ଇସ୍ରାଏଲ୍‌ ରାଜନୀତିରେ ବଡ଼ ହଲଚଲ୍‌; ୧୯ ବର୍ଷ ପରେ ନେତାନ୍ୟାହୁଙ୍କ ହାତରୁ ଖସିବ ପ୍ରଧାନମନ୍ତ୍ରୀ ଆସନ! ସରକାର ଗଢ଼ିବେ….

ଜେରୁଜେଲମ୍,୮।୧୧: ଇସ୍ରାଏଲ୍‌ ରାଜନୀତିରେ ବଡ଼ ରାଜନୈତିକ ହଲଚଲ୍‌ ଦେଖାଦେଇଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ଲାଗିଛି ବଡ଼ ଝଟକା। ପ୍ରାୟ ୧୯ ବର୍ଷର ରାଜନୈତିକ ପ୍ରଭାବ ପରେ ତାଙ୍କ ହାତରୁ ପ୍ରଧାନମନ୍ତ୍ରୀ ଆସନ ଖସିବାର ସମ୍ଭାବନା ଦେଖାଦେଇଛି । ଅକ୍ଟୋବର ୨୭ରେ ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ଗାଦି ଆଇଜେନକୋଟ୍‌ଙ୍କ ନେତୃତ୍ୱାଧୀନ ମେଣ୍ଟ ୪୮ଟି ଆସନ ହାସଲ କରିଥିବା ଦାବି କରାଯାଇଛି । ଇସ୍ରାଏଲ୍‌ରେ ସରକାର ଗଢ଼ିବା ପାଇଁ ୧୨୦ ସଦସ୍ୟ ବିଶିଷ୍ଟ ସଂସଦରେ ୬୧ଟି ଆସନର ଆବଶ୍ୟକତା ରହିଛି ।

ଏହି ସମୟରେ ଆରବ ଦଳଗୁଡ଼ିକ ଆଇଜେନକୋଟ୍‌ଙ୍କ ମେଣ୍ଟକୁ ୧୯ଟି ଆସନର ସମର୍ଥନ ଦେଇଛନ୍ତି । ଫଳରେ ମେଣ୍ଟର ସମର୍ଥନ ସଂଖ୍ୟା ୬୭ରେ ପହଞ୍ଚିଛି । ଏହାକୁ ଆଧାର କରି ଇସ୍ରାଏଲ୍‌ ରାଷ୍ଟ୍ରପତି ଆଇଜାକ୍‌ ହର୍ଜୋଗ୍‌ ଆଇଜେନକୋଟ୍‌ଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିବା ଖବର ଆସିଛି। ଏହି ନିମନ୍ତ୍ରଣକୁ ସେ ଗ୍ରହଣ ମଧ୍ୟ କରିଛନ୍ତି । ତେବେ ନୂଆ ସରକାର କେବେ ଗଠନ ହେବ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ସୂଚନା ଅନୁସାରେ, ଆଇଜେନକୋଟ୍‌ଙ୍କ ମେଣ୍ଟକୁ ଆରବ ଦଳଗୁଡ଼ିକ କିଛି ସର୍ତ୍ତ ଆଧାରରେ ସମର୍ଥନ ଦେଇଛନ୍ତି । ପ୍ରଥମ ସର୍ତ୍ତ ହେଉଛି, ଇସ୍ରାଏଲ୍‌କୁ ଏକ ଇହୁଦୀ ରାଷ୍ଟ୍ର ଭାବେ ମାନ୍ୟତା ଦେବା ସହ ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ ଦେଶ ଚଳାଇବାକୁ ହେବ। ଦ୍ୱିତୀୟ ସର୍ତ୍ତ ଅନୁସାରେ, ହମାସ୍‌କୁ ଆତଙ୍କବାଦୀ ସଂଗଠନ ଭାବେ ଗ୍ରହଣ କରିବା ସହ ଏହାର ସାମରିକ ଶକ୍ତିକୁ ଶେଷ କରିବାକୁ ପଡ଼ିବ । ତୃତୀୟ ସର୍ତ୍ତ ହେଉଛି, ସେନାରେ ନିଯୁକ୍ତି ସମ୍ପର୍କିତ ନିୟମରେ ପରିବର୍ତ୍ତନ କରିବା ସହ ନାଗରିକଙ୍କ ଅଧିକାର ପାଇଁ ନିର୍ଦ୍ଧାରିତ ଆଚରଣ ସଂହିତା ପାଳନ କରିବାକୁ ହେବ । ଏହି ସର୍ତ୍ତଗୁଡ଼ିକ ଉପରେ ସହମତି ହେବା ପରେ ଆରବ ଦଳଗୁଡ଼ିକର ନେତାମାନେ ରାଷ୍ଟ୍ରପତି ହର୍ଜୋଗ୍‌ଙ୍କୁ ଭେଟି ଆଇଜେନକୋଟ୍‌ଙ୍କ ମେଣ୍ଟକୁ ସମର୍ଥନ ଜଣାଇଥିବା ଚିଠି ଦେଇଛନ୍ତି । ହଦାଶ, ତାଲ୍‌ ଓ ବାଲାଦ୍‌ ଏହି ଆରବ ଦଳଗୁଡ଼ିକ ମଧ୍ୟରେ ରହିଛନ୍ତି । ଅନ୍ୟପଟେ ରାଏମ୍‌ ଏହି ମେଣ୍ଟଠାରୁ ଅଲଗା ହୋଇ ନିର୍ବାଚନ ଲଢ଼ିଥିଲା।

ବେଞ୍ଜାମିନ୍‌ ନେତାନ୍ୟାହୁ ୨୦୦୯ରୁ ୨୦୨୧ ପର୍ଯ୍ୟନ୍ତ ଲଗାତାର ୧୨ ବର୍ଷ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ଥିଲେ । ୨୦୨୧ରେ ମେଣ୍ଟ ସରକାର ଭାଙ୍ଗିବା ପରେ ତାଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା। କିନ୍ତୁ ଡିସେମ୍ବର ୨୦୨୨ରେ ସେ ପୁଣିଥରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏଥର ନିର୍ବାଚନରେ ନେତନ୍ୟାହୁଙ୍କ ଲିକୁଡ୍‌ ପାର୍ଟି ୨୭ଟି ଆସନ ପାଇଥିବା ବେଳେ ତାଙ୍କ ଦଳକୁ ସମର୍ଥନ କରୁଥିବା ମେଣ୍ଟର ଆସନ ସଂଖ୍ୟା ୫୩ରେ ସୀମିତ ରହିଛି। ଫଳରେ ସରକାର ଗଠନ ପାଇଁ ଆବଶ୍ୟକ ୬୧ଟି ଆସନର ସଂଖ୍ୟାଗରିଷ୍ଠତା ହାସଲ କରିବାରେ ତାଙ୍କ ମେଣ୍ଟ ବିଫଳ ହୋଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୨ ଜଣଙ୍କ ମୃତ୍ୟୁ: ଗାଁ ଶ୍ମଶାନରେ ଜଳିଲା ଜୁଇ, ବିଧାୟକ ପହଞ୍ଚି…

ଅତାବିରା,୮ା୧୧(ଯୁଧିଷ୍ଠିତ ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ ଗମ୍ଭାଟିକ୍ରା ଗ୍ରାମରେ ଶନିବାର ପୋଖରୀରେ ମାଛ ମାରିବାକୁ ଯାଇଥିବାବେଳେ ଗ୍ରାମର ରମେଶ ମହାକୁର (୫୫)…

ନକଲି ସୁନା ଦେଇ ୪ ଲକ୍ଷ ଟଙ୍କା ଲୁଟ୍‌, ୪ ଅଭିଯୁକ୍ତଙ୍କୁ ଗିରଫ କରି…

ଭବାନୀପାଟଣା,୮ା୧୧(ଉତ୍ତମ କୁମାର ଦାଶ): ବିକ୍ରି କରିବା ବାହାନାରେ ନକଲି ସୁନା ଦେଇ ଜଣେ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଲୁଟି ନେବା ଅଭିଯୋଗରେ ରବିବାର ଭବାନୀପାଟଣା ସଦର…

ଚମକାଇଦେଲା BCCIର ଘୋଷଣା; ଏହି ଖେଳାଳିଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୮ା୧୧: ରାଇଜିଂ ଷ୍ଟାର୍ସ ଏସିଆ କପ୍‌ ପୂର୍ବରୁ ଭାରତୀୟ ଦଳରେ ହୋଇଛି ବଡ଼ ପରିବର୍ତ୍ତନ । ଆହତ ସମସ୍ୟା ଯୋଗୁଁ ଟୁର୍ନାମେଣ୍ଟରୁ ଓହରିଛନ୍ତି ରଜତ ପାଟିଦାର ।…

ଦୀପାବଳିରେ ଗଡ଼ିଲା ମୁଣ୍ଡ, ପେସାଦାର ଅପରାଧୀ ସନ୍ତୋଷଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା

ବ୍ରହ୍ମପୁର,୮ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ଏବେ ପର୍ବପର୍ବାଣିରେ ଗଡୁଛି ମୁଣ୍ଡ। ଗତବର୍ଷ କୁମାର ପୂର୍ଣ୍ଣିମାରେ ଭାଜପା ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ଚଳିତ…

୬୦ ବର୍ଷରେ ମା’ ଶ୍ୟାମାକାଳୀଙ୍କ ପଥର ମୂର୍ତ୍ତି ପୂଜା, ସନ୍ଧ୍ୟାରେ ଜମିବ ମହୋତ୍ସବର ଆସର

ମହାକାଳପଡ଼ା,୮ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସୁନୀତି ପଞ୍ଚାୟତ ସ୍ଥାନୀୟ ଜଗରୀ ଜୋର ହାଟ କାଳୀ ପଡ଼ିଆଠାରେ ୬୦ ବର୍ଷ ଧରି ପରମ୍ପରିକ ଭାବେ…

ଦୀପାବଳିରେ ସୃଷ୍ଟି ହେବ ବୁଧାଦିତ୍ୟ ରାଜଯୋଗ, ୪ ରାଶିକୁ ପ୍ରଚୁର ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ତୁଳା ରାଶିରେ ବୁଧ ଓ ସୂର୍ଯ୍ୟଙ୍କ ଯୁତି ଯୋଗୁଁ ବୁଧାଦିତ୍ୟ ରାଜଯୋଗ ସୃଷ୍ଟି ହେଉଛି । ଏହି ଯୋଗ ୪ଟି ରାଶି ପାଇଁ…

ମହମ୍ମଦ ସାମିଙ୍କୁ ମିଳିଲା ନାହିଁ ସମ୍ମାନ? ଅବସର ଘୋଷଣା ପରେ କଡ଼ା କଥା କହିଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୮ା୧୧: ଭାରତୀୟ ଦ୍ରୁତ ବୋଲିଂ ବିଭାଗକୁ ଏକ ନୂତନ ପରିଚୟ ଦେଇଥିବା ଅଭିଜ୍ଞ ପେସର୍ ମହମ୍ମଦ ସାମି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏକ ସୋସିଆଲ…

ପ୍ରଦୂଷଣ ବଳୟରେ ଦିଲ୍ଲୀ-ଏନସିଆର, ଆଜି ରାତି ସୁଦ୍ଧା ସ୍ଥିତି ହେବ ଆହୁରି ଖରାପ

ନୂଆଦିଲ୍ଲୀ,୮ା୧୧: ଦୀପାବଳି ରାତି ଅର୍ଥାତ୍‌ ରବିବାର ଦିଲ୍ଲୀର ପରିସ୍ଥିତି ଆହୁରି ଖରାପ ହେବାର ଆଶଙ୍କା କରାଯାଉଛି। ଶନିବାର ପଞ୍ଜାବ ଏବଂ ହରିୟାଣାରେ ନଡ଼ା ଜାଳିବା ଘଟଣା ଋତୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?