ମନଇଚ୍ଛା ଲୁଟୁଛନ୍ତି ମୋରମ
ବଇଣ୍ଡା,୨ା୬: କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଧୀନରେ ଥିବା ପାହାଡ଼ ଗୁଡ଼ିକରୁ ବଢ଼ୁଛି ମୋରମ ଲୁଟ୍। ବିଶେଷକରି କଦଳୀମୁଣ୍ଡା, ଜାମୁନାଳୀ, ନୁନୁକାପଶି, କମରେଇ, ଗାଁ ବଇଣ୍ଡା, ବଣିନାଳୀ, ନାକିଚି, ବାମୁର ରେଞ୍ଜ ଅଧୀନରେ ଥିବା ଗୁରୁଜାଙ୍ଗ, ଆମ୍ବପାଳ ଆଦି ଅଞ୍ଚଳରେ ଥିବା…
ମିଲେଟ ମିଶନର ପ୍ରଚାର ଉପରେ ଗୁରୁତ୍ୱ
ଅନୁଗୋଳ ଅଫିସ,୩୧।୫: ଅନୁଗୋଳ ଜିଲା କୃଷି ବିଭାଗ ଓ ଓ୍ବାସାନର ମିଳିତ ସହଯୋଗରେ ଅନୁଗୋଳସ୍ଥିତ ଏକ ହୋଟେଲଠାରେ ଆନ୍ତଃ ଜିଲା ମିଲେଟ କର୍ମଶାଳା ଓ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଢେଙ୍କାନାଳ, ଅନୁଗୋଳ ଓ ବୌଦ୍ଧ ଜିଲାର ସ୍ବୟଂ ସହାୟକ…
ଶୈଳଶ୍ରୀକ୍ଷେତ୍ରରୁ ଉଡ଼ିଗଲା ନେତ, ରୁକିଲା ଟ୍ରେନ୍
ଅନୁଗୋଳ ଅଫିସ, ୩୦ା୫: ଭୀଷଣ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅନୁଗୋଳବାସୀ ଅଥୟ ହୋଇପଡ଼ିଥିଲେ। ପାରଦ ୪୦ ଡିିଗ୍ରୀ ତଳକୁ ଖସୁ ନ ଥିବାରୁ ଲୋକମାନେ ଆଉଟ ପାଉଟୁ ହେଉଥିଲେ। ସୋମବାର ସହରର ତାପମାତ୍ରା ୪୧ ଡିଗ୍ରୀ ରହିଥିବାରୁ ଅସହ୍ୟ ତାତିରେ…
ପର୍ଯ୍ୟାପ୍ତ ନୁହେଁ ପଦକ୍ଷେପ
ବଇଣ୍ଡା, ୩୦ା୫ (ଡି.ଏନ.ଏ.): ସମ୍ପ୍ରସାରଣ ହେଉଛି ଜାତୀୟ ରାଜପଥ। ଗମନାଗମନର ଅଧିକ ସୁବିଧା ଦେଉଛି ରେଳପଥ। ବ୍ୟବସାୟର ବଡ଼ ପେଣ୍ଠସ୍ଥଳୀ ହୋଇଥିବାରୁ ବଇଣ୍ଡା ଛକ ସାଜିଛି ଆଠମଲ୍ଲିକ ଉପଖଣ୍ଡବାସୀଙ୍କ ପ୍ରମୁଖ ଆକର୍ଷଣ। ସେଥିପାଇଁ ଦିନକୁ ଦିନ ପରିବ୍ୟାପ୍ତ ହେଉଛି ବଇଣ୍ଡା ଅଞ୍ଚଳ।…
ବୀମା ଅର୍ଥ ଦେଉନି ଏଜେନ୍ସି
ଅନୁଗୋଳ ଅଫିସ,୨୭ା୫:ଗ୍ୟାସ୍ ଦୁର୍ଘଟଣାରେ ମା’ ବାପା ଚାଲିଗଲା ପରେ ଅସହାୟ ହୋଇପଡ଼ିଛନ୍ତି ୨ ପିଲା। ପ୍ରଶାସନ ପକ୍ଷରୁ କିଛି ସହାୟତା ମିଳୁଥିଲେ ମଧ୍ୟ ଗ୍ୟାସ୍ ଏଜେନ୍ସି ବୀମା ଅର୍ଥ ପ୍ରଦାନ କରୁନାହିଁ। ଫଳରେ ୨ ପିଲାଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି…
ଅଣ୍ଡାରୁ ବାହାରିଲେ ୩୫ ଘଡ଼ିଆଳ ଛୁଆ
ଅନୁଗୋଳ ଅଫିସ, ୨୬ା୫: ଅନୁଗୋଳ ଜିଲା ସାତକୋଶିଆର ଘଡିଆଳ କୁମ୍ଭୀର ପ୍ରଜନନ କେନ୍ଦ୍ର ପାଇଁ ଆସିଛି ଖୁସି ଖବର। ଏଠାରେ କ୍ରମାଗତ ତୃତୀୟ ବର୍ଷ ପାଇଁ ଘଡ଼ିଆଳ ପ୍ରଜନନ ସଫଳ ହୋଇଛି। ଗୁରୁବାର ଘଡ଼ିଆଳ ଅଣ୍ଡା ଫୁଟି ୩୫ ଛୁଆ ମା’…
ସାତକୋଶିଆ କ୍ଷତ ଦେଖିଲେ ଟ୍ରିବ୍ୟୁନାଲ
ଅନୁଗୋଳ ଅଫିସ,୨୫ା୫: ଛତିଶଗଡ଼ ସରକାର ଏକପାଖିଆ ଭାବେ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ଓଡ଼ିଶାର ଜୀବନରେଖା ମହାନଦୀରେ ଜଳ ପ୍ରଭାବ କିଭଳି ସାଂଘାତିକ ଭାବେ ହ୍ରାସପାଇଛି, ବୁଧବାର ତାହା ଅନୁଧ୍ୟାନ କରିଛନ୍ତି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଟିମ୍। ଜୈବ ବିବିଧତାରେ ଭରପୂର…
ପରମ୍ପରା ପରିବର୍ତ୍ତନ ଗ୍ରହଣୀୟ ନୁହେଁ
ଅନୁଗୋଳ/ ଢେଙ୍କାନାଳ ଅଫିସ, ୨୪।୫ ରାଜ୍ୟର ଶୈବପୀଠଗୁଡ଼ିକରେ ଆଉ ବ୍ୟବହାର ହେବନି ଗଞ୍ଜେଇ। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏ ନେଇ ରାଜ୍ୟର ସମସ୍ତ ଜିଲାପାଳ ଓ ଏସ୍ପିଙ୍କୁ ଚିଠି କରାଯାଇଛି। ଶୈବପୀଠଗୁଡ଼ିକରେ ଗଞ୍ଜେଇ…
ହତାଶ ହେଉଛନ୍ତି ହିତାଧିକାରୀ
ଆଠମଲ୍ଲିକ,୨୨ା୫ (ଡି.ଏନ.ଏ.): ଉପାସରେ ରହିବେନି ଗରିବ। ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଏହା ହେଉଛି ଏକ ଉଦ୍ଦେଶ୍ୟ। ସେଥିପାଇଁ ପ୍ରତି ରାଶନ କାର୍ଡଧାରୀଙ୍କୁ ସରକାର ମାସିକିଆ ଚାଉଳ ସହ ଗହମ ପ୍ରଦାନ କରୁଥିଲେ। ହେଲେ ୬ ମାସ ହେଲା ଗହମ ଯୋଗାଣକୁ…
ସ୍ବାସ୍ଥ୍ୟସେବାରେ ଆସୁନି ସୁଧାର
ବଇଣ୍ଡା,୨୨ା୫ (ଡି.ଏନ.ଏ.): ସ୍ବାସ୍ଥ୍ୟସେବାରେ ସରକାର ଦେଉଛନ୍ତି ଅନେକ ସୁବିଧା। ଏହାର ସୁଯୋଗ ନେବାକୁ ସରକାରୀ ମେଡିକାଲ ଆସୁଛନ୍ତି ରୋଗୀ। ହେଲେ କେଉଁଠି ଦୀର୍ଘବର୍ଷ ହେଲା ଡାକ୍ତର ନାହାନ୍ତି ତ ଆଉ କେଉଁଠି ଆବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବରୁ ମିଳିପାରୁନି ଚିକିତ୍ସା। ଫଳରେ…
ଏମ୍ସିଏଲ୍ର ୩୩୨ କୋଟି କ୍ଷତି
ତାଳଚେର, ୨୦ା୫ (ନି.ପ୍ର.): ଅନୁଗୋଳ ଜିଲା ତାଳଚେରସ୍ଥିତ ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡ (ଏମ୍ସିଏଲ୍)ରେ ବାରମ୍ବାର ଠିକା ଶ୍ରମିକଙ୍କ ଅନୁପସ୍ଥିତି କାରଣରୁ କୋଇଲା ଉତ୍ପାଦନ ଓ ଯୋଗାଣ ବାଧାପ୍ରାପ୍ତ ହେଉଛି। ଗତ ଏପ୍ରିଲ ୧ରୁ ଇତିମଧ୍ୟରେ ଏମ୍ସିଏଲ୍ ୨.୩ ମିଲିୟନ ଟନ୍…
ଚିକିତ୍ସିତ ହୋଇପାରୁନାହାନ୍ତି ଶ୍ରୀମତୀ
ବଇଣ୍ଡା,୨୦।୫(ଡି.ଏନ.ଏ.): ଅଙ୍ଗନଓ୍ବାଡି କର୍ମୀ ଭାବେ କାର୍ଯ୍ୟକରି ଅବସର ନେବାର ବର୍ଷେ ହୋଇଗଲାଣି। ପକ୍ଷାଘାତ ଯୋଗୁ ଏବେ ସେ ଶଯ୍ୟାଶାୟୀ। ହେଲେ ସରକାର ତାଙ୍କର ବକେୟା ୪ ମାସର ଦରମା ଦେଉନାହାନ୍ତି। ଅବସରକାଳୀନ ପ୍ରାପ୍ୟ ମଧ୍ୟ ପ୍ରଦାନ କରୁନାହାନ୍ତି। ଫଳରେ ଅର୍ଥାଭାବର ଶିକାର…

