ଜାକର୍ତ୍ତା,୨୪।୧୨: ଇଣ୍ଡୋନେସିଆର ଦକ୍ଷିଣ ସୁମାତ୍ରା ଅଞ୍ଚଳରେ ସୋମବାର ରାତିରେ ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଅତିକମ୍ରେ ୨୪ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୩ ଆହତ ହୋଇଥିବା ସୂଚନା ମିଳିଛି। ବସ୍ଟି ଏକ ପାହାଡ଼ ତଳକୁ ଖସି ପଡିବା ଫଳରେ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଅନ୍ତରା ନ୍ୟୁଜ ଏଜେନ୍ସିର ସୂଚନା ଅନୁଯାୟୀ ବସ୍ରେ ମୋଟ ୩୭ ଜଣ ଯାତ୍ରୀ ଥିବା ବେଳେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ଚିକିତ୍ସା ଲାଗି ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


