ପଡି ରହିଛି ଧାନ: ଟାର୍ଗେଟ ବଢାଇବାକୁ ଦାବିକଲେ ଚାଷୀ

ଖପ୍ରାଖୋଲ, ୩ା୧(ଡି.ଏନ.ଏ.) – ଚଳିତ ବର୍ଷ ଭଲ ଧାନ ଉତ୍ପାଦନ ହୋଇଛି । ହେଲେ ମଣ୍ଡିରେ ଧାନ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ । ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପ୍ରାଥମିକ କୃଷି ସମବାୟ ସମିତିର ଯୁରିଆ ଧାନ ମଣ୍ଡିରେ ଖୋଲା ଆକାଶ ତଳେ ପଡି ରହିଛି ଶହଶହ ବସ୍ତା ଧାନ । ଟାର୍ଗେଟ ନ ଥିବାରୁ ବିକ୍ରି ହୋଇ ପାରୁ ନ ଥିବାବେଳେ ସମବାୟ ସମିତି କର୍ତ୍ତୃପକ୍ଷ ଟାର୍ଗେଟ ବଢାଇବାକୁ ଲେଖିଥିଲେ ବି ଟାର୍ଗେଟ ବଢିନି ।
ସୂଚନା ଅନୁସାରେ ଏଠାରେ ୫୩୫ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରି ଟୋକନ ପାଇଥିଲେ। ଟାର୍ଗେଟ ରହିଥିଲା ୫୬ ହଜାର ୭ ଶହ କୁଇଣ୍ଟାଲ ା ହେଲେ ପ୍ରଥମେ ଏହି ସମବାୟ ସମିତିକୁ ଯୋଗାଣ ବିଭାଗ ତରଫରୁ ୩୦ ହଜାର ୪ ଶହ କୁଇଣ୍ଟାଲ ଧାନ କିଣା ଟାର୍ଗେଟ ଦିଆଯାଇଥିବାବେଳେ ତାହା ଶେଷ ହୋଇଛି ା ୫୩୫ ଜଣ ଚାଷୀଙ୍କ ମଧ୍ୟରୁ ୨୪୩ ଜଣଙ୍କଠାରୁ ଧାନକିଣା ସରିଛି ା ଏବେ ଧାନ ବିକିବା ପାଇଁ ପ୍ରାୟ ୨୯୨ଜଣ ଚାଷୀ ଅପେକ୍ଷାରେ ଅଛନ୍ତି। କେବେ ଟାର୍ଗେଟ ଆସିବ ଏହାକୁ ସେମାନେ ଚାହିଁ ରହିଛନ୍ତି ା ଏହି ସମୟରେ ଗଲା କିଛିଦିନ ହେଲା କୋହଲା ପାଗ ଓ ବର୍ଷା ସମ୍ଭାବନା ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି ା ଧାର କରଜ କରି ଚାଷୀ ବହୁ କଷ୍ଟରେ ଫସଲ ଉତ୍ପାଦନ କରିଥିବାବେଳେ ବିକ୍ରି ପାଇଁ ପ୍ରତି ବର୍ଷ ଏଭଳି ସମସ୍ୟା ଲାଗି ରହୁଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅବିଳମ୍ବେ ଟାର୍ଗେଟ ନ ବଢାଇଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଏ ନେଇ ପାଟଣାଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ବିଜୟ କୁମାର କୁଲୁଙ୍କୁ ପଚାରିବାରୁ ପ୍ରଥମ ଟାର୍ଗେଟ ପ୍ୟାକ୍ସ ମାନଙ୍କର ଶେଷ ହୋଇଛି। ଏହାକୁ ବଢାଇବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଜତ କରାଯାଇଛି ା ଆଗାମୀ ଦିନରେ ଟାର୍ଗେଟ ବଢିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

ମୁଣ୍ଡଜାମିନ ରଖି ପୁତୁରାକୁ ମାରିଲେ କକା

ଟିଟିଲାଗଡ଼,୨୧ା୪(ଶରତ ମିଶ୍ର)ଟଙ୍କା ପାଇଁ ମଣିଷ କେତେ କ୍ରୂର ହୋଇଯାଏ ତାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ବେଲପଡ଼ା ଗ୍ରାମରେ। ୧୪...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri