Posted inTrending, ଖେଳ

୨ ଛକା ମାରି ବିଶ୍ୱରେକର୍ଡ କଲେ ରୋହିତ ଶର୍ମା: ଭାଙ୍ଗିଲେ ପାକିସ୍ତାନ କ୍ରିକେଟର୍‌ଙ୍କ ରେକର୍ଡ

ୱେଲିଂଟନ,୭।୧୧: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଆଉ ଏକ ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି। ଏହି ମ୍ୟାଚ୍‌ରେ ସେ ୨୩ ରନ୍ର ଇନିଂସ ଖେଳିଥିବା ବେଳେ ଦୁଇଟି ଛକା ମାରିଥିଲେ। ଏହି ଦୁଇଟି ଛକା ସହ ସେ ଦିନିକିଆ କ୍ରିକେଟ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡ ହାସଲ କରିଛନ୍ତି। ଏହି ମାମଲାରେ ସେ ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦିଙ୍କୁ ପଛରେ ପକାଇଛନ୍ତି।
ରୋହିତ ଏହି ମ୍ୟାଚ୍‌ରେ ଆଉ ଏକ ବିଶ୍ୱ ରେକର୍ଡର ସମକକ୍ଷ ହୋଇଛନ୍ତି। ଦିନିକିଆ କ୍ରିକେଟ ଇତିହାସରେ ତିନୋଟି ଭିନ୍ନ ଦଳ ବିପକ୍ଷରେ ୫୦ କିମ୍ବା ତା’ଠାରୁ ଅଧିକ ଛକା ମାରିଥିବା ବ୍ୟାଟରଙ୍କ ତାଲିକାରେ ସେ ଦ୍ୱିତୀୟ ଖେଳାଳି ହୋଇଛନ୍ତି। ଏହି ରେକର୍ଡରେ ସେ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ସମକକ୍ଷ ହୋଇଛନ୍ତି। ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ୯୩ଟି ଏବଂ ଶ୍ରୀଲଙ୍କା ବିପକ୍ଷରେ ୫୮ଟି ଛକା ମାରିଛନ୍ତି। ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ତାଙ୍କ ଛକା ସଂଖ୍ୟା ୫୧ରେ ପହଞ୍ଚିଛି। ୱେଲିଂଟନ ଦିନିକିଆ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ରୋହିତଙ୍କ ନାଁରେ ୪୯ଟି ଛକା ଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ଦୁଇଟି ଛକା ମାରିବା ପରେ ତାଙ୍କ ମୋଟ ସଂଖ୍ୟା ୫୧ରେ ପହଞ୍ଚିଛି। ଏହା ସହ ଏହି ତାଲିକାରେ ସେ ପ୍ରଥମ ସ୍ଥାନ ହାସଲ କରିଛନ୍ତି।

ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ୫୦ଟି ଛକା ମାରିବାର ରେକର୍ଡ ଶାହିଦ ଆଫ୍ରିଦିଙ୍କ ନାଁରେ ଥିଲା। ୱେଷ୍ଟଇଣ୍ଡିଜ୍ର କ୍ରିସ ଗେଲ ୪୫ଟି ଛକା ସହ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି।

ଦିନିକିଆରେ ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ଛକା

– ୯୩ ରୋହିତ ଶର୍ମା ବନାମ ଅଷ୍ଟ୍ରେଲିଆ
– ୮୫ କ୍ରିସ ଗେଲ ବନାମ ଇଂଲଣ୍ଡ
– ୬୩ ଶାହିଦ ଆଫ୍ରିଦି ବନାମ ଶ୍ରୀଲଙ୍କା
– ୫୮ ରୋହିତ ଶର୍ମା ବନାମ ଶ୍ରୀଲଙ୍କା
– ୫୩ ସନଥ ଜୟସୂରିୟା ବନାମ ପାକିସ୍ତାନ
– ୫୧ ଶାହିଦ ଆଫ୍ରିଦି ବନାମ ଭାରତ
– ୫୧ ରୋହିତ ଶର୍ମା ବନାମ ନ୍ୟୁଜିଲାଣ୍ଡ
– ୫୦ ଶାହିଦ ଆଫ୍ରିଦି ବନାମ ନ୍ୟୁଜିଲାଣ୍ଡ

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ିଆରେ ରାହୁଲଙ୍କ ଜର୍ସି ଏମିତି ସଜାଡ଼ିଦେଲେ କୋହଲି! ଭାଇରାଲ ଭିଡିଓ ଦେଖି ମନେପଡ଼ିଯିବ ପିଲାଦିନ

ୱେଲିଂଟନ୍‌,୭।୧୧:ପଡ଼ିଆରେ ଖେଳ ସମୟରେ ଗମ୍ଭୀର ଦେଖାଯାଉଥିବା ବିରାଟ କୋହଲିଙ୍କ ମଜାଳିଆ ଅନ୍ଦାଜ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍‌ରେ ଖେଳାଯାଇଥିବା ଦ୍ୱିତୀୟ…

ଉଜୁଡ଼ିଗଲା ଫସଲ, ଜିଲାପାଳଙ୍କ ସ୍ମାରକପତ୍ର ପ୍ରଦାନ କରି ଚାଷୀ…

ଦିଗପହଣ୍ଡି,୭ା୧୧(ଅଶେଷ ନାଥ ମିଶ୍ର): ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇବା ଦାବିରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗଞ୍ଜାମ…

‘ମା’, ତୁମକୁ ନେଇ ଗର୍ବିତ’: ସୋନିଆ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ରାହୁଲଙ୍କ ଭାବପୂର୍ଣ୍ଣ ବାର୍ତ୍ତା

ନୂଆଦିଲ୍ଲୀ,୭।୧୧: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କର ଆଗାମୀ ପୁସ୍ତକ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ (Belonging: A Journey of Love)…

‘ଅତ୍ୟନ୍ତ ଦୁଃଖଦ ଦିନ…’ ମହମ୍ମଦ ସାମିଙ୍କ ଅବସର ନେଇ ଦୁଃଖ ପ୍ରକାଶ କଲେ ଭାରତୀୟ ଦଳର ବୋଲିଂ କୋଚ

ନୂଆଦିଲ୍ଲୀ,୭।୧୧: ଭାରତର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ଶୁକ୍ରବାର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତାଙ୍କର ଏହି ଅବସର ଘୋଷଣା ପ୍ରଶଂସକମାନଙ୍କୁ ଦୁଃଖିତ କରିଥିବା…

IND vs NZ: ମ୍ୟାଚ ଚାଲିଥିବା ବେଳେ ନିଜର playing XI (ଖେଳାଳି ଦଳ)ରେ ହଠାତ ପରିବର୍ତ୍ତନ କରି ସମସ୍ତଙ୍କୁ ଚମକାଇ ଦେଲା ନ୍ୟୁଜିଲ୍ୟାଣ୍ଡ

ନୂଆଦିଲ୍ଲୀ,୭।୧୧: ଭାରତ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ଚୂଡ଼ାନ୍ତ ଏକାଦଶରେ ହଠାତ ଏକ ପରିବର୍ତ୍ତନ କରାଯାଇଛି। ବ୍ଲେୟାର ଟିକନରଙ୍କ ସ୍ଥାନରେ ମ୍ୟାଟ ଫିଶରଙ୍କୁ ଦଳରେ…

ମଦ ବିକ୍ରିକୁ ତୀବ୍ର ବିରୋଧ: ତାତିଲେ ଗ୍ରାମବାସୀ, ଭାଙ୍ଗିଲେ କାଉଣ୍ଟର ଆଜ୍‌ବେଷ୍ଟସ୍‌

ନୟାଗଡ଼,୭ା୧୧(ଲୋକନାଥ ମିଶ୍ର): ଗାଁରେ ମଦ ବିକ୍ରିକୁ ନେଇ ତେଜିଛି ଅସନ୍ତୋଷ। ମଦ ବିକ୍ରି ବନ୍ଦ କରିବା ଦାବିରେ ଏକଜୁଟ ହୋଇ ରାସ୍ତାରୋକୋ କରିଛନ୍ତି ଗ୍ରାମବାସୀ। ନୟାଗଡ଼ ବ୍ଲକ…

ଖାତା ଖୋଲୁ ଖୋଲୁ ମାତ୍ର ୧ ରନ କରି ଇତିହାସ ସୃଷ୍ଟି କଲେ ବିରାଟ କୋହଲି; ପଛରେ ପଡ଼ିଗଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୭।୧୧: ୱେଲିଂଟନର ବେସିନ ରିଜର୍ଭ (ହେନରୀ ଓଭାଲ) ଠାରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଚାଲିଛି। ନ୍ୟୁଜିଲ୍ୟାଣ୍ଡ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ୧୩୪…

ODI ଇତିହାସରେ ୨୪ ବର୍ଷ ମଧ୍ୟରେ ଯାହା କେବେ ଘଟି ନଥିଲା, ତାହା ବର୍ତ୍ତମାନ ଘଟିଛି

ନୂଆଦିଲ୍ଲୀ,୭।୧୧: ୱେଲିଂଟନରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଦଳ ମାତ୍ର ୧୩୪ ରନରେ ଅଲଆଉଟ ହୋଇଯାଇଛି। ଏହି ସିରିଜରେ ଏହା କ୍ରମାଗତ ଦ୍ୱିତୀୟ ଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?