Posted inଖେଳ

ଗେରୀ ପେଟନ୍‌ ଓଡ଼ିଶା ଏଫ୍‌ସିର ସହକାରୀ କୋଚ୍‌

ଭୁବନେଶ୍ୱର, ୨୭ା୬ (ସ୍ପୋଟର୍‌ସ ବ୍ୟୁରୋ)-ହିରୋ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ୭ମ ସଂସ୍କରଣ ପାଇଁ ୬୪ବର୍ଷୀୟ ଗେରୀ ପେଟନ୍‌ଙ୍କୁ ଓଡ଼ିଶା ଏଫ୍‌ସି ଫୁଟ୍‌ବଲ ଦଳର ସହକାର କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଶୁକ୍ରବାର ଏଥିପାଇଁ ଉଭୟଙ୍କ ମଧ୍ୟରେ ଦୁଇ ବର୍ଷିଆ ଚୁକ୍ତି ସ୍ବାକ୍ଷରିତ ହୋଇଛି। ପେଟନ୍‌ ତାଙ୍କ କ୍ୟାରିୟରରେ ବହୁ ନାମୀ ଫୁଟ୍‌ବଲ କ୍ଲବଗୁଡ଼ିକ ତରଫରୁ ଖେଳିଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛନ୍ତି ଓ୍ବେଷ୍ଟହାମ୍‌ ୟୁନାଇଟେଡ୍‌, ଏଭର୍ଟନ, ଫୁଲ୍‌ହାମ୍‌ ଏବଂ ଚେଲ୍‌ସି। ଓଡ଼ିଶା ଏଫ୍‌ସିରେ ଯୋଗଦାନ ପୂର୍ବରୁ ସେ ଆର୍ସେନାଲ ଓ ଫୁଲ୍‌ହାମ୍‌ କ୍ଲବ କୋଚିଂ ଟିମ୍‌ର ଅନ୍ୟତମ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଆୟର୍ଲାଣ୍ଡ ଜାତୀୟ ଦଳର ପୂର୍ବତନ ଗୋଲକିପର ଜାପାନିଜ୍‌ କ୍ଲବ ଶିମିଜୁ ଏସ୍‌-ପ୍ଲସ୍‌ର ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ମଧ୍ୟ କାର୍ଯ୍ୟକରିଛନ୍ତି। ନୂଆ ସହକାରୀ କୋଚ୍‌ଙ୍କୁ ସ୍ବାଗତ ଜଣାଇ ଓଏଫ୍‌ସି ସଭାପତି ରୋହନ ଶର୍ମା କହିଛନ୍ତି ଗେରୀଙ୍କ ଭଳି ଦକ୍ଷ ବ୍ୟକ୍ତି ପାଇ ମୁଁ ରୋମାଞ୍ଚତ୍ତ। ଆର୍ସେନାଲ ସହିତ ତାଙ୍କର ଦୀର୍ଘ ୧୫ବର୍ଷର ଅଭିଜ୍ଞତା ରହିଛି। ଆମ ଦଳର ଖେଳାଳିମାନେ ବିଶେଷ କରି ଗୋଲକିପରମାନେ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେଉଁ ବୋଲରଙ୍କୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ? ଜାଡେଜା କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୯।୭: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦିନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

ଅଧିନାୟକ ବଦଳରେ ଅଧିନାୟକ… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠାରୁ ବଡ଼ ପ୍ରସ୍ତାବ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୨୮।୭: ପାଞ୍ଚଥରର IPL ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପୂର୍ବରୁ ସେମାନଙ୍କର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ Trade କରିବାକୁ ମନସ୍ଥ କରିସାରିଛି। ଅନେକ ଦଳ ହାର୍ଦ୍ଦିକଙ୍କ…

କିଏ ଏହି ସାରାଂଶ ଜୈନ? ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୨୮।୭: ଶ୍ରୀଲଙ୍କା ବିରୋଧରେ ଆଗାମୀ ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଯାଉଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି।…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କିଏ ଗଲେ, କିଏ ଆସିଲେ…

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟ ମାସରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇ ୨ଟି ଟେଷ୍ଟ ମ୍ୟାଚ ସିରିଜ ଖେଳିବ। ଏହି ସିରିଜ ପାଇଁ ବିସିସିଆଇ (BCCI) ମଙ୍ଗଳବାର…

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବିରୁଷ୍କା: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୨୭।୭:ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ୧୯.୨୯…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri