Odisha Elections 2024
Posted inଜାତୀୟ

ସାମ୍ବିଧାନିକ ବୈଧତାକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ା୨(ପି.ଟି.): ଅନୁସୂଚିତ ଜାତି/ଜନଜାତି (ଏସ୍‌ସି/ଏସ୍‌ଟି) ସଂଶୋଧନ ଆଇନ, ୨୦୧୮ର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟ ସୋମବାର କାଏମ ରଖିଛନ୍ତି। ଏହି ଆଇନରେ ଏତଲା ରୁଜୁ କରିବା ପୂର୍ବରୁ ପ୍ରାଥମିକ ତଦନ୍ତ ଜରୁରୀ ନୁହେଁ କିମ୍ବା ଏଥିପାଇଁ କୌଣସି ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁମୋଦନର ଆବଶ୍ୟକତା ନାହିଁ ବୋଲି ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି। ପ୍ରତି ନାଗରିକ ଅନ୍ୟମାନଙ୍କୁ ସମାନ ଭାବେ ବ୍ୟବହାର ଦେଖାଇବା ଓ ଭ୍ରାତୃଭାବ ଚିନ୍ତାଧାରାକୁ ଅନୁପାଳନ କରିବା ଆବଶ୍ୟକ ବୋଲି ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ ରବୀନ୍ଦ୍ର ଭଟ୍ଟ କହିଛନ୍ତି। ତେବେ ଏସ୍‌ସି/ଏସ୍‌ଟି ଆଇନରେ ପ୍ରାଥମିକ ଅନୁଧ୍ୟାନରୁ ଅଭିଯୋଗର ସତ୍ୟତା ନ ମିଳିଲେ ଅଦାଲତ ଆଗୁଆ ଜାମିନ ପ୍ରଦାନ କରିପାରିବେ ବୋଲି ଜଷ୍ଟିସ ଭଟ୍ଟ କହିଛନ୍ତି।
ଅନୁସୂଚିତ ଜାତି/ଜନଜାତି ସଂଶୋଧନ ଆଇନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା। କଠୋର ଆଇନ ବ୍ୟବସ୍ଥାକୁ କୋହଳ କରିବା ପାଇଁ ସୁପ୍ରିମକୋର୍ଟ ୨୦୧୮ରେ ରାୟ ଦେଇଥିବାବେଳେ ଏହାକୁ ରଦ୍ଦ କରିବା ଲାଗି କେନ୍ଦ୍ର ସରକାର ଆଇନରେ ସଂଶୋଧନ କରିଥିବା ପିଟିଶନରେ ଦର୍ଶାଯାଇଥିଲା। ଏହା ଉପରେ ରହିତାଦେଶ

ଲାଗି ହୋଇଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ଗତବର୍ଷ ଜାନୁୟାରୀରେ ଅଗ୍ରାହ୍ୟ କରିଦେଇଥିଲେ। ଏହି ଆଇନରେ ଅପରାଧୀଙ୍କୁ ଆଗୁଆ ଜାମିନ ନ ଦେବା ବ୍ୟବସ୍ଥାକୁ କାଏମ ରଖାଯାଇଥିଲା।
କଠୋର ଏସ୍‌ସି/ଏସ୍‌ଟି ଆଇନକୁ ସରକାରୀ କର୍ମଚାରୀ ଓ ଘରୋଇ ବ୍ୟକ୍ତିବିଶେଷଙ୍କ ବିରୋଧରେ ଅପବ୍ୟବହାର କରାଯାଉଥିବା ଅନୁଭବ କରି ଏତଲା ଦାଏର ପରେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ନ କରିବା ପାଇଁ ସୁପ୍ରିମକୋର୍ଟ ୨୦୧୮ ରାୟରେ କହିଥିଲେ। ଏହାକୁ ବିରୋଧ କରି ଦେଶବ୍ୟାପୀ ହିଂସାତ୍ମକ ଆନ୍ଦୋଳନ ହୋଇଥିଲା, ଯେଉଁଥିରେ ଅନେକ ମୃତାହତ ହୋଇଥିଲେ। କୋର୍ଟଙ୍କ ଏହି ରାୟକୁ ଅକାମୀ କରିବା ପାଇଁ ପାର୍ଲାମେଣ୍ଟରେ ୨୦୧୮ ଅଗଷ୍ଟ ୯ରେ ଏକ ବିଲ୍‌ ଗୃହୀତ ହୋଇଥିଲା। ପରେ ସର୍ବୋଚ୍ଚ ଅଦାଲତଙ୍କ ୨୦୧୮ ମାର୍ଚ୍ଚ ରାୟର ସମୀକ୍ଷା ଲାଗି କେନ୍ଦ୍ର ସରକାର ଏକ ପିଟିଶନ ଦାଏର କରିଥିଲେ। ସଂଶୋଧିତ ଆଇନରେ ଅନୁସୂଚିତ ଜାତି/ ଜନଜାତିଙ୍କ ପ୍ରତି ଅତ୍ୟାଚାର ମାମଲାରେ ଆଗୁଆ ଜାମିନ ନ ଦେବାର ବ୍ୟବସ୍ଥା ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜିତିଲେ ସିବଲ, ସୁପ୍ରିମକୋର୍ଟ ବାର ଆସୋସିଏଶନର ଅଧ୍ୟକ୍ଷ ହେଲେ କପିଲ ସିବଲ

ନୂଆଦିଲ୍ଲୀ,୧୬।୫: ବରିଷ୍ଠ ଓକିଲ କପିଲ ସିବଲ ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଗୁରୁବାର (୧୬ ମେ’) ରେ ଅନୁଷ୍ଠିତ ନିର୍ବାଚନରେ କପିଲ...

ସୋସିଆଲ ମିଡିଆରେ କଂଗ୍ରେସ ହିଟ! କଂଗ୍ରେସର ମନିଫେଷ୍ଟୋକୁ ୮୮ ଲକ୍ଷଥର କରାଯାଇଛି ଡାଉନଲୋଡ

ନୂଆଦିଲ୍ଲୀ,୧୬।୫: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ କେବଳ ମଇଦାନରେ କରାଯାଉନାହିଁ, ସୋସିଆଲ ମିଡିଆ ମଧ୍ୟ ଏହାର ପ୍ରଚାର ପାଇଁ ଏକ ପ୍ରମୁଖ ମାଧ୍ୟମ...

ଗୋଟିଏ ମଞ୍ଚରେ ଏକାଠି ନଜର ଆସିବେ ମୋଦି-ରାଜ ଠାକରେ

ମୁମ୍ବାଇ,୧୬।୫: ଭାଜପା ଏହାର ସହଯୋଗୀ ତଥା ମହାରାଷ୍ଟ୍ର ନବନିର୍ମାଣ ସେନାଙ୍କ ସହ ମହାରାଷ୍ଟ୍ରର ଅବଶିଷ୍ଟ ୧୩ ଟି ସିଟ ଉପରେ ବାଜି ଲଗାଇବାକୁ ପ୍ରସ୍ତୁତ ହେଉଛି।...

କୋଭିଶିଲ୍ଡ ଟିକାର ମାରାତ୍ମକ ରକ୍ତଜମାଟ ପ୍ରତିକ୍ରିୟା ଭିଆଇଟିଟି

ନୂଆଦିଲ୍ଲୀ,୧୬ା୫ : ଆଷ୍ଟ୍ରାଜେନିକା କମ୍ପାନୀ ଏହାର କୋଭିଶିଲ୍ଡ ଟିକାକୁ ସାରା ବିଶ୍ୱରୁ ପ୍ରତ୍ୟାହାର କରିନେବାର ସପ୍ତାହେ ପରେ ଏହାର ଅନ୍ୟ ଏକ ମାରାତ୍ମକ ପାର୍ଶ୍ୱ ପ୍ରତିକ୍ରିୟା...

କାଳବୈଶାଖୀ ନେଲା ୧୧ ଜୀବନ

କୋଲକାତା,୧୬।୫: ଗୁରୁବାର ପଶ୍ଚିମବଙ୍ଗର ମାଲଦାଠାରେ ପ୍ରକୃତି ତାଣ୍ଡବ ରଚିଛି। ବାତ୍ୟା ପରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟିଥିବାର ସୂଚନା ମିଳିଛି ଯେଉଁଥିରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର...

ଏନଡିଏରେ ସାମିଲ ହେଲେ ଦାଗି ନେତାଙ୍କ ପ୍ରତି ସଫ୍ଟ ହୋଇ ଯାଉଛି କେନ୍ଦ୍ରୀୟ ଏଜେନ୍ସି? ଜବାବ ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬।୫: ଲୋକ ସଭା ନିର୍ବାଚନ ପାଇଁ ଚାରୋଟି ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଛି। ୪୦୦ ଟି ଆସନ ଲକ୍ଷ୍ୟ ହାସଲ କରିବା ପାଇଁ ଭାରତୀୟ ଜନତା...

ଆରମ୍ଭ ହେଲା ହୋମ ଭୋଟିଂ, ୧୦୨୨ ଭୋଟର ଘରେ ଭୋଟ ଦେବାକୁ ବାଛିଲେ ବିକଳ୍ପ

ନୂଆଦିଲ୍ଲୀ,୧୬।୫: ମେ ୨୫ରେ ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଗୁରୁଗ୍ରାମ ଲୋକ ସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ଗୁରୁଗ୍ରାମର କୌଣସି...

ପୋଲିସକୁ ବୟାନ ଦେଲେ ଶ୍ୱାତି ମାଲିଓ୍ବାଲ, କହିଲେ ସମ୍ପୂର୍ଣ୍ଣ ଘଟଣାକ୍ରମ

ନୂଆଦିଲ୍ଲୀ,୧୬।୫: ଦୀର୍ଘ ସମୟର ଅପେକ୍ଷା କରିବା ପରେ ରାଜ୍ୟ ସଭା ଏମପି ଶ୍ୱାତି ମାଲିୱାଲ ଶେଷରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ନିକଟରେ ତାଙ୍କ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri