Posted inଖେଳ

୨୦୨୩ ଫିଫା ମହିଳା ବିଶ୍ୱକପ୍‌: ମିଳିତ ଭାବେ ଆୟୋଜନ କରିବେ ଅଷ୍ଟ୍ରେଲିଆ- ନ୍ୟୁଜିଲାଣ୍ଡ

ଜେନିଭା,୨୬।୬(ଏପି): ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମିଳିତ ଭାବେ ୨୦୨୩ ଫିଫା ମହିଳା ବିଶ୍ୱକପ୍‌ ଆୟୋଜନ କରିବେ। ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ତରଫରୁ ଏ ନେଇ ସ୍ପଷ୍ଟ କରାଯାଇଛି। ଯୁଗ୍ମ ଭାବେ ଏହି ମେଗା ଇଭେଣ୍ଟ ଆୟୋଜନ କରିବାକୁ ଏହି ଦୁଇ ପଡୋସୀ ଦେଶ ବିଡ୍‌ ଦାଖଲ କରିଥିଲେ। ଏହି କ୍ରମରେ ଅଷ୍ଟ୍ରେଲିଆ- ନ୍ୟୁଜିଲାଣ୍ଡ କଲମ୍ବିଆକୁ ପଛରେ ପକାଇଛନ୍ତି। ଏ ନେଇ ଫିଫା ରୁଲିଂ କାଉନସିଲ ଦ୍ୱାରା ଏକ ମତଦାନ ହୋଇଥିଲା। ଏଥିରେ ଅଷ୍ଟ୍ରେଲିଆ- ନୁଜିଲାଣ୍ଡ ୨୨-୧୩ ଭୋଟ୍‌ରେ ଲାଟିନ ଆମେରିକୀୟ ଦେଶ କଲମ୍ବିଆକୁ ପରାସ୍ତ କରିଥିଲା। ଜାପାନ ବିଡ୍‌ ପ୍ରତ୍ୟାହାର କରିବା ପରେ ଅଷ୍ଟ୍ରେଲିଆ- ନ୍ୟୁଜିଲାଣ୍ଡ ସହିତ କଲମ୍ବିଆ ଅନ୍ୟତମ ଏକମାତ୍ର ଦେଶ ଭାବେ ଆୟୋଜନ ଦୌଡ଼ରେ ରହିଥିଲା। ଫିଫା ଅଧ୍ୟକ୍ଷ ଜିଆନି ଇନ୍‌ଫାଣ୍ଟିନୋ ଅନ୍ୟତମ ସଦସ୍ୟ ଭାବେ ମତଦାନରେ ଅଂଶଗ୍ରହଣ କରିଥିଲେ ଓ ଅଷ୍ଟ୍ରେଲିଆ- ନ୍ୟୁଜିଲାଣ୍ଡ ପାଇଁ ଭୋଟ ଦେଇଥିଲେ। ଏହି ବିଶ୍ୱକପ୍‌ରେ ପ୍ରଥମଥର ପାଇଁ ସର୍ବାଧିକ ୩୨ଟି ଦଳ ଅଂଶଗ୍ରହଣ କରିବେ।
ଫିଫା ଏଥିସହିତ ମହିଳା ବିଶ୍ୱକପ୍‌ ୪ ବର୍ଷ ବଦଳରେ ପ୍ରତି ଦୁଇବର୍ଷରେ ଆୟୋଜନ କରିବାକୁ ତା’ର ପୁରୁଣା ପ୍ରସ୍ତାବକୁ ଦୋହରାଇଛି। ବିଶ୍ୱରେ ମହିଳା ଫୁଟବଲର ବିକାଶ ହେବା ନିହାତି ଜରୁରି ବୋଲି ଇନ୍‌ଫାଣ୍ଟିନୋ ଜୁରିକ୍‌ସ୍ଥିତ ଫିଫା ମୁଖ୍ୟ କାର୍ଯ୍ୟାଳୟରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି। ୪ ବର୍ଷ ହେଉଛି ବହୁତ ଲମ୍ବା ସମୟ। ତେଣୁ ମହିଳା ଫୁଟବଲର ବିକାଶ ପାଇଁ ବିଶ୍ୱକପ୍‌ ପ୍ରତି ଦୁଇବର୍ଷରେ ଥରେ ଆୟୋଜନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ୧୯୯୧ରୁ ପ୍ରଥମଥର ପାଇଁ ମହିଳା ବିଶ୍ୱକପ୍‌ ଆୟୋଜନ ହୋଇଥିଲା। ପ୍ରଥମଥର ପାଇଁ ପୁରୁଷ କିମ୍ବା ମହିଳା ଫିଫା ବିଶ୍ୱକପ୍‌କୁ ୨ଟି ଭିନ୍ନ କନ୍‌ଫେଡେରେଶନର ଦୁଇ ଦେଶ ଯୁଗ୍ମ ଭାବେ ଆୟୋଜନ କରିବାକୁ ଯାଉଛନ୍ତି। ଅଷ୍ଟ୍ରେଲିଆ ଏସିଆ କନ୍‌ଫେଡେରେଶନ ଓ ନ୍ୟୁଜିଲାଣ୍ଡ ଓସେନିଆ କନ୍‌ଫେଡେରେଶନର ଅନ୍ତର୍ଭୁକ୍ତ। ଦୁଇ ଦେଶ ପ୍ରଥମଥର ପାଇଁ ମିଳିତ ଭାବେ ଏହି ମେଗା ଇଭେଣ୍ଟ ଆୟୋଜନ କରିବେ। ମହିଳା ଫୁଟବଲ୍‌ ର଼୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲିଆ ୭ ନମ୍ବର ଓ ନ୍ୟୁଜିଲାଣ୍ଡ ୨୩ ନମ୍ବର ସ୍ଥାନରେ ରହୁଛନ୍ତି। ଆୟୋଜକ ହିସାବରେ ଏହି ଦୁଇ ଦେଶ ସିଧାସଳଖ ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି।
ଦକ୍ଷିଣ ଆମେରିକାର ୪ ଓ ୟୁଇଏଫ୍‌ଏର ୯ ସଦସ୍ୟ କଲମ୍ବିଆ ପାଇଁ ମତଦାନ କରିଥିଲେ। ପୂର୍ବତନ ୟୁଏସ୍‌ ସକର ଫେଡେରେଶନ ଅଧ୍ୟକ୍ଷ ସୁନୀଲ ଗୁଲାଟି ଅଷ୍ଟ୍ରେଲି- ନ୍ୟୁଜିଲାଣ୍ଡ ପାଇଁ ଭୋଟ୍‌ ଦେଇଥିଲେ। ନ୍ୟୁଜିଲାଣ୍ଡ ପ୍ରଥମଥର ପାଇଁ ଫୁଟବଲର କୌଣସି ବୃହତ୍‌ ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି। ମୋଟ ଉପରେ ୧୨ଟି ସହରରେ ବିଶ୍ୱକପ୍‌ର ମ୍ୟାଚ୍‌ଗୁଡିକ ଆୟୋଜନ ହେବ। ଏଥିରେ ଅଷ୍ଟ୍ରେଲିଆର ୭ ଓ ନ୍ୟୁଜିଲାଣ୍ଡର ୫ ସହର ସାମିଲ ହୋଇଛି। ମହିଳା ବିଶ୍ୱକପ୍‌ ଆୟୋଜନ ନେଇ ୩୭ ଜଣିଆ ଫିଫା କାଉନସିଲ ନିଷ୍ପତ୍ତି ନେଇଥାଏ। ସେହିପରି ପୁରୁଷ ବିଶ୍ୱକପ ଆୟୋଜନ ପାଇଁ ୨୧୧ ମେମ୍ବର ଫେଡେରେଶନ ମିଳିତ ଭାବେ ନିଷ୍ପତ୍ତି ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମହାବୀର ପର୍ବତକୁ ଫେରିଆସିଛି ମାଈ ହାତୀ

ବଡ଼ଗାଁ,୧୩ା୯(ଅଶୋକ ଷଡ଼ଙ୍ଗୀ): ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲରୁ କିଛି ମାସ ତଳେ ଆସିଥିବା ୨୬ ଟିକିଆ ହାତୀପଲ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତରେ…

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା: ତିରିଂ ହାଇସ୍କୁଲ ପ୍ରଧାନଶିକ୍ଷକ ଗୁରୁତର

ରାଇରଙ୍ଗପୁର, ୧୪।୯ (ମାନସ ରଞ୍ଜନ ମହାନ୍ତି): ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଟାଟା ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି-ବାସିଙ୍ଗୀ ମଧ୍ୟରାସ୍ତା ତିତିଲି ଢାବା ନିକଟରେ ସୋମବାର ଏକ…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

କନ୍ଧମାଳ ସମସ୍ୟା ନେଇ ‘ବିଚାର ମନ୍ଥନ’, ସରକାରଙ୍କ ନିକଟରେ ଦାବି ରଖିବାକୁ ନିଷ୍ପତ୍ତି

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହନୁମାନ ମନ୍ଦିର ପ୍ରାଙ୍ଗଣସ୍ଥିତ ସଭାଗୃହରେ ସୋମବାର ‘ବିଚାର ମନ୍ଥନ’ ନାମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲାର…

ସ୍କୁଲ ବସ୍‌ ଧକ୍କାରେ ଚାଲିଗଲା ଜୀବନ: ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ କୁଲୁଥିପାଲି ଗାଁ ନିକଟ ରାସ୍ତାରେ ସୋମବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି।…

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?