Posted inରାଜ୍ୟ

ସୀମା ଚେକ୍‌ ପଏଣ୍ଟରେ ସମନ୍ବିତ ପରିଚାଳନା, ଏସ୍‌ଓପି ଜାରି

ଭୁବନେଶ୍ୱର,୩।୫(ବ୍ୟୁରୋ): ଦେଶର ବିଭିନ୍ନ ଭାଗରେ ଅଟକି ରହିଥିବା ଓଡ଼ିଆ ମାନେ ରାଜ୍ୟକୁ ଫେରିବା ଆରମ୍ଭ କରିଛନ୍ତି। ସେମାନଙ୍କୁ ସମନ୍ବିତ ଢଙ୍ଗରେ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସମ୍ମିଳିତ ଉଦ୍ୟମ ଜାରି ରଖିଛନ୍ତି। ବିଶେଷ ଭାବେ ରାଜ୍ୟ ସୀମାରେ କରାଯାଇଥିବା ଚେକ୍‌ ପଏଣ୍ଟଗୁଡ଼ିକରେ ସମନ୍ବିତ ପରିଚାଳନା କରିବାକୁ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଗୃହ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ପରିବହନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷେତ୍ର ସ୍ତରରେ ଏହି ସମନ୍ବୟର ଠିକ୍‌ ରୂପାୟନ ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆରସି) ପ୍ରଦୀପ ଜେନା ନିର୍ଦ୍ଧାରିତ କାର୍ଯ୍ୟାନ୍ବୟନ ପଦ୍ଧତି (ଏସ୍‌ଓପି) ଜାରି କରିଛନ୍ତି। ଏହି ଏସ୍‌ଓପିକୁ ସମସ୍ତ ଜିଲାପାଳ, ଏସ୍‌ପି, ପୌରାଞ୍ଚଳ କମିଶନର, ଆଞ୍ଚଳିକ ପରିବହନ ଅଧିକାରୀ ଓ ପରିବହନ କମିଶନରଙ୍କୁ ପଠାଯାଇଛି।

ଏସ୍‌ଓପି ଅନୁସାରେ ସୀମା ଚେକ୍‌ ପଏଣ୍ଟଗୁଡ଼ିକୁ ପୋଲିସ ବିଭାଗ ପରିଚାଳନା କରିବ। ଅତିକମ୍‌ରେ ଇନ୍ସପେକ୍ଟର ପାହ୍ୟାର ଅଧିକାରୀ ସୀମା ଚେକ୍‌ ପଏଣ୍ଟର ଦାୟିତ୍ୱରେ ରହିବେ। ଚେକ୍‌ ପଏଣ୍ଟର ବିଭିନ୍ନ କାର୍ଯ୍ୟ ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ ମାନବସମ୍ବଳ ଓ ଆବଶ୍ୟକ ସରଞ୍ଜାମ ଯୋଗାଇଦେବେ। ପ୍ରତି ଚେକ୍‌ ପଏଣ୍ଟରେ ଏକ ସ୍ବାସ୍ଥ୍ୟ ସେବା ଟିମ୍‌ ସଂପୃକ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ମୁତୟନ କରିବେ। ପୂର୍ବ ନିର୍ଦ୍ଧାରିତ ନିୟମ ଅନୁସାରେ ଚେକ୍‌ ପଏଣ୍ଟରେ ଓଡ଼ିଶାକୁ ଆସୁଥିବା ସମସ୍ତ ଗାଡ଼ି କିମ୍ବା ଓଡ଼ିଶା ମଧ୍ୟ ଦେଇ ଅତିକ୍ରମ କରୁଥିବା ଗାଡ଼ିଗୁଡ଼ିକର ପଞ୍ଜୀକୃତ ତଥ୍ୟ ଭିତ୍ତି ଯାଞ୍ଚ କରାଯିବ। ଓଡ଼ିଶାକୁ ଫେରୁଥିବା ସମସ୍ତ ବ୍ୟକ୍ତିଙ୍କ ଡାହାଣ ହାତ କହୁଣି ତଳେ ଷ୍ଟାମ୍ପ ଲଗାଯିବ, ଯାହାକି କ୍ବାରାଣ୍ଟାଇନ୍‌ ଅବଧି ନିଦ୍ଧର୍ର୍ାରଣ ବେଳେ କାମରେ ଆସିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି। ଚେକ୍‌ ପଏଣ୍ଟ ପାଖରେ ତଥ୍ୟ ଯାଞ୍ଚ ପରେ ଓଡ଼ିଶା ଭିତରେ ଗାଡ଼ିର ଗତିପଥ ଏବଂ ଗନ୍ତବ୍ୟସ୍ଥଳ ବାବଦରେ ଗାଡ଼ିରେ ଏକ ଷ୍ଟିକର ଲଗାଯିବ, ଯାହାକି ରାଜ୍ୟ ଭିତରେ ଗାଡ଼ିର ଯିବା ଆସିବା ପାଇଁ ପରମିଟ୍‌ ଭାବେ କାର୍ଯ୍ୟ କରିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି। ଓଡ଼ିଶା ଭିତରକୁ ପ୍ରବେଶ କରିବା ନିମନ୍ତେ ସୁନ୍ଦରଗଡ଼, କେନ୍ଦୁଝର, କୋରାପୁଟ, ଗଞ୍ଜାମ, ମୟୂରଭଞ୍ଜ, ଝାରସୁଗୁଡ଼ା, ରାୟଗଡ଼ା, ନୂଆପଡ଼ା, ବାଲେଶ୍ୱର, ବରଗଡ଼, ମାଲକାନଗିରି ଆଦି ସୀମାବର୍ତ୍ତୀ ଜିଲାଗୁଡ଼ିକରେ ୧୨ଟି ‘ସୀମା ଚେକ୍‌ ପଏଣ୍ଟ’ ନିର୍ଦ୍ଧାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri