Posted inଖେଳ

୧ରୁ ଟ୍ରେନିଂ ଆରମ୍ଭ କରିବାକୁ ବିଏଆଇର ଯୋଜନା

ନୂଆଦିଲ୍ଲୀ,୨୬।୬(ପି.ଟି.): ଜୁଲାଇ ୧ ତାରିଖରୁ ହାଇଦ୍ରାବାଦ୍‌ରେ ଟ୍ରେନିଂ ଆରମ୍ଭ କରିବାକୁ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବିଏଆଇ) ଯୋଜନା କରିଛି। ତେବେ ଏଥିପାଇଁ ରାଜ୍ୟ ସରକାରକଙ୍କ ଅନୁମିତ ଆବଶ୍ୟକ। ଯଦି ସବୁକିଛି ଠିକ୍‌ଠାକ ଚାଲେ ତା’ହେଲେ ଅଲିମ୍ପିକ୍‌ ରୌପ୍ୟପଦକ ବିଜୟିନୀ ପି.ଭି. ସିନ୍ଧୁ ଦୀର୍ଘ ୪ ମାସ ପରେ କୋର୍ଟରେ ଅଭ୍ୟାସ କରିବାର ସୁଯୋଗ ପାଇବେ।
ବେଙ୍ଗଲୁରୁସ୍ଥିତ ପ୍ରକାଶ ପାଡୁକନ୍‌ ବ୍ୟାଡ୍‌ମିଣ୍ଟନ ଏକାଡେମୀ (ପିପିବଏ)ରେ କେତେକ ଖେଳଳି ଅଭ୍ୟାସ ଆରମ୍ଭ କରିସାରିଛନ୍ତି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ନୂଆ ନିର୍ଦ୍ଦେଶନାମା ଜାରି କରିବା ପରେ ଗତ ମାସରୁ ଟ୍ରେନିଂ ଆରମ୍ଭ କରାଯାଇଛି। କିନ୍ତୁ ହାଇଦ୍ରାବାଦ୍‌ରେ ରହୁଥିବା ଖେଳାଳିମାନେ ଟ୍ରେନିଂରୁ ଏପର୍ଯ୍ୟନ୍ତ ବଞ୍ଚିତ ହୋଇଛନ୍ତି। କୋଭିଡ୍‌-୧୯ ମହାମାରୀ ପାଇଁ ତେଲେଙ୍ଗାନା ସରକାର ଲକ୍‌ଡାଉନ୍‌ ଅବଧିକୁ ଜୁନ୍‌ ୩୦ ତାରିଖର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଫଳରେ ଖେଳାଳିମାନଙ୍କ ଟ୍ରେନିଂ ଆହୁରି ବିଳମ୍ବିତ ହୋଇଛି। ସରକାର ଅନୁମତି ଦେଲେ ଆମେ ୧ ତାରିଖରୁ ହାଇଦ୍ରାବାଦ୍‌ରେ ଟ୍ରେନିଂ ଆରମ୍ଭ କରିବୁ ବୋଲି ବିଏଆଇ ସମ୍ପାଦକ ଅଜୟ ସିଙ୍ଘାଣିଆ କହିଛନ୍ତି। ସେପ୍ଟେମ୍ବର ପର୍ଯ୍ୟନ୍ତ କୌଣସି ଘରୋଇ ଟୁର୍ନାମେଣ୍ଟ ଆୟୋଜନ ହେବନାହିଁ ବୋଲି ବିଏଆଇ ତରଫରୁ ସ୍ପଷ୍ଟ କରାଯାଇଛି। ସବୁରାଜ୍ୟର ସମ୍ପାଦକମାନଙ୍କ ସହ ଆଲୋଚନା କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚରେ ସିନିୟର ନ୍ୟାଶନାଲ ଚାମ୍ପିୟନଶିପ୍‌କୁ ମହମାରୀ କାରଣରୁ ସ୍ଥଗିତ ରଖାଯାଇଥିଲା। ସେପ୍ଟେମ୍ବରରେ ମହାମାରୀ ନେଇ ତର୍ଜମା କରାଯିବ। ଫେବୃୟାରୀରେ ବିଏଆଇ ଏକାଧିକ ବର୍ଗର ଘରୋଇ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଘୋଷଣା କରିଥିଲା। ଏହାର ପୁରସ୍କାର ରାଶି ୨ କୋଟି ଟଙ୍କା ରଖାଯାଇଥିଲା। ଚଳିତ ବର୍ଷ ଦେଶରେ ଆୟୋଜିତ ହେବାକୁ ଥିବା ୪ଟି ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରୁ ଏପର୍ଯ୍ୟନ୍ତ ୨ଟି ବାତିଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri