Posted inଖେଳ

୫୬ତମ ଜନ୍ମଦିବସ ପାଳନ କଲେ ଗୋଲ୍ଡେନ ଗର୍ଲ ପିଟି ଉଷା

ନୂଆଦିଲ୍ଲୀ,୨୭।୬: ଦୌଡ଼ରାଣୀ କୁହାଯାଉଥିବା ପି.ଟି. ଊଷା ତାଙ୍କର ୫୬ତମ ଜନ୍ମଦିବସ ପାଳନ କରିଛନ୍ତି। ଏହି ଅବସରରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ସମେତ କ୍ରୀଡ଼ାଜଗତର ତାରକାମାନେ ଅଭିନନ୍ଦନ ଜଣାଇଛନ୍ତି। ଭାରତୀୟ କ୍ରୀଡ଼ାଜଗତକୁ ତାଙ୍କର ଅବଦାନ ଅତୁଳନୀୟ। ଯୁବ ଆଥଲେଟଙ୍କୁ ଟ୍ରେନିଂ ଓ କୋଚିଂ ଦେଉଥିବା ଊଷାଙ୍କ ଜୀବନ ସୁଖମୟ ଓ ଦୀର୍ଘ ହେଉ ବୋଲି ରିଜିଜୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଭାରତୀୟ କ୍ରିକେଟର ତଥା ପୂର୍ତତନ ଅଲରାଉଣ୍ଡର ଯୁବରାଜ ସିଂ, ଟେବୁଲ ଟେନିସ ତାରକା ଶରଥ କମଲ, ପାରା ଆଥଲେଟ ଦୀପା ମଲିକ, ବ୍ୟାଡମିଣ୍ଟନ ତାରକା ଜ୍ୱାଲା ଗୁଟ୍ଟା, ପାରା ଆଥଲେଟ୍‌ ପ୍ରମୋଦ ଭଗତ, ଶିବା କେଶବନ ଟୁଇଟ କରି ଅଭିନନ୍ଦନ ଜଣାଇଛନ୍ତି।
ଟ୍ରାକ ଆଣ୍ଡ୍‌ ଫିଲ୍ଡରେ ଊଷା ଭାରତ ସବୁଠାରୁ ସଫଳତମ ଆଥଲେଟ ବିବେଚିତ ହୁଅନ୍ତି। ଏସିଆନ୍‌ ଗେମ୍ସରେ ସେ ୧୧ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ୨୦୦୦ରେ ଅବସର ଘୋଷଣା କରିଥିବା ଊଷାଙ୍କୁ ‘ଗୋଲ୍ଡେନ ଗର୍ଲ’ ଓ ‘ଦୌଡ଼ ରାଣୀ’ ରୂପେ ବିବେଚିତ ହୁଅନ୍ତି। ୨୦୦୨ରେ ସେ ଊଷା ସ୍କୁଲ ଅଫ୍‌ ଆଥଲେଟ୍ସ ସ୍ଥାପନ କରି ଯୁବ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇ ଆସୁଛନ୍ତି। ୧୯୮୬ ସିଓଲ ଏସିଆନ ଗେମ୍ସ ଭାରତ ୫ଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ଏଥିମଧ୍ୟରୁ ଊଷା ଏକା ୪ଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ୨୦୦ମି, ୪୦୦ମି, ୪୦୦ମି ହର୍ଡଲ୍ସ ଓ ୪x୪୦୦ ରିଲେରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

ପୁଣି ମହାବୀର ପର୍ବତକୁ ଫେରିଆସିଛି ମାଈ ହାତୀ

ବଡ଼ଗାଁ,୧୩ା୯(ଅଶୋକ ଷଡ଼ଙ୍ଗୀ): ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲରୁ କିଛି ମାସ ତଳେ ଆସିଥିବା ୨୬ ଟିକିଆ ହାତୀପଲ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତରେ…

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା: ତିରିଂ ହାଇସ୍କୁଲ ପ୍ରଧାନଶିକ୍ଷକ ଗୁରୁତର

ରାଇରଙ୍ଗପୁର, ୧୪।୯ (ମାନସ ରଞ୍ଜନ ମହାନ୍ତି): ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଟାଟା ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି-ବାସିଙ୍ଗୀ ମଧ୍ୟରାସ୍ତା ତିତିଲି ଢାବା ନିକଟରେ ସୋମବାର ଏକ…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

କନ୍ଧମାଳ ସମସ୍ୟା ନେଇ ‘ବିଚାର ମନ୍ଥନ’, ସରକାରଙ୍କ ନିକଟରେ ଦାବି ରଖିବାକୁ ନିଷ୍ପତ୍ତି

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହନୁମାନ ମନ୍ଦିର ପ୍ରାଙ୍ଗଣସ୍ଥିତ ସଭାଗୃହରେ ସୋମବାର ‘ବିଚାର ମନ୍ଥନ’ ନାମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?