ଫିଟ୍‌ନେସ୍‌ ସିକ୍ରେଟ୍‌ କହିଲେ ମନୀଷ

ମୁମ୍ବାଇ : ଲକ୍‌ଡାଉନ୍‌ ସମୟରେ ସେଲିବ୍ରିଟ୍‌ମାନେ ଘରେ ରହି ସମୟ ଅତିବାହିତ କରୁଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ହାସ୍ୟ ଅଭିନେତା ମନୀଷ ପାଲ୍‌। କିନ୍ତୁ ଏହି ସମୟରେ ତାଙ୍କର ଫିଟ୍‌ନେସ୍‌ ଯେମିତି ପ୍ରଭାବିତ ନ ହେବ ସେଥିପ୍ରତି ସେ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ପ୍ରତିଦିନ ସ୍ତ୍ରୀଙ୍କ ସହ ୧୦ ମହଲା କୋଠାର ସିଡ଼ି ଚଢ଼ି ଓହ୍ଲାଉଛନ୍ତି। ଏହା ବ୍ୟତୀତ ନିଜ ଘରେ ଆବଶ୍ୟକ ଜିମ୍‌ ଉପକରଣ ତିଆରି କରିଛନ୍ତି। ଏହି ସମୟରେ ପରିବାର ଲୋକେ ଘରେ ଅନ୍ୟ କାମରେ ବ୍ୟସ୍ତ ରହୁଥିବା ବେଳେ ମନୀଷ ତାଙ୍କ କ୍ୟାଲୋରୀ ହ୍ରାସ କରିବାର ନୂଆ ତରିକା ଆପଣାଇଛନ୍ତି।
ମନୀଷ କୁହନ୍ତି, ‘ମୁଁ ସାରେଗାମା ପା ଲିଟିଲ ଚାମ୍ପ୍‌ସ୍‌ ଶୁଟିଂ ସହିତ ଯୁବ ପ୍ରତିଯୋଗୀଙ୍କୁ ବହୁ ମିସ୍‌ କରୁଛି। ମୁଁ ମଧ୍ୟ ଘରେ ରହିବାର ଆବଶ୍ୟକତାକୁ ବୁଝିପାରୁଛି। ମୁଁ ଜାଣିଥିଲି ଯେ ଏହି ଲକ୍‌ଡାଉନ୍‌ ସମୟରେ ଜିମ୍‌ ଯାଇପାରିବି ନାହିଁ। କିନ୍ତୁ ପ୍ରତିଦିନ ବ୍ୟାୟାମ କରିବାକୁ ଚାହୁଁଥିଲି। ତେଣୁ କିଛି ଜିମ୍‌ ଉପକରଣ କିଣିଥିଲି। ଯାହା କିଛି ହେଇଯାଉନା କାହିଁକି ମୁଁ ଏବଂ ମୋ’ ସ୍ତ୍ରୀ ଏହି ଲକ୍‌ଡାଉନ୍‌ ସମୟରେ ଫିଟ୍‌ ରହିବାକୁ ଚାହୁଁଛୁ। ସେଥିପାଇଁ ଘର ପାଇଁ ଡମ୍ବଲ, ବେଞ୍ଚ ଏବଂ ଷ୍ଟିକ୍‌ କିଣିଥିଲି। ଏହା ବ୍ୟତୀତ ମୋ’ ସ୍ତ୍ରୀ ମଧ୍ୟ ଅନେକ ତାଲିମ ଦିଇନ୍ତି। ତେଣୁ ଆମେ ଅନେକ ପ୍ଲାକ, ପୁସ୍‌ଅପ, ଅବସ କ୍ରଞ୍ଚ ଆଦି କରୁଛୁ। ବାସ୍ତବରେ ଫିଟ୍‌ ରହିବା ପାଇଁ ଆମେ ପ୍ରତିଦିନ ୧୦ ମହଲା କୋଠ ଚଢୁଛୁ। ୨୦ ମିନିଟ୍‌ ପର୍ଯ୍ୟନ୍ତ ବ୍ୟାୟାମ କରୁଛୁ। ଏହା ଠିକ୍‌ ଯେ ସୁସ୍ଥ ରହିବାକୁ ଆମେ ଏପରି କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ରାମାୟଣ ସେଟ୍‌ରୁ ରଣବୀର କପୁର-ସାଇ ପଲ୍ଲବୀଙ୍କ ଲୁକ୍‌ ଭାଇରାଲ୍‌, ରାମ-ସୀତା ଅବତାରରେ ଆସିଲେ ନଜର

ଭୁବନେଶ୍ୱର,୨୭।୪: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର...

ସଲମାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା: ମାଷ୍ଟରମାଇଣ୍ଡଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ଜାରି

ମୁମ୍ବାଇ,୨୭।୪: ବାନ୍ଦ୍ରାସ୍ଥିତ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଆବାସ ବାହାରେ ହୋଇଥିବା ଗୁଳିମାଡ଼ ଘଟଣାରେ ଅନ୍‌ମୋଲ ବିଶ୍ନୋଇଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି। ଅନମୋଲ...

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri