Posted inଖେଳ

ଗେରୀ ପେଟନ୍‌ ଓଡ଼ିଶା ଏଫ୍‌ସିର ସହକାରୀ କୋଚ୍‌

ଭୁବନେଶ୍ୱର, ୨୭ା୬ (ସ୍ପୋଟର୍‌ସ ବ୍ୟୁରୋ)-ହିରୋ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ୭ମ ସଂସ୍କରଣ ପାଇଁ ୬୪ବର୍ଷୀୟ ଗେରୀ ପେଟନ୍‌ଙ୍କୁ ଓଡ଼ିଶା ଏଫ୍‌ସି ଫୁଟ୍‌ବଲ ଦଳର ସହକାର କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଶୁକ୍ରବାର ଏଥିପାଇଁ ଉଭୟଙ୍କ ମଧ୍ୟରେ ଦୁଇ ବର୍ଷିଆ ଚୁକ୍ତି ସ୍ବାକ୍ଷରିତ ହୋଇଛି। ପେଟନ୍‌ ତାଙ୍କ କ୍ୟାରିୟରରେ ବହୁ ନାମୀ ଫୁଟ୍‌ବଲ କ୍ଲବଗୁଡ଼ିକ ତରଫରୁ ଖେଳିଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛନ୍ତି ଓ୍ବେଷ୍ଟହାମ୍‌ ୟୁନାଇଟେଡ୍‌, ଏଭର୍ଟନ, ଫୁଲ୍‌ହାମ୍‌ ଏବଂ ଚେଲ୍‌ସି। ଓଡ଼ିଶା ଏଫ୍‌ସିରେ ଯୋଗଦାନ ପୂର୍ବରୁ ସେ ଆର୍ସେନାଲ ଓ ଫୁଲ୍‌ହାମ୍‌ କ୍ଲବ କୋଚିଂ ଟିମ୍‌ର ଅନ୍ୟତମ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଆୟର୍ଲାଣ୍ଡ ଜାତୀୟ ଦଳର ପୂର୍ବତନ ଗୋଲକିପର ଜାପାନିଜ୍‌ କ୍ଲବ ଶିମିଜୁ ଏସ୍‌-ପ୍ଲସ୍‌ର ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ମଧ୍ୟ କାର୍ଯ୍ୟକରିଛନ୍ତି। ନୂଆ ସହକାରୀ କୋଚ୍‌ଙ୍କୁ ସ୍ବାଗତ ଜଣାଇ ଓଏଫ୍‌ସି ସଭାପତି ରୋହନ ଶର୍ମା କହିଛନ୍ତି ଗେରୀଙ୍କ ଭଳି ଦକ୍ଷ ବ୍ୟକ୍ତି ପାଇ ମୁଁ ରୋମାଞ୍ଚତ୍ତ। ଆର୍ସେନାଲ ସହିତ ତାଙ୍କର ଦୀର୍ଘ ୧୫ବର୍ଷର ଅଭିଜ୍ଞତା ରହିଛି। ଆମ ଦଳର ଖେଳାଳିମାନେ ବିଶେଷ କରି ଗୋଲକିପରମାନେ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟର୍‌ଙ୍କୁ ପ୍ରବଳ ଗାଳି ଦେଇଥିଲେ କୋହଲି, ଏବେ କଲେ ଖୁଲାସା

ଲଣ୍ଡନ,୧୯।୮:ଲର୍ଡସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ସମୟରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଅନେକ ମତଭେଦ ଲାଗି ରହିଥିଲା। ପିଚ୍‌ରେ ଦୌଡ଼ିବାରୁ ଭାରତୀୟ...

ବିଶ୍ୱର ପ୍ରଥମ କ୍ରିକେଟର୍‌ ଭାବେ ଏମିତି ଉପଲବ୍ଧି ହାସଲ କଲେ ପୋଲାର୍ଡ

ଲଣ୍ଡନ,୯।୮:ୱେଷ୍ଟଇଣ୍ଡିଜର ବିସ୍ଫୋରକ ଅଲରାଉଣ୍ଡର କିରନ ପୋଲାର୍ଡ ୬୦୦ ଟି-୨୦ ମ୍ୟାଚ ଖେଳିବାରେ ବିଶ୍ୱର ପ୍ରଥମ କ୍ରିକେଟର ହୋଇପାରିଛନ୍ତି। ସେ ଦି ହଣ୍ଡ୍ରେଡ୍‌ ଲିଗରେ ଲଣ୍ଡନ ସ୍ପିରିଟ...

ନ୍ୟୁଜିଲାଣ୍ଡ କ୍ରିକେଟରେ ବର୍ଣ୍ଣବୈଷମ୍ୟବାଦ

ଅକଲାଣ୍ଡ,୧୨ା୮: ନ୍ୟୁଜିଲାଣ୍ଡ କ୍ରିକେଟ ପୁଣି ଥରେ ଚର୍ଚ୍ଚାରେ। କିଛି ଦିନ ତଳେ ପୁରୁଷ ଓ ମହିଳା ଖେଳାଳିଙ୍କ ସମାନ ଦରମାକୁ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ଚର୍ଚ୍ଚାରେ...

ଅଷ୍ଟ୍ରେଲୀୟ ବୋଲର ମେଗାନଙ୍କ ବିରଳ ରେକର୍ଡ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ), ୧୨।୯ (ପି.ଟି.)- ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମେଗାନ ସ୍କଟ୍ଟ ମହିଳା କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ସୀମିତ ଓଭର ଫର୍ମାଟ୍‌ରେ...

ଏସିଆନ ୟୁଥ୍‌ ବକ୍ସିଂ: ଭାରତୀୟ ମହିଳାଙ୍କୁ ୫ ସ୍ବର୍ଣ୍ଣ, ପୁରୁଷଙ୍କୁ ୨ ରୌପ୍ୟ

ଉଲାନବାତାର,୧୭।୧୧(ପି.ଟି.): ମଙ୍ଗୋଲିଆର ଉଲାନବାତାରଠାରେ ଚାଲିଥିବା ଏସିଆନ ୟୁଥ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତୀୟ ବକ୍ସରମାନେ ଦମ୍‌ଦାର ପ୍ରଦର୍ଶନ କରି ଏକାଧିକ ପଦକ ହାସଲ କରିଛନ୍ତି। ଭାରତୀୟ ମହିଳା...

ହାମିଲ୍‌ଟନ ଜିତିଲେ ରୁଷିଆନ ଗ୍ରାଁ ପ୍ରି

ସୋଚି, ୨୯।୯-ମର୍ସିଡିଜ୍‌ ଡ୍ରାଇଭର ବ୍ରିଟେନର ଲୁଇସ ହାମିଲ୍‌ଟନ ରବିବାର ଅନୁଷ୍ଠିତ ରୁଷିଆନ ଗ୍ରାଁ ପ୍ରି ଫର୍ମୁଲା ଓ୍ବାନ୍‌ ମୋଟର ରେସିଂରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।...

ବିବାଦରେ ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭାବା

ଜାମନଗର,୨୪।୧୧: ଗୁଜୁରାଟ ବିଧାନସଭାର ଉତ୍ତର ଜାମନଗର ଆସନ ନିର୍ବାଚନ ବହୁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଆସନରୁ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭାବା ଲଢୁଛନ୍ତି।...

ବୁମ୍‌ରାଙ୍କ ସ୍ଥାନରେ ଏହି ଦ୍ରୁତ ବୋଲର୍‌ଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୩୦।୯: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ଅନ୍ତର୍ଜାତୀୟ ସିରିଜର ଅନ୍ତିମ ୨ ମ୍ୟାଚ୍‌ ଲାଗି ଦ୍ରୁତ ବୋଲର୍‌ ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ କରାଯାଇଛି। ସିରାଜ...

Advertisement
Archives

Model This Week