Posted inଖେଳ

କ୍ରିକେଟ ବାହାରର ଜୀବନ ନେଇ ଡ୍ରାଭିଡ୍‌ଙ୍କଠୁ ଶିକ୍ଷା କରିଛି: ପୂଜାରା

ନୂଆଦିଲ୍ଲୀ,୨୭।୬ (ପି.ଟି.): ପେସାଦାର ଓ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ପୂର୍ବତନ ବ୍ୟାଟ୍ସମ୍ୟାନ ରାହୁଲ ଡ୍ରାଭିଡ୍‌ଙ୍କଠାରୁ ବହୁତ କିଛି ଶିକ୍ଷା କରିଛି ବୋଲି ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାର କହିଛନ୍ତି। ଏ ନେଇ ଡ୍ରାଭିଡ୍‌ଙ୍କ ବହୁତ ଅବଦାନ ରହିଛି। କ୍ରିକେଟଠାରୁ ଦୂରେଇ ରହିବା ଓ କ୍ରିକେଟ ବାହାରର ଜୀବନର ଗୁରୁତ୍ୱ ସମ୍ପର୍କରେ ସେ ମୋତେ ବହୁତ କିଛି ପରାମର୍ଶ ଦେଇଛନ୍ତି ବୋଲି ପୂଜାରା କହିଛନ୍ତି। ପେସାଦାର ଓ ବ୍ୟକ୍ତିଗତ ଜୀବନକୁ କିପରି ଅଲଗା ରଖି ହେବ, ଏ ନେଇ ଡ୍ରାଭିଡ୍‌ଙ୍କଠାରୁ ଶିକ୍ଷା କରିଥିଲି। କ୍ରିକେଟରୁ ଦୂରେଇ ରହିବାର ମହତ୍ତ୍ୱ ସେ ମୋତେ ବୁଝାଇଥିଲେ। ପରେ ଏହା ଅବଶ୍ୟ ମୋ ପାଇଁ କାମରେ ଆସିଥିଲା। କାଉଣ୍ଟି କ୍ରିକେଟରେ ଖେଳାଳିମାନେ କିଭଳି ପେସାଦାର ଓ ବ୍ୟକ୍ତିଗତ ଜୀବନକୁ ଅଲାଗା କରି ରଖୁଥିବାର ଲକ୍ଷ୍ୟ କରିଥିଲି। ମୁଁ ବହୁତ ଏକାଗ୍ରଚିତ୍ତ ବୋଲି ବହୁ ଲୋକ ଚିନ୍ତା କରନ୍ତି। ଏହା ମଧ୍ୟ ସତ କଥା। ତେବେ ମୁଁ ମଧ୍ୟ କ୍ରିକେଟରୁ ଦୂରେଇ ରହିବାର କଳା ଶିକ୍ଷା କରିଛି। କ୍ରିକେଟ ବାହାରରେ ମଧ୍ୟ ଏକ ଜୀବନ ଅଛି ବୋଲି ପୂଜାରା କହିଛନ୍ତି।
ନିଜ ଉଜ୍ଜ୍ୱଳମୟ କ୍ୟାରିୟରରେ ଡ୍ରାଭିଡ୍‌ ୧୬୪ଟି ଟେଷ୍ଟ ଖେଳି ୧୩,୨୮୮ ରନ ସଂଗ୍ରହ କରିଛନ୍ତି। ସେହିପରି ୩୪୪ ଦିନିକିଆ ଖେଳି ଡ୍ରାଭିଡ ୧୦,୮୮୯ ରନ ସଂଗ୍ରହ କରିଛନ୍ତି। ସେ ୭୯ ଦିନିକିଆରେ ଭାରତର ନେତୃତ୍ୱ ନେଇଛନ୍ତି। ଏଥିରେ ଚେଜ୍‌ କରି ଭାରତ କ୍ରମାଗତ ୧୪ଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିଲା। ଡ୍ରାଭିଡ୍‌ ସବୁବେଳେ ମୋ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ। ଡ୍ରାଭିଡ୍‌ଙ୍କ ମାନସିକ ଦୃଢତା ଓ ଟେକ୍‌ନିକ ସହିତ ପୂଜାରାଙ୍କୁ ତୁଳନା କରାଯାଉଥିଲେ ମଧ୍ୟ ତାଙ୍କୁ କେବେ ନକଲ କରିବାକୁ ଚେଷ୍ଟା କରିନାହିଁ ବୋଲି ସେ କହିଛନ୍ତି। ଆମ ଦୁହିଁଙ୍କ ମଧ୍ୟ କିଛି ସମାନତା ରହିଛି। କେବଳ ବ୍ୟକ୍ତିଗତ ଭାବେ ଶତକ ହାସଲ କରିଦେଲେ କିଛି ହେବ ନାହିଁ। ଏଥିସହିତ ଦଳକୁ ମଧ୍ୟ ସାଥିରେ ନେଇ ଖେଳିବାକୁ ହେବ। ଦାୟିତ୍ୱ ନେଇ ଦଳକୁ ବଡ଼ ସ୍କୋର ପ୍ରଦାନ କରିବାର କଳା ଡ୍ରାଭିଡ୍‌ଙ୍କଠାରୁ ଶିକ୍ଷା କରିଥିଲି ବୋଲି ପୂଜାରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଚମତ୍କାର: ନେପାଳ ବନ୍ୟାର ୯ ଦିନ ପରେ ମାଟି ତଳୁ ଜୀବନ୍ତ ଉଦ୍ଧାର ହେଲେ ୨ ବ୍ୟକ୍ତି, ଏବେ ବି ଶୁଣାଯାଉଛି ଆହୁରି ସ୍ବର

କାଠମାଣ୍ଡୁ,୪।୯: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଏକ ବଡ଼ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ରସୁୱା ଜିଲାରେ ବନ୍ୟା ପରେ ତ୍ରିଶୁଳୀ-୩ଏ ହାଇଡ୍ରୋପାୱାର ପ୍ରକଳ୍ପର…

ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ:ସୁରଧାପାଲି ଜଙ୍ଗଲରୁ ୩୪ ଏକରରୁ ଊର୍ଦ୍ଧ୍ୱ ଜବରଦଖଲ ଉଚ୍ଛେଦ

ଅମରପାଲି, ୪।୯(ପୀତାମ୍ବର ସାହୁ): ସୁବର୍ନପୁର ଜିଲା ବୀରମହାରାଜପୁର ତହସିଲ ଅଧୀନ କେନଝିରିଆପାଲି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ସୁରଧାପାଲି ଜଙ୍ଗଲ ମୌଜାରେ ଦୀର୍ଘଦିନ ଧରି ହୋଇଆସୁଥିବା ଜବରଦଖଲ…

ଭଉଣୀଙ୍କ ବଢୁଥିଲା ଫଲୋଅର୍ସ, ସହି ନ ପାରି ଭାଇ ନେଲେ ଚରମ ପଦକ୍ଷେପ

ଇସଲାମାବାଦ୍‌,୪।୯: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜଣେ ୧୮ ବର୍ଷର ଝିଅ ନିଜ ସୋସିଆଲ ମିଡିଆ ଲୋକପ୍ରିୟତାକୁ ନେଇ ସୃଷ୍ଟି ହୋଇଥିବା ବିବାଦ କାରଣରୁ ନିଜ ସାନ ଭଉଣୀକୁ…

ହାଇୱେରେ ଅପରିଷ୍କାର ଟଏଲେଟ୍‌ ଦେଖିଲେ ଉଠାନ୍ତୁ ଫଟୋ, ମିଳିବ ୧,୦୦୦ ଟଙ୍କାର FASTag ରିଚାର୍ଜ, ଜାଣନ୍ତୁ NHAIର ନିୟମ

ନୂଆଦିଲ୍ଲୀ,୪।୯: ଜାତୀୟ ରାଜପଥ କିମ୍ବା ଏକ୍ସପ୍ରେସୱେରେ ଯାତ୍ରା ସମୟରେ ଖରାପ ପବ୍ଲିକ ଟଏଲେଟ୍‌କୁ ନେଇ ଯାତ୍ରୀମାନେ ପ୍ରାୟତଃ ଅସୁବିଧାରେ ପଡ଼ନ୍ତି। ଟଏଲେଟ୍‌ ନିର୍ମାଣ ହୋଇଥିଲେ ମଧ୍ୟ ନିୟମିତ…

ଛଟେଇ ଝଡ଼; ୨୦୨୬ରେ ବିଦା ହେଲେଣି ୧,୩୦,୦୦୦ରୁ ଅଧିକ ଚାକିରିଆ

ନୂଆଦିଲ୍ଲୀ,୪।୯: କୃତ୍ରିମ ବୁଦ୍ଧିମତ୍ତା ବା ‘ଏଆଇ’ ଏବେ ଚାକିରିଆଙ୍କ ପାଇଁ କାଳ ହୋଇଛି । ବିଶ୍ୱସ୍ତରରେ ଏଆଇର ପ୍ରଚଳନ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ବିଭିନ୍ନ କ୍ଷେତ୍ରରୁ ଲୋକେ…

ବୟସ ଜାଲିଆତି କରି ଫସିଲେ ଏହି କ୍ରିକେଟର୍‌: ୨ ବର୍ଷ ବାସନ୍ଦ କଲା BCCI

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର୍‌ ରୋହିତ ଯାଦବଙ୍କୁ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ଆଗାମୀ ଦିନିକିଆ ଏବଂ ବହୁ-ଦିବସୀୟ ସିରିଜ ପାଇଁ ଅଣ୍ଡର-୧୯ ଦଳରେ ଚୟନ କରାଯାଇଥିଲା। ଜୁନିଅର…

ବର୍ଷାରେ ବି ବଢୁଛି ପର୍ଯ୍ୟଟକଙ୍କ ଭିଡ଼: ଦାରିଙ୍ଗବାଡ଼ି ପର୍ଯ୍ୟଟନ ବିକାଶ ପାଇଁ ନୂଆ ପଦକ୍ଷେପ

ଦାରିଙ୍ଗବାଡ଼ି,୪।୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିକୁ ବର୍ଷତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର କରିବା ସହ ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ଓ ରୂପାନ୍ତରଣ ପାଇଁ…

ଜନ୍ମଗତ ନାଗରିକତ୍ୱ: ଟ୍ରମ୍ପ୍‌ଙ୍କ ନୂତନ ନିର୍ଦ୍ଦେଶନାମା ଉପରେ ରୋକ

ଓ୍ବାଶିଂଟନ,୪।୯(ପି.ଟି.): ଆମେରିକାର ସୁପ୍ରିମକୋର୍ଟ ତାଙ୍କର ପୂର୍ବ ପ୍ରୟାସକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜାରି କରିଥିବା ଜନ୍ମଗତ ନାଗରିକତା ପାଇବାକୁ ଯୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri