Posted inଖେଳ

ସନରାଇଜର୍ସ ଭୁବନେଶ୍ୱରଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ

ନୂଆଦିଲ୍ଲୀ, ୨୭ା୬ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳ ସନରାଇଜର୍ସ ହାଇଦ୍ରାବାଦ୍‌ ତରଫରୁ ଖେଳିବା ସୁଯୋଗ ଭାରତୀୟ ପେସ୍‌ ବୋଲର ଭୁବନେଶ୍ୱର କୁମାରଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ ବୋଲି ସେ ନିଜେ କହିଛନ୍ତି। ଡେଥ୍‌ ଓଭରରେ ବୋଲିଂ ଏବଂ ଚାପକୁ ହାତେଇବାର କୌଶଳ ଏହି ଦଳରୁ ଖେଳିବା ଦ୍ୱାରା ସେ ହାସଲ କରିପାରିଛନ୍ତି। ଭାରତର ପେସ୍‌ ବାହିନୀକୁ ବର୍ତ୍ତମାନ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଭାବେ ବିବେଚନା କରାଯାଉଛି। ଏହି ବାହିନୀର ମୁଖ୍ୟ ସଦସ୍ୟ ହେଉଛନ୍ତି ଭୁବନେଶ୍ୱର। ଅନ୍ୟମାନେ ହେଲେ ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ଶାମି ଓ ଉମେଶ ଯାଦବ। ଭୁବନେଶ୍ୱର କହିଛନ୍ତି ସେ ସବୁ ସମୟରେ ୟର୍କର ବଲ୍‌ ପକାଇ ପାରନ୍ତି। ହେଲେ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ବଲ୍‌ ପକାଇବା ଶିକ୍ଷା ସେ ୨୦୧୪ରେ ସନରାଇଜର୍ସ ହାଇଦ୍ରାବାଦରେ ଯୋଗ ଦେବାପରେ ହାସଲ କରିଥିଲେ। ଆଇପିଏଲ୍‌ର ଏହି ସଂସ୍କରଣରେ ସେ ୧୪ଟି ମ୍ୟାଚ ଖେଳିଥିଲେ। ଦଳ ତାଙ୍କୁ ଇନିଂସର ଆରମ୍ଭ ଏବଂ ଶେଷ ଭାଗରେ ବୋଲିଂରେ ନିୟୋଜିତ କରିଥିଲା। ଡେଥ୍‌ ଓଭର ବୋଲିଂ ବେଳେ ଚାପକୁ କପରି ହାତେଇବାକୁ ହୁଏ ତାହା ମଧ୍ୟ ସେ ଶିକ୍ଷା କରିପାରିଥିଲେ, ଯାହାକୁ ତାଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ ବୋଲି ସେ ମନେକରନ୍ତି। କ୍ରିକେଟବାଜି ଶୋ ଶୀର୍ଷକ କାର୍ଯ୍ୟକ୍ରମରେ ଭାଗନେଇ ଦୀପ ଦାସଗୁପ୍ତାଙ୍କୁ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ଭାରତୀୟ ପେସ୍‌ ବୋଲର ଏକଥା ପ୍ରକାଶ କରିଛନ୍ତି। ଇତିମଧ୍ୟରେ ୧୩୨ ଅନ୍ତର୍ଜାତୀୟ ଦିନିକିଆ ଏବଂ ୬୩ ଟେଷ୍ଟ ଉଇକେଟ ହାସଲ କରିଥିବା ଭୁବନେଶ୍ୱର କହିଛନ୍ତି, ଯେତେବେଳେ ପୂର୍ବତନ ଭାରତ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ଫଳାଫଳକୁ ଆଶା ନ କରି ନିଜ ବୋଲିଂ ଲାଇନ୍‌ ଉପରେ ଧ୍ୟାନ ଦେବା ଆରମ୍ଭ କଲି ଓ ମୁଁ ଲକ୍ଷ୍ୟ ହାସଲ କରିବାରେ ଲାଗିଲି। କୋଭିଡ୍‌-୧୯ ମହାମାରୀ ଯୋଗୁ ସେ ଲକ୍‌ଡାଉନ୍‌ ସମୟକୁ କିପରି ଅତିବାହିତ କରୁଛନ୍ତି ବୋଲି ପଚରାଯିବାରେ ଭୁବନେଶ୍ୱର କହିଛନ୍ତି, ପ୍ରଥମ ୧୫ ଦିନ ମୋ ମନରେ ଉତ୍ସାହ ଜାଗ୍ରତ ହୋଇଥିଲା। ହେଲେ ଏହା କେତେଦିନ ଧରି ଚାଲିବ ତାହା ଅସ୍ପଷ୍ଟ ହେବାରୁ ମଁୁ ବିବ୍ରତ ହୋଇପଡ଼ିଥିଲି। ଘରେ କୌଣସି ସରଞ୍ଜାମ ନ ଥିବାରୁ କେମିତି ବ୍ୟାୟାମ କରିବି ତାହା ଚିନ୍ତା କରିଥିଲି। ଭାବୁଛି କିଛି ମାସ ମଧ୍ୟରେ ପରିସ୍ଥିତିରେ ସୁଧାର ଆସିଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁସ୍ଥ ହେଲେ କ୍ୟାପ୍‌ଟେନ୍‌

ବର୍ମିଂହାମ,୩।୭: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ରୋହିତ ଶର୍ମା କରୋନା ସଂକ୍ରମିତ ହୋଇଥିଲେ। ଏଥିଲାଗି ସେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ମ ଟେଷ୍ଟ ମ୍ୟାଚ୍‌...

ଆଇପିଏଲ୍‌ରେ ପ୍ରଥମ ଖେଳାଳି ଭାବେ ଏହି ସଫଳତା ପାଇଲେ ଜାଡେଜା

ଦୁବାଇ, ୩।୧୦: ଚଳିତ ଆଇପିଏଲ୍‌ରେ ଶୁକ୍ରବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ୭ ରନରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ନିକଟରୁ ପରାସ୍ତ ହୋଇଥିଲା। ଏହି...

ଅବସର ନେଲେ ନମିତା

ଭୁବନେଶ୍ୱର, ୧୬।୯ (କ୍ରୀଡ଼ା ପ୍ରତିନିଧି):ଓଡ଼ିଶାର ତାରକା ଅନ୍ତର୍ଜାତୀୟ ମିଡ୍‌ଫିଲ୍ଡର ନମିତା ଟପ୍ପୋ ଗୁରୁବାର ହକିକୁ ଅଲ୍‌ବିଦା ଜଣାଇଛନ୍ତି। ଆହତ ସମସ୍ୟା ଲାଗି ରହିବା ଯୋଗୁ ମାତ୍ର...

ଆଇସିସିର ଆକସ୍ମିକ ଯୋଜନା ବୈଠକ ଆଜି

ନୂଆଦିଲ୍ଲୀ, ୨୬ା୩ (ପି.ଟି.)- କୋଭିଡ୍‌-୧୯ ସଂକ୍ରମଣ ବିଶ୍ୱ କ୍ରୀଡ଼ାଜଗତକୁ ସ୍ଥିର କରିଦେଇଛି। ଏହିପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୋର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର...

କ୍ରିକେଟ ଖେଳରେ ମଙ୍କଡିଙ୍ଗ ଆଉଟ କ’ଣ ଜାଣନ୍ତି କି?

କ୍ରିକେଟ ଖେଳରେ ଅନେକ ପ୍ରକାରର ଆଉଟ୍‌ ରହିଛି। ସେଥିମଧ୍ୟରୁ ମଙ୍କଡିଙ୍ଗ ଆଉଟ୍‌ ଅନ୍ୟତମ। ଏହି ଆଉଟ୍‌ ଜଣାଶୁଣା ହୋଇ ନ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ୯...

ବ୍ଳକ ସ୍ତରୀୟ ଖେଳ ଓ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ଦାରିଙ୍ଗବାଡି,୧୨।୯(ଡ.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଗୁରୁବାର ବ୍ଳକ ସ୍ତରୀୟ ଖେଳ ଓ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ଅଧ୍ୟକ୍ଷ...

ବିରଳ ରେକର୍ଡ ହାତଛଡ଼ା କଲେ ଜାଡେଜା

ମୋହାଲି,୬।୩: ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ରବୀନ୍ଦ୍ର ଜାଡେଜା ଏକ ବିରଳ ରେକର୍ଡର ଅଧିକାରୀ ହେବାରୁ ବଞ୍ଚିତ ହୋଇଛନ୍ତି। ମ୍ୟାଚ୍‌ରେ ୧୭୫ ରନ୍‌ର...

ଅଷ୍ଟ୍ରେଲିଆନ୍‌ ଓପନ୍‌: ତୃତୀୟ ରାଉଣ୍ଡରେ ଫେଡେରର, ଜୋକୋଭିଚ୍‌

ମେଲବୋର୍ନ,୨୨।୧(ଏଏଫ୍‌ପି): ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ବୁଧବାର ତୃତୀୟ ଦିନରେ ପହଞ୍ଚିଛି। ସିଡେଡ ଖେଳାଳିମାନେ ଦ୍ୱିତୀୟ ରାଉଣ୍ଡରେ ବିଜୟୀ ହୋଇ ତୃତୀୟ ରାଉଣ୍ଡରେ...

Advertisement
Archives

Model This Week