Posted inTrending, ଖେଳ

ନ୍ୟୁଜିଲାଣ୍ଡରେ ଧମାକା କଲେ ଯଶସ୍ବୀ ଜୟସ୍ବାଲ: ଲଗାତାର ଦ୍ୱିତୀୟ ଶତକ ମାରି ଫର୍ମକୁ ଫେରିଲେ ଷ୍ଟାର ଓପନର୍‌

ନୂଆଦିଲ୍ଲୀ,୭।୧୧:ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନର ଯଶସ୍ବୀ ଜୟସ୍ବାଲଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଦମ୍‌ଦାର ଶତକ। ଲଗାତାର ଦ୍ୱିତୀୟ ଅନଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଶତକ ହାସଲ କରି ନିଜ ଫର୍ମକୁ ଫେରିବାର ସଙ୍କେତ ଦେଇଛନ୍ତି ସେ। ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ତୃତୀୟ ଅନଅଫିସିଆଲ ଟେଷ୍ଟର ପ୍ରଥମ ଇନିଂସରେ ୧୦୨ ରନ୍‌ର ଆକର୍ଷଣୀୟ ପାଳି ଖେଳିଛନ୍ତି ଯଶସ୍ବୀ।
ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି। ଟି-୨୦ ସିରିଜ ପରେ ଦୁଇ ଦଳ ମଧ୍ୟରେ ଦିନିକିଆ ସିରିଜ ଖେଳାଯାଉଛି। ଏହା ପରେ ନଭେମ୍ବର ୧୯ରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହି ସିରିଜ ପାଇଁ ପ୍ରସ୍ତୁତି ସ୍ବରୂପ ଭାରତୀୟ ଟେଷ୍ଟ ଦଳର ଅନେକ ଖେଳାଳି ଆଗୁଆ ନ୍ୟୁଜିଲାଣ୍ଡରେ ପହଞ୍ଚିଛନ୍ତି। ସେମାନେ ନ୍ୟୁଜିଲାଣ୍ଡ ଏ’ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଅନଅଫିସିଆଲ ଟେଷ୍ଟ ସିରିଜ ଖେଳୁଛନ୍ତି। ନଭେମ୍ବର ୭ରୁ ଲିଙ୍କନର ବର୍ଟ ସଟକ୍ଲିଫ ଓଭାଲ୍‌ରେ ତୃତୀୟ ମ୍ୟାଚ ଆରମ୍ଭ ହୋଇଛି। ଟସ ଜିତି ନ୍ୟୁଜିଲାଣ୍ଡ ଏ’ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଇଣ୍ଡିଆ ଏ’ ପାଇଁ ଯଶସ୍ବୀ ଶତକୀୟ ଇନିଂସ ଖେଳିଥିଲେ।
ଏହି ଅନଅଫିସିଆଲ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଯଶସ୍ବୀ ବଡ଼ ଇନିଂସ ଖେଳିପାରି ନଥିଲେ। ଦ୍ୱିତୀୟ ମ୍ୟାଚ୍‌ର ପ୍ରଥମ ଇନିଂସରେ ମଧ୍ୟ ସେ ନିରାଶ କରିଥିଲେ। ତେବେ ଦ୍ୱିତୀୟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ୧୫୫ ରନ୍‌ର ଶତକୀୟ ପାଳି ଖେଳି ଫର୍ମକୁ ଫେରିଥିଲେ। ଏବେ ତୃତୀୟ ମ୍ୟାଚ୍‌ର ପ୍ରଥମ ଇନିଂସରେ ମଧ୍ୟ ନିଜ ଦମ୍‌ଦାର ବ୍ୟାଟିଂ ଜାରି ରଖିଛନ୍ତି ଯଶସ୍ବୀ। ସେ ୧୩୮ଟି ବଲ୍‌ର ୧୬ଟି ଚୌକା ଓ ୨ଟି ଛକା ସହ ୧୦୨ ରନ କରି ଆଉଟ ହୋଇଥିଲେ। ତାଙ୍କ ଏହି ଇନିଂସ ଭାରତୀୟ ଦଳ ପାଇଁ ଆଗାମୀ ଟେଷ୍ଟ ସିରିଜ ପୂର୍ବରୁ ଏକ ଭଲ ସଙ୍କେତ। ଯଶସ୍ବୀ ଓ ସାଇ ସୁଦର୍ଶନ ଇଣ୍ଡିଆ ଏ’କୁ ଦମ୍ଦାର ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ଉଇକେଟ ପାଇଁ ୧୭୫ ରନ୍‌ର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରି କରିଥିଲେ।
ଅନ୍ୟପଟେ ଭାରତୀୟ ଦଳର ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ ପାଇଁ ଦଳରେ ସାମିଲ ଅଛନ୍ତି। ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ସେ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ତୃତୀୟ ଅନଅଫିସିଆଲ ଟେଷ୍ଟର ଚୂଡ଼ାନ୍ତ ଏକାଦଶରେ ମଧ୍ୟ ସ୍ଥାନ ପାଇଛନ୍ତି।

ଫିଟ୍‌ନେସ ସମସ୍ୟା ଯୋଗୁ ଦୀର୍ଘ ସମୟ ଧରି ଟେଷ୍ଟ କ୍ରିକେଟରୁ ଦୂରେଇ ରହିଥିବା ବୁମ୍‌ରା ଏବେ ପୂର୍ଣ୍ଣ ଫିଟ ହୋଇ ପଡ଼ିଆକୁ ଫେରୁଛନ୍ତି। ତେଣୁ ଏହି ମ୍ୟାଚ୍‌ରେ ତାଙ୍କ ବୋଲିଂ, ଫିଟ୍‌ନେସ୍‌ ଓ ଫର୍ମ ଉପରେ ସମସ୍ତଙ୍କ ନଜର ରହିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡରେ ଗୌତମ ଗମ୍ଭୀରଙ୍କ ‘ବୁଲେଟପ୍ରୁଫ’ ପ୍ଲାନ୍‌ ସଫଳ: ସମାଲୋଚକଙ୍କୁ କଡ଼ା ଜବାବ

ନୂଆଦିଲ୍ଲୀ,୭।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ଭାରତୀୟ ଦଳର ଯୁବ ପେସ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ଏବେ ଚର୍ଚ୍ଚାରେ। ଟିମ ମ୍ୟାନେଜମେଣ୍ଟର ନୂଆ ରଣନୀତି ଯୋଗୁ ଅଭିଜ୍ଞ…

କଣ୍ଟାମାଳ ବିଡିଓ ନିଲମ୍ବିତ

କଣ୍ଟାମାଳ,୭ା୧୧: ବୌଦ୍ଧ ଜିଲା କଣ୍ଟାମାଳ ବିଡିଓ ସାମି ରେଡ୍ଡୀ ଜୟଶ୍ରୀଙ୍କ ବିରୋଧରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ…

୬ ବର୍ଷରେ ନିବେଶକଙ୍କ ସବୁଠୁ ଲାଭଦାୟକ ସପ୍ତାହ

ମୁମ୍ବାଇ,୭ା୧୧: ବୈଶ୍ୱିକ ସ୍ତରରେ ପୁଞ୍ଜିବଜାରର ମାନ୍ଦାବସ୍ଥା ସତ୍ତ୍ୱେ ଭାରତୀୟ ଶେୟାର ବଜାରର ସାମ୍ପ୍ରତିକ ସ୍ଥିତି ଉତ୍ତମ ରହିଛି। ଚଳିତ ସପ୍ତାହରେ ଉଭୟ ବିଏସ୍‌ଇ ସେନ୍‌ସେକ୍ସ ଏବଂ ନ୍ୟାଶନାଲ…

ନଭେମ୍ବର ୬ରେ କାହିଁକି ଟେଷ୍ଟକୁ ଅଲବିଦା କହିଲେ ଶାମି? ରହିଛି ବଡ଼ କନେକ୍ସନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୭।୧୧: ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରୁଥିବା ମହମ୍ମଦ ଶାମି ୬ ନଭେମ୍ବର ୨୦୨୬ରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହା ସହ ତାଙ୍କର…

ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ଶାମି, ଏବେ ଆଇପିଏଲ ଖେଳିବେ ନା ନାହିଁ , କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୭।୧୧: ୬ ନଭେମ୍ବର ୨୦୨୬ରେ ମହମ୍ମଦ ଶାମି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରି ସେ ନିଜ…

ଏଥର ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ, ନେବେନି ଉପହାର: ଜାଣନ୍ତୁ କାହିଁକି ନେଲେ ଏମିତି ନିଷ୍ପତ୍ତି

ଭୁବନେଶ୍ୱର,୭।୧୧:ଭୁବନେଶ୍ୱର,୭।୧୧: ଚଳିତ ବର୍ଷ ଦୀପାବଳି ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟରେ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ…

ଶୌଚ ପାଇଁ ନାଳକୁ ଯାଇଥିଲେ ଖଗେଶ୍ୱର, ହଠାତ୍‌ ଆକ୍ରମଣ କଲା ଦନ୍ତା ହାତୀ: ଆଉ ତା’ପରେ…

ସମ୍ବଲପୁର,୭।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲି ଯୁଯୋମୁରା ଥାନା ଅନ୍ତର୍ଗତ କଂସର ପଞ୍ଚାୟତର ବୁଢ଼ିଆକଟା ଗ୍ରାମରେ ସକାଳୁ ସକାଳୁ ଏକ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।…

କଳିଙ୍ଗା ଘାଟି ରାସ୍ତା ଖୋଲିଲା: ଯାନବାହନ ଚଳାଚଳ ସ୍ବାଭାବିକ

ଭଞ୍ଜନଗର,୭।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ବାରମ୍ବାର ଭୂସ୍ଖଳନ ଯୋଗୁ ରାସ୍ତା ବନ୍ଦ ରହିଥିବାରୁ ଏହା କେବେ ଖୋଲିବ, ସେନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?