ମାସେ ହେଲା ୮ ନଳକୂଅ ଅଚଳ

ବାମରା, ୪।୬ (ସ୍ବ.ପ୍ର.)
ବାମରା ବ୍ଲକ ସଦର ମହୁକୁମା ଗୋବିନ୍ଦପୁର ପଞ୍ଚାୟତରେ ଗତ ପ୍ରାୟ ୧ମାସ ହେବ ୮ଟି ନଳକୂଅ ଅଚଳ ହୋଇପଡିଥିବାରୁ ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି । ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ନା ସ୍ଥାନୀୟ ସରପଞ୍ଚ ଗୁରୁତ୍ୱ ଦେଉଛନ୍ତି ନା ବିଡିଓ ଗୁରୁତ୍ୱ ଦେଉଛନ୍ତି । ଉଭୟ ପକ୍ଷରୁ ଦୋଷ ଲଦାଲଦି ଚାଲିଛି।
ଗୋବିନ୍ଦପୁର ପଞ୍ଚାୟତରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକେ ବସବାସ କରୁଛନ୍ତି। ବ୍ୟବସାୟିକ ଓ ଗମନାଗମନ ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ହେଲେ ପାନୀୟ ଜଳ ଏକ ମୁଖ୍ୟ ସମସ୍ୟା। ୫ବର୍ଷ ପୂର୍ବେ ଡ୍ରେନ ଓ ରାସ୍ତା ନିର୍ମାଣ ସମୟରେ ପାଣି ପାଇପ୍‌ ଫାଟିଯିବା ପରଠାରୁ ଏ ପର୍ଯ୍ୟନ୍ତ ଗୋବିନ୍ଦପୁର ଅଞ୍ଚଳର ୩ରୁ ୪ଟି ୱାର୍ଡ ଓ ବଡ ଡୁମେରମୁଣ୍ଡାର ୨ଟି ୱାର୍ଡ ସଂପୂର୍ଣ୍ଣ ପ୍ରଭାବିତ ହୋଇ ରହିଛି । ଏ ନେଇ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ, ବ୍ଲକ ପ୍ରଶାସନ, ପୂର୍ତ୍ତବିଭାଗ ଓ ପଞ୍ଚାୟତକୁ ଦୌଡି ଦୌଡି ଲୋକେ ନିରାଶ ହୋଇ ପଡିଛନ୍ତି । ବର୍ତ୍ତମାନ ପ୍ରାୟ ୧ମାସ ହେବ ପଞ୍ଚାୟତର ଗଣେଶନଗର, ନୂଆଁଟୋଲି (ହରିପଡା), ବଡ ଡୁମେରମୁଣ୍ଡା ଅଙ୍ଗନୱାଡି ପଡା ଓ ତୁରୀପଡା, ପଣ୍ଡରିପଥର, ମୁଣ୍ଡାଢ଼ିପାର ବଗିଚାପଡା, ନୂଆଁଡିହି, ମୁଣ୍ଡାଢ଼ିପା ଛକ ଓ ଷ୍ଟେସନବସ୍ତିରେ ଥିବା ଗୋଟିଏ ଲେଖାଏଁ ନଳକୂଅ ସଂପୂର୍ଣ୍ଣ ଅଚଳ ହୋଇ ପଡି ରହିଛି । ଏ ନେଇ ସରପଞ୍ଚଙ୍କୁ ପଚାରିବାରୁ ବାମରା ବିଡିଓ ଏଥିରେ କୌଣସି ସହଯୋଗ କରୁନାହାନ୍ତି । ନ ହେଲେ ସେ ଏଥିପାଇଁ ସଦାବେଳେ ଚେଷ୍ଟିତ ବୋଲି ସଫେଇ ଦେଇଥିଲେ । ଅପରପକ୍ଷେ, ବିଡିଓ ସୁଶୀଲ କୁଜୁରଙ୍କୁ ପଚାରିବାରୁ ସରପଞ୍ଚ ମିନାକ୍ଷୀ ମାଝୀ ଜାଣିଶୁଣି ଏହିଭଳି କରୁଛନ୍ତି ବୋଲି କହିଥିଲେ । ପଞ୍ଚାୟତ ଫଣ୍ଡରୁ ଟଙ୍କା ଟ୍ରାନ୍ସଫର କଲାପରେ ନଳକୂଅର ବିଭିନ୍ନ ସରଞ୍ଜାମ ଯୋଗାଇବାର ନିୟମ ରହିଛି । ମାତ୍ର ସେ ଏହିଭଳି ନ କରି ଦୋଷାରୋପ କରୁଛନ୍ତି ବୋଲି ପାଲଟା ଅଭିଯୋଗ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍‌ ରାଲି

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଟୋକନ ସମସ୍ୟାକୁ ନେଇ ଚାଷୀଙ୍କ ଅଭିନବ ପ୍ରତିବାଦ: ଖୁଚୁରା ଧାନ ବିକିଲେ ଚାଷୀ

ସମ୍ବଲପୁର,୧୬।୧୨(ପ୍ରମୋଦ ବହିଦାର): ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ମିଳିବା ସମସ୍ୟାକୁ ନେଇ ମଙ୍ଗଳବାର ସମ୍ବଲପୁରଠାରେ ଚାଷୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଚାଷୀମାନେ ପ୍ରଥମେ...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ଜାତୀୟ ରାଜପଥରେ ଗର୍ଜିଲେ ଚାଷୀ

ସମ୍ବଲପୁର,୧୨।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଟୋକନ ମିଳିବା ବିଳମ୍ବକୁ ନେଇ ତାତି ଉଠିଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀ ଶୁକ୍ରବାର ପୂର୍ବାହ୍ନରୁ ସମ୍ବଲପୁର ସହରର ୨କୁ ନେଇ ଚାଷୀ...

ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା, ଛାତ୍ର ଅଟକ

ସମ୍ବଲପୁର,୪ା୧୨: ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଜଣେ ଛାତ୍ର ଅଟକ ଅଛନ୍ତି। ଛାତ୍ରୀଙ୍କୁ ଛାତ୍ର ଜଣଙ୍କ ପ୍ରବଳ ମାଡ଼ ମାରିଥିବା ବୁର୍ଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri