୍‌ଡାଉନ୍‌ ଆରମ୍ଭ ହେବା ସହିତ ଯାତ୍ରାରେ କଟକଣା କରାଯାଇଥିଲା। ବିମାନବନ୍ଦର ଏବଂ ଦେଶଗୁଡ଼ିକର ସୀମା ବନ୍ଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାଦ୍ୱାରା ୬୭ ନିୟୁତ ଅନ୍ତର୍ଜାତୀୟ ଆଗମନ ହୋଇ ନ ପାରିବା ସହ ସେଥିରୁ ପ୍ରାପ୍ତ ହେବାକୁ ଥିବା ପ୍ରାୟ ୮୦ ବିଲିୟନ ଡଲାର କ୍ଷତି ଘଟିଥିଲା। ବିଶେଷକରି ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅଧିକ ପ୍ରଭାବ (୩୩ ନିୟୁତ ଆଗମନ ହ୍ରାସ) ଦେଖିବାକୁ ମିଳିଥିଲା। ସେହିପରି ୟୁରୋପରେ ୨୨ ନିୟୁତ ଆଗମନ ହ୍ରାସ ହୋଇଥିଲା।
ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ଏହି ବର୍ଷ ପର୍ଯ୍ୟଟକଙ୍କ ଆଗମନରେ ୫୮%ରୁ ୭୮% ହ୍ରାସ ହୋଇପାରେ। ହେଲେ ଏହା ଯାତ୍ରା କଟକଣା ଓ ସୀମା ବନ୍ଦର ଅବଧି ଉପରେ ନିର୍ଭର କରେ। ଅନ୍ତର୍ଜାତୀୟ ସୀମା ଧୀରେ ଧୀରେ ଖୋଲିବାର ସମ୍ଭାବ୍ୟ ତାରିଖକୁ ଆଧାର କରି ୟୁଏନ୍‌ଡବ୍ଲ୍ୟୁଟିଓ ୨୦୨୦ ପାଇଁ ୩ଟି ସମ୍ଭାବନାର ଚିତ୍ର ଆଙ୍କିଛି। ପ୍ରଥମ ହେଲା, ଅନ୍ତର୍ଜାତୀୟ ସୀମା ଖୋଲି ଜୁଲାଇ ପ୍ରାରମ୍ଭରେ ଯାତ୍ରା କଟକଣା କୋହଳ ହେଲେ ପର୍ଯ୍ୟଟକଙ୍କ ଆଗମନରେ ୫୮% ହ୍ରାସ ହୋଇପାରେ। ଦ୍ୱିତୀୟରେ, ଯଦି ସେପ୍ଟେମ୍ବର ଆରମ୍ଭରେ ଯାତ୍ରା କଟକଣା କୋହଳ ହେବ, ତା’ହେଲେ ପର୍ଯ୍ୟଟକଙ୍କ ଆଗମନ ୭୦ ପ୍ରତିଶତ ହ୍ରାସ ପାଇପାରେ। ସେହିପରି ଯାତ୍ରା କଟକଣା ଯଦି ଡିସେମ୍ବର ପ୍ରଥମ ସପ୍ତାହରେ କୋହଳ ହୁଏ ତେବେ ପର୍ଯ୍ୟଟକଙ୍କ ଆଗମନରେ ୭୮ ପ୍ରତିଶତ ହ୍ରାସ ଘଟିପାରେ। ଏହି ପରିପ୍ରେକ୍ଷୀରେ ବିଦେଶ ଭ୍ରମଣ ଚାହିଦା ହ୍ରାସର ପ୍ରଭାବ ସ୍ବରୂପ ୮୫୦ ନିୟୁତରୁ ୧.୧ ବିଲିୟନ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ହରାଇବାକୁ ପଡ଼ିପାରେ। ଫଳରେ ୯୧୦ ବିଲିୟନରୁ ୧.୨ ଟ୍ରିଲିୟନ ଡଲାର ପର୍ଯ୍ୟଟନ ରାଜସ୍ବ କ୍ଷତି ହୋଇପାରେ। ଏହାସହିତ ପର୍ଯ୍ୟଟନ କ୍ଷେତ୍ରରେ ୧୦୦ରୁ ୧୨୦ ନିୟୁତ ପ୍ରତ୍ୟକ୍ଷ ନିଯୁକ୍ତି ବିପଦରେ ପଡ଼ିପାରେ। ୧୯୫୦ ମସିହାଠାରୁ ହେଉଥିବା ରେକର୍ଡକୁ ଦେଖିଲେ ଅନ୍ତର୍ଜାତୀୟ ପର୍ଯ୍ୟଟନ ପାଇଁ ଏହା ସବୁଠାରୁ ଖରାପ ସମୟ। ଏହାର ପ୍ରଭାବ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଏବଂ ବିଭିନ୍ନ ସମୟରେ ଅନୁଭୂତ ହେବ। ହେଲେ ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପ୍ରଥମେ ସ୍ଥିତି ସ୍ବାଭାବିକ ହେବା ଆଶା କରାଯାଉଛି ବୋଲି ୟୁଏନ୍‌ଡବ୍ଲ୍ୟୁଟିଓ କହିଛି। ତେବେ ଅନ୍ତର୍ଜାତୀୟ ଚାହିଦାଠାରୁ ଘରୋଇ ଚାହିଦା ଦ୍ୱାରା ଶୀଘ୍ର ପୁନରୁଦ୍ଧାର ହେବ ବୋଲି ୟୁଏନ୍‌ଡବ୍ଲ୍ୟୁଟିଓ ବିଶେଷଜ୍ଞଙ୍କ ସର୍ଭେରୁ ଆଶା କରାଯାଉଛି। ତେବେ ସଂଖ୍ୟାଧିକ ବିଶେଷଜ୍ଞ ଆଶା ଅନୁଯାୟୀ ଚଳିତବର୍ଷର ଶେଷ ତିନିମାସ, ଅଧିକନ୍ତୁ ୨୦୨୧ରେ ସ୍ଥିତିରେ ସୁଧାର ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଞ୍ଚଲ୍ୟକର ଖୁଲାସା: ୨ ମହିଳାଙ୍କୁ ଦଙ୍ଗାକାରୀଙ୍କ ପାଖରେ ଛାଡ଼ିଥିଲା ମଣିପୁର ପୋଲିସ

ନୂଆଦିଲ୍ଲୀ,୧ା୫(ପି.ଟି.):ଗତବର୍ଷ ଭାଜପା ଶାସିତ ରାଜ୍ୟ ମଣିପୁରରେ ଜାତିଆଣ ହିଂସା ଉଗ୍ର ରୂପ ନେଇଥିବାବେଳେ ମେ’ ୪ରେ ପୋଲିସର ଶରଣ ଚାହିଁଥିଲେ କୁକି-ଜୋମି ସମ୍ପ୍ରଦାୟର ୨ ମହିଳା।...

ଖୁସି ଖବର: କମିଲା ଏଲ୍‌ପିଜି ସିଲିଣ୍ଡରର ଦାମ୍‌

ନୂଆଦିଲ୍ଲୀ,୧।୫: ସାରା ଦେଶରେ ଚାଲିଥିବା ଲୋକ ସଭା ନିର୍ବାଚନ ମଧ୍ୟରେ ସାଧାରଣ ଲୋକଙ୍କୁ ପୁନର୍ବାର ଆରାମ ମିଳିଛି। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ...

ବିଓଏମ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ...

କାମ୍ପାକୋଲାର ନୂତନ ଅଭିଯାନ

ଭୁବନେଶ୍ୱର,୧।୫: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ତଥା ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ (ଆର୍‌ସିପିଏଲ୍‌)ର ପ୍ରମୁଖ ବ୍ରାଣ୍ଡ୍‌ କାମ୍ପାକୋଲାର ନୂତନ ଅଭିଯାନ ‘ନଏ ଇଣ୍ଡିଆ କା...

ଖୁବ୍‌ଶୀଘ୍ର ସମ୍ବଲପୁରରେ ଅରୁନ୍ଧତୀ ଜୁଏଲର୍ସ

ଭୁବନେଶ୍ୱର,୧।୫: ଅରୁନ୍ଧତୀ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିିର୍ମିତ ନୂତନ ଶୋ’ରୁମ୍‌ର ଶୁଭାରମ୍ଭ ଖୁବ୍‌ଶୀଘ୍ର ସମ୍ବଲପୁରଠାରେ ଖୋଲିବାକୁ ଯାଉଛି। ଏପରିକି ୨୦୨୪ ମେ...

ଜୟଆଲୁକ୍କାସ୍‌ରେ ଉତ୍ସବକାଳୀନ ଅଫର

ଭୁବନେଶ୍ୱର,୧।୫(ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ୍‌ ପକ୍ଷରୁ ଉତ୍ସବକାଳୀନ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ...

ବେଦାନ୍ତ କାର୍ଯ୍ୟ ପରିସର ଅଞ୍ଚଳରେ ପ୍ରକଳ୍ପ ପଞ୍ଛିର ବିସ୍ତାର

ଭୁବନେଶ୍ୱର,୧।୫: ବେଦାନ୍ତ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମର ଅଭିନବ କାର୍ଯ୍ୟକ୍ରମ ‘ପ୍ରକଳ୍ପ ପଞ୍ଛି’ର ବିସ୍ତାର ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଓଡ଼ିଶା ୟୁନିଟ୍‌...

କୋଭିଶିଲ୍ଡ ଟିକାର ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଟିଟିଏସ୍‌

ନୂଆଦିଲ୍ଲୀ,୧ା୫: କୋଭିଡ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଭାରତ ସମେତ ବିଭିନ୍ନ ଦେଶରେ କୋଟି କୋଟି ଲୋକ ଅଷ୍ଟ୍ରାଜେନିକା କମ୍ପାନୀର କୋଭିଶିଲ୍ଡ ଟିକା ନେଇଥିଲେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri