ଖେଳ

କରୋନାରୁ ଆରୋଗ୍ୟ ହେଲେ ଫେଲାଇନି

ସାଂଘାଇ, ୧୫ା୪ (ଏଏଫ୍‌ପି)-କରୋନା ଭାଇରସ୍‌ ପାଇଁ ଚାଇନାରେ ଚିକିତ୍ସିତ ହେଉଥିବା ପୂର୍ବତନ ମାଞ୍ଚେଷ୍ଟର ୟୁନାଇଟେଡ୍‌ ଷ୍ଟାର ମାରୋନେ ଫେଲାଇନି ମଙ୍ଗଳବାର ଡାକ୍ତରଖାନା ଛାଡ଼ିଛନ୍ତି। ୩୨ ବର୍ଷୀୟ ଶାନ୍‌ଡଙ୍ଗ୍‌ ଲୁନେଙ୍ଗ୍‌ ମିଡ୍‌ଫିଲ୍ଡର ଚାଇନିଜ ସୁପର ଲିଗ୍‌ (ସିଏସ୍‌ଏଲ୍‌)ର ଏକମାତ୍ର ଖେଳାଳି ଭାବେ କରୋନା…

ରିଚର୍ସ ଆର୍ଟିକିଲ ପଢିବା ସହ ପରିବାରକୁ ସମୟ ଦେଉଛନ୍ତି ଶୁଭକାନ୍ତ

କଟକ ଅଫିସ,୧୫ା୪- ରାଜ୍ୟ ସିନିୟର କ୍ରିକେଟ ଦଳର ଫିଜିଓ ହେଲେ ଶୁଭକାନ୍ତ ସାହୁ। ୨୦୧୧ ମସିହାରୁ ରାଜ୍ୟ ସିନିୟର ଖେଳାଳିଙ୍କ ଫିଟ୍‌ନେସ ଭାର ଶୁଭକାନ୍ତଙ୍କ କାନ୍ଧରେ। ଏପରିକି ସେ ହେଉଛନ୍ତି ରାଜ୍ୟର ଏକମାତ୍ର ଲେଭଲ-୧ ଫିଜିଓ। ସମ୍ପ୍ରତି ଲକ୍‌ଡାଉନ୍‌ ସମୟରେ ଘରେ…

ଏଆଇଏଫ୍‌ଏଫ୍‌ର ଅନ୍‌ଲାଇନ୍‌ ସେମିନାର

ନୂଆଦିଲ୍ଲୀ,୧୪।୪ (ପି.ଟି.): କୋଭିଡ୍‌-୧୯ କାରଣରୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଏକ ନୂଆ ପଦକ୍ଷେପ ନେଇଛି। ଏଆଇଏଫ୍‌ଏଫ୍‌ ୩ଟି ଅନ୍‌ଲାଇନ୍‌ ସେମିନାର ଆୟୋଜିତ କରିଛି। କୋଚିଂର କୌଶଳର ଉନ୍ନତି ନେଇ ଏହି…

ଟୋକିଓ ୨୦୨୦: ଆଉଥରେ ଅଲିମ୍ପିକ୍ସ ଘୁଞ୍ଚାଇବାକୁ ଯୋଜନା ନାହିଁ

ଟୋକିଓ,୧୪।୪(ଏପି): କୋଭିଡ୍‌-୧୯ ମହାମାରୀ ପାଇଁ ଆଉଥରେ ଅଲିମ୍ପିକ୍ସକୁ ଘୁଞ୍ଚାଇବାକୁ କୌଣସ ଯୋଜନା ବା ପ୍ଲାନ- ବି ନାହିଁ ବୋଲି ଟୋକିଓ ଆୟୋଜକମାନେ କହିଛନ୍ତି। ଟୋକିଓ ଅଲିମ୍ପିକ୍ସ ମୁଖପାତ୍ର ମାସା ଟାକାୟା ଏ ନେଇ ସୂଚନା ଦେଇଛନ୍ତି। ପ୍ରଥମେ ଅଲିମ୍ପିକ୍ସ ୨୦୨୦ ଜୁଲାଇ…

ଫାଙ୍କା ଷ୍ଟାଡିୟମରେ ଟି୨୦ ବିଶ୍ୱକପ୍‌ ଆୟୋଜନକୁ ବର୍ଡରଙ୍କ ନାପସନ୍ଦ

ମେଲବୋର୍ନ, ୧୪।୪(ପି.ଟି.)- କୋଭିଡ୍‌-୧୯ ମହାମାରୀ କାରଣରୁ ଏବେ ସାରା ବିଶ୍ୱର କ୍ରୀଡ଼ା ସ୍ଥାଣୁ ହୋଇଯାଇଛି। କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ଦେଶରେ ଲକ୍‌ଡାଉନ ଜାରି ରହିଛି। ଏପରିସ୍ଥଳେ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଟି୨୦ ବିଶ୍ୱକପ୍‌ ଆୟୋଜନ ନେଇ…

ଲକ୍‌ଡାଉନ୍‌ ଏକ୍ସଟେନଶନ: ସବୁ ଜାତୀୟ ଚାମ୍ପିୟନଶିପ୍‌କୁ ସ୍ଥଗିତ ରଖିଲା ହକି ଇଣ୍ଡିଆ

ନୂଆଦିଲ୍ଲୀ,୧୪।୪(ପି.ଟି.)- କୋଭିଡ୍‌-୧୯ ମୁକାବିଲା ପାଇଁ ଦେଶରେ ଚାଲିଥିବା ଲକ୍‌ଡାଉନ୍‌ ଅବଧି ମେ ୩ ତାରିଖରୁ ବୃଦ୍ଧି ପାଇଥିବା ବେଳେ ହକି ଇଣ୍ଡିଆ ମଧ୍ୟ ଏ ସଂକ୍ରାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସାରା ଦେଶରେ ଆୟୋଜନ ହେବାକୁ ଥିବା ସବୁପ୍ରକାର ଜାତୀୟ…

ମେ ୩’ ପର୍ଯ୍ୟନ୍ତ କ୍ୟାମ୍ପ ବାତିଲ କଲା ସାଇ

ନୂଆଦିଲ୍ଳୀ, ୧୪।୪(ପି.ଟି.)- କରୋନା ଭାଇରସ ବିରୋଧରେ ଲଢେଇ ପାଇଁ ସାରା ଦେଶରେ ଚାଲିଥିବା ଲକ୍‌ଡାଉନ୍‌ର ସମୟସୀମାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାର ପ୍ରଭାବ କ୍ରୀଡ଼ା ଉପରେ ପଡିଛି। ସ୍ପୋଟର୍‌ସ ଅଥରିଟୀ ଅଫ୍‌ ଇଣ୍ଡିଆ…

କୋଭିଡ୍‌-୧୯: ଏଆଇଏଫ୍‌ଏଫ୍‌କୁ ଏଏଫ୍‌ସିର ପ୍ରଶଂସା

ନୂଆଦିଲ୍ଲୀ,୧୪। ୪ (ପି.ଟି.)- ଏସିଆନ ଫୁଟବଲ ଫେଡେରେଶନ (ଏଏଫ୍‌ସି) ଅଲଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)କୁ ଭୂୟସୀ ପ୍ରଶଂସା କରିଛି। କୋଭିଡ୍‌-୧୯ ମୁକାବିଲାରେ ଏଆଇଏଫ୍‌ଏଫ୍‌ ସମେତ ଭାରତୀୟ ଫୁଟବଲରମାନେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଉଦାହରଣ ସୃଷ୍ଟ କରିଛନ୍ତି ବୋଲି ଏଏଫ୍‌ସି କହିଛି।…

‘କରୋନା’ କଟକଣାରେ ଛନ୍ଦି ହୋଇଛି କ୍ରିକେଟ

କଟକ ଅଫିସ,୧୪ା୪-କରୋନା ପ୍ରଭାବରୁ ମୁକୁଳିନି କ୍ରୀଡ଼ା ଜଗତ। ରାଜ୍ୟ ସମେତ ସମଗ୍ର ଦେଶ ଓ ବିଶ୍ୱର କ୍ରୀଡ଼ା ସାମ୍ରାଜ୍ୟ ମଧ୍ୟ କରୋନା ଭାଇରସ ଯୋଗୁଁ ପ୍ରଭାବିତ ହୋଇଛି। ଅନେକ ପ୍ରମୁଖ ଟୁର୍ନାମେଣ୍ଟକୁ ଇତି ମଧ୍ୟରେ ବାତିଲ କରାଯାଇଛି। ଭାରତୀୟ ଘରୋଇ କ୍ରିକେଟର…

ଅନ୍‌ଲାଇନ୍‌ରେ ଲୁଡୁ ଖେଳୁଛନ୍ତି ଭାରତୀୟ ମହିଳା କ୍ରିକେଟର

ନୂଆଦିଲ୍ଲୀ, ୧୪ା୪ (ପି.ଟି.)-କରୋନା ଭାଇରସ୍‌ ମହାମାରୀ ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଏହି ସମୟରେ ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟାମାନେ ଅନ୍‌ଲାଇନ୍‌ରେ ଲୁଡୁ ଖେଳି ପରସ୍ପର ସହ ସମ୍ପର୍କ ବଜାୟ ରଖିଛନ୍ତି। ସୋମବାର ଏହି ସୂଚନା ଦେଇଛନ୍ତି…

ଡି’ଭିଲର୍ସଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଅନିଶ୍ଚିତା

ଜୋହାନ୍ସବର୍ଗ, ୧୪ା୪ (ପି.ଟି.)- ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସଙ୍କ କ୍ରିକେଟକୁ ପୁନଃ ପ୍ରତ୍ୟାବର୍ତ୍ତନକୁ ନେଇ ଅନିଶ୍ଚିତତା ଦେଖାଦେଇଛି। କୋଭିଡ୍‌-୧୯ ମହାମାରୀର ଆବିର୍ଭାବ ଯୋଗୁ ବିଶ୍ୱରେ ବହୁ କ୍ରୀଡ଼ା ଇଭେଣ୍ଟ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ଓ ଅନ୍ୟ କେତେକ…

‘ଇନ୍‌ ଆଣ୍ଡ୍‌ ଆଉଟ୍‌ ଅଫ୍‌ ଗ୍ରାସ୍‌ରୁଟ୍‌ ଫୁଟ୍‌ବଲ ଡେଭଲପମେଣ୍ଟ’ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୪ା୪ (ସ୍ପୋଟର୍‌ସ ବ୍ୟୁରୋ)- କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କା ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଚାଲିଥିବାରୁ କ୍ରୀଡ଼ା କାର୍ଯ୍ୟକଳାପ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି। ତେବେ ଏହି ସମୟରେ ଅଗ୍ରଣୀ ସ୍ପୋଟର୍‌ସ ମ୍ୟାନେଜମେଣ୍ଟ କମ୍ପାନୀ ଆଇଡିଆଜ୍‌ ଅନ୍‌ଲିମିଟେଡ୍‌ ସ୍ପୋଟର୍‌ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?