Posted inଖେଳ

ପଜିଟିଭ ଚିହ୍ନଟ ୧୦ ଖେଳାଳିଙ୍କ ବିନା ଇଂଲଣ୍ଡ ଗସ୍ତ କରିବ ପାକିସ୍ତାନ

ଇସ୍‌ଲାମବାଦ, ୨୭।୬- ଘରୋଇ ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ସିରିଜ ଖେଳିବା ଲାଗି ପାକିସ୍ତାନ କ୍ରିକେଟ୍‌ ଦଳ ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରବିବାର ମାଞ୍ଚେଷ୍ଟର ଅଭିମୁଖେ ଗସ୍ତ କରିବ। ତେବେ ପାକିସ୍ତାନର ଯେଉଁ ୧୦ଜଣ ଖେଳାଳି ଗତ ସପ୍ତାହରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେମାନେ ଇଂଲଣ୍ଡ ଗସ୍ତ କରିବେ ନାହିଁ ବୋଲି ଜଣାପଡ଼ିଛି। ଇଂଲଣ୍ଡ ବିପକ୍ଷ ଏହି ସିରିଜ ଲାଗି ପାକିସ୍ତାନ କ୍ରିକେଟ୍‌ ବୋର୍ଡ ମୋଟ୍‌ ୨୯ ଜଣ ଖେଳାଳିଙ୍କ ନାମ ଘୋଷଣା କରିଥିଲା। ଏବେ ସେମାନଙ୍କ ମଧ୍ୟରୁ ୧୦ ଜଣ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ବଳକା ୧୮ ଜଣ ଓ ସପୋର୍ଟ ଷ୍ଟାଫ୍‌ ଇଂଲଣ୍ଡ ଗସ୍ତ କରିବେ। ସେହିଭଳି ଭେଟେରାନ ସୋଏବ ମଲିକ ପରେ ଦଳ ସହ ଯୋଗଦେବେ ବୋଲି ଜଣାପଡ଼ିଛି। କିନ୍ତୁ ଉପରୋକ୍ତ ୧୦ ଜଣ ପଜିଟିଭ ଖେଳାଳିଙ୍କ ମଧ୍ୟରୁ ଯେଉଁମାନେ ଆରୋଗ୍ୟ ଲାଭ କରିବେ ସେମାନେ ପରେ ଦଳ ସହ ଯୋଗଦେଇ ପାରିବେ ବୋଲି ପିସିବି ପକ୍ଷରୁ ଶନିବାର ଏକ ଖବରଦାତା ସମ୍ମିଳନୀରେ କୁହାଯାଇଛି। ଇଂଲଣ୍ଡ ଗସ୍ତ ଲାଗି ପିସିବି ଏକ ଚାର୍ଟର ପ୍ଲେନ ଆୟୋଜନ କରିଛି। ଏହି ଗସ୍ତରେ ପାକିସ୍ତାନ ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ୩ ଲେଖାଏ ଟେଷ୍ଟ ଓ ଟି୨୦ ମ୍ୟାଚ୍‌ ଖେଳିବ। ବିନା କୌଣସି ଦର୍ଶକରେ ଏହା ଆସନ୍ତା ମାସରେ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ଟି୨୦ ମହିଳା ବିଶ୍ୱକପ୍‌: ପ୍ରତିଶୋଧ ଲକ୍ଷ୍ୟରେ ଭାରତ

ସିଡନୀ, ୪।୩(ପି.ଟି.): ଅଷ୍ଟ୍ରେଲିଆରେ ଚାଲିଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମହିଳା ଟି୨୦ ବିଶ୍ୱକପ୍‌ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ଟାଇଟଲ ଫେଭରାଇଟ୍‌ ଭାରତ...

ଖାଲି ଷ୍ଟାଡିୟମରେ ଆୟୋଜନ ହୋଇପାରେ ଆଇପିଏଲ୍‌: ଗାଙ୍ଗୁଲି

ନୂଆଦିଲ୍ଲୀ,୧୧।୬(ପି.ଟି.):ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି। ବିଶ୍ୱର ଏହି...

ଏସିଆ କପ୍‌ କ୍ରିକେଟ : ଶ୍ରୀଲଙ୍କା ସହ ଆୟୋଜନ ଅଧିକାର ବଦଳ କଲା ପାକିସ୍ତାନ

ନୂଆଦିଲ୍ଲୀ, ୧୩।୬- ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଆଗାମୀ ସଂସ୍କରଣ ପାକିସ୍ତାନ ପରିବର୍ତ୍ତେ ଶ୍ରୀଲଙ୍କାରେ ଆୟୋଜନ ହେବା ସମ୍ଭାବନା ବଢ଼ିଛି। ପ୍ରକୃତରେ ପାକିସ୍ତାନ ଏହି ଟୁର୍ନାମେଣ୍ଟ...

୧୪ ମାସ ପରେ ମଇଦାନକୁ ଓହ୍ଲାଇବେ ଧୋନୀ: ପ୍ରଥମ ମ୍ୟାଚ୍‌ରେ ଭାଙ୍ଗିପାରନ୍ତି ଡିଭିଲିୟର୍ସଙ୍କ ଏହି ରେକର୍ଡ

ନୂଆଦିଲ୍ଲୀ,୧୮।୯: ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ତମ ସଂସ୍କରଣ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)ର ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ସହ...

କରୋନା ଭାଇରସ୍‌: କ୍ଲବ, ଫୁଟ୍‌ବଲର ଭବିଷ୍ୟତ ଅନିଶ୍ଚିତ

ଲଣ୍ଡନ, ୧୮।୩ (ପି.ଟି.)- କରୋନା ଭାଇରସ୍‌ ସାରା ବିଶ୍ୱରେ ଏବେ ମହାମାରୀ ରୂପ ନେଇଥିବା ବେଳେ କ୍ରୀଡ଼ା ଏଥିରେ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ଖାସ୍‌...

୪୧ ବର୍ଷରେ ବି କମିନି ଜଲଓ୍ବା: ମାରିଲେ ଧୂଆଁଧାର ଅର୍ଦ୍ଧଶତକ

ନୂଆଦିଲ୍ଲୀ,୨୮।୧: ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବେ, କିନ୍ତୁ ତାଙ୍କ ବ୍ୟାଟିଂ ଜଲଓ୍ବା ଏପର୍ଯ୍ୟନ୍ତ କମିନାହିଁ। ୪୧ ବର୍ଷ...

ଓଡ଼ିଶା ଓମେନ୍ସ ଲିଗ୍‌ ଉଦ୍‌ଘାଟିତ: ଉଦ୍‌ଘାଟନୀ ମ୍ୟାଚ୍‌ରେ ସ୍ପୋର୍ଟ୍ସ ହଷ୍ଟେଲର ବୃହତ୍‌ ବିଜୟ

ଭୁବନେଶ୍ୱର,୧।୩(ସ୍ପୋର୍ଟ୍ସ ବ୍ୟୁରୋ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଓମେନ୍ସ ଲିଗ୍‌ ଫୁଟବଲ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟ୍‌ବଲ ଆସୋସିଏଶନ ଅଫ୍‌...

ଟୁର୍‌ ଡି ଫ୍ରାନ୍ସରୁ ଓହରିଲେ ଗତଥରର ଚାମ୍ପିୟନ ଇଗାନ ବେର୍ନାଲ

ଗ୍ରେନୋବଲ(ଫ୍ରାନ୍ସ), ୧୭।୯(ଏପି): ଫ୍ରାନ୍ସରେ ପ୍ରତିବର୍ଷ ଆୟୋଜିତ ହେଉଥିବା ବହୁ ପର୍ଯ୍ୟାୟ ବିଶିଷ୍ଟ ପୁରୁଷ ସାଇକେଲ ରେସ୍‌ ଟୁର୍‌ ଡି ଫ୍ରାନ୍ସରୁ ଓହରିଯାଇଛନ୍ତି ଗତଥରର ଚାମ୍ପିୟନ ଇଗାନ...

Advertisement
Archives

Model This Week