Posted inଫୁରସତ

ପକ୍ଷୀ ଭଳି ଲାଗୁଥିବା ଡାଇନୋସର

ପ୍ରାଣୀଟି ଦେଖିବାକୁ ଠିକ୍‌ ବତକ ଭଳି। ମାତ୍ର ଏହା ବତକ ନୁହେଁ। ଏକଥା କହିଲେ ଆହୁରି ଆଶ୍ଚର୍ଯ୍ୟ ଲାଗିବ ଯେ, ଏହା ଏକ ପକ୍ଷୀ ହିଁ ନୁହେଁ। ଏହା ହେଉଛି ଏକ ଡାଇନୋସର। ଅତି ପ୍ରାଚୀନ ପ୍ରସ୍ତର ଯୁଗରେ ହିଁ ଏଭଳି ଡାଇନୋସର ପ୍ରଚୁର ମାତ୍ରାରେ ଦେଖିବାକୁ ମିଳୁଥିଲେ। ଖାଲି ଦେଖିବାକୁ ମିଳୁ ନ ଥିଲେ ଲୋକମାନେ ଏହାକୁ ଗୃହପାଳିତ କରି ମଧ୍ୟ ରଖୁଥିଲେ। ଏହି ଡାଇନୋସରଟି ଚଢ଼େଇ ଭଳି ଆକାଶରେ ଉଡ଼ି ପାରୁଥିଲା। ବତକ ଭଳି ପାଣିରେ ପହଁରି ପାରୁଥିଲା। କୁକୁଡ଼ା ଭଳି ମାଟିରେ ଚାଲିପାରୁଥିଲା। ଏକଥା କହିଛନ୍ତି ଇଟାଲୀର ବଲୋଗ୍ନା ମ୍ୟୁଜିିୟମ୍‌ର ଗବେଷକ ଆଣ୍ଡ୍ରିଆ କାଓ। ଆଣ୍ଡ୍ରିଆ ଏବଂ ତାଙ୍କର ଗବେଷକ ଦଳ ଏକ ସଦ୍ୟ ଆବିଷ୍କୃତ ଫସିଲ ବା ଜୀବାଶ୍ମ ଉପରେ ଗବେଷଣା କରି ଏକଥା କହିଛନ୍ତି। ଜୀବାଶ୍ମଟିକୁ ସେମାନେ ଥ୍ରୀ ଡାଇମେନ୍‌ସନ୍‌ (ଥ୍ରୀ ଡି) ଜରିଆରେ ସ୍କାନ କରିବାକୁ ପ୍ରଥମେ ସ୍ଥିର କରିଥିଲେ। ମାତ୍ର କାଳେ ଫସିଲଟି ନଷ୍ଟ ହୋଇଯିବ ସେଥିଲାଗି ସେମାନେ ସାଇନ୍‌କ୍ରୋଟନ ରେଡିଏସନ୍‌ ଜରିଆରେ ସ୍କ୍ରିନିଂ କରିଥିଲେ। ଏଥିରୁ ଜଣା ପଡ଼ିଥିଲା ଯେ ଅବିକଳ ପକ୍ଷୀ ଭଳି ମନେ ହେଉଥିବା ଏହି ଡାଇନୋସର୍‌ର ଅସ୍ଥିସବୁ ଅତ୍ୟନ୍ତ ଶକ୍ତ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri