ଅନୁଗୋଳ

ସୁନିଶ୍ଚିତ ହେଉନି ସୁରକ୍ଷା

ଅନୁଗୋଳ ଅଫିସ, ୨୦ା୫: ଅନୁଗୋଳ ସହରରେ ବଢ଼ୁଛି ଆପରାଧିକ କାର୍ଯ୍ୟକଳାପ। ଚୋରା ବ୍ରାଉନସୁଗାର ବ୍ୟବସାୟ ଜୋର୍‌ ଧରିଥିବାବେଳେ ଚୋରି, ଲୁଟ୍‌ପାଟ ଭଳି ଘଟଣା ବଢ଼ି ଚାଲିଛି। ଅପରାଧ ରୋକିବାକୁ ଛକ ଛକରେ ପୋଲିସ ବ୍ୟବସ୍ଥା କଥା କୁହାଯାଉଥିଲେ ମଧ୍ୟ ଏହା ସହରବାସୀଙ୍କ…

କାଳବୈଶାଖୀରେ ଭାଙ୍ଗିଲା ଗଛ

ଅନୁଗୋଳ ଅଫିସ, ୧୮।୫: ଅନୁଗୋଳ ଏବଂ ତାଳଚେର ସହରରେ ଗୁରୁବାର ଅପରାହ୍ନରେ କାଳବୈଶାଖୀ ବର୍ଷା ହୋଇଛି । କାଳବୈଶାଖୀ ମେଘ ପ୍ରଭାବରେ ବହୁତ ଗଛର ଡାଳ ଭାଙ୍ଗି ରାସ୍ତା ଉପରେ ପଡିଛି । ଫଳରେ କୁଡୁଲ ଦେଇ ଅନୁଗୋଳରୁ ତାଳଚେରକୁ ଯାତାୟତ…

ଫେରିଆସିଲା ନିଖୋଜ ପୁଅ

ଛେଣ୍ଡିପଦା,୧୮ା୫(ସ୍ବ.ପ୍ର.):ମଧ୍ୟପ୍ରଦେଶର ଏକ ଢାବାରେ ସାଧାରଣ କାମ କରୁଥିଲେ ମଧ୍ୟ ତାଙ୍କ କଥାବାର୍ତ୍ତା ଓ ଚାଲିଚଳଣ ଥିଲା ଉଚ୍ଚଶିକ୍ଷିତଙ୍କ ପରି। ଏହାକୁ ଠଉରାଇ ନେଇଥିଲେ ଜଣେ ଟ୍ରକ୍‌ ଚାଳକ। କିଛି ସମୟର କଥାବାର୍ତ୍ତା ମଧ୍ୟରେ ସେ ମାଗି ନେଇଥିଲେ ସମ୍ପୃକ୍ତ ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କ…

୪ ମାସରେ ଗାର୍ଡଓ୍ବାଲ୍‌ ଫାଟି ଆଁ

ରାସୋଳ,୧୮ା୫(ଡି.ଏନ୍‌.ଏ.):ସୁରକ୍ଷା ପାଚେରି ହେବା କଥା କଂକ୍ରିଟ୍‌ରେ। ହେଲେ ନିୟମକୁ ଫୁ’ କରି ମାଙ୍କଡ଼ା ପଥରରେ ଉଠାଇଦେଲେ ଓ୍ବାଲ୍‌। ଫଳରେ ମାତ୍ର ୪ ମାସ ନ ବିତୁଣୁ ପାଚେରି ଫାଟି ଆଁ କଲାଣି। ମୂଳଦୁଆ ଠିକ୍‌ ଭାବେ ନିର୍ମାଣ ହୋଇ ନ ଥିବାରୁ…

ଗ୍ରୀଷ୍ମ ଯନ୍ତ୍ରଣା ବଢ଼ାଉଛି ବିଦ୍ୟୁତ୍‌ କାଟ

ଅନୁଗୋଳ ଅଫିସ, ୧୭।୫: ଅସହ୍ୟ ଗ୍ରୀଷ୍ମ ପ୍ରବାହ ବେଳେ ଘନ ଘନ ହେଉଛି ବିଦ୍ୟୁତ୍‌ କାଟ। ଘଣ୍ଟା ଘଣ୍ଟା ଧରି ଅପେକ୍ଷା ସତ୍ତ୍ୱେ ଆସୁନି କରେଣ୍ଟ। ଫଳରେ ଗରମ ଓ ଗୁଳୁଗୁଳିରେ ଅଥୟ ହୋଇପଡ଼ୁଛି ଜନଜୀବନ। ଗ୍ରାମାଞ୍ଚଳ ତ ଦୂରର କଥା…

୫ ମାସରେ ଗଲାଣି ୧୫ ଜୀବନ

ଅନୁଗୋଳ ଅଫିସ, ୧୬ା୫: ଜଙ୍ଗଲ ପାଖ ବଗିଚାରେ ପାଚିଲାଣି ଆମ୍ବ, ପଣସ। ହେଲେ ପରିବାର ପାଟିରେ ବାଜୁନି ଏହି ସ୍ବାଦିଷ୍ଟ ଫଳ। କାରଣ ଜଙ୍ଗଲ ଛାଡ଼ି ଜନବସତି ମୁହଁା ହୋଇଥିବା ହାତୀପଲ କିଛିଦିନ ହେଲା ଏହି ବଗିଚା ଛାଡ଼ୁନାହାନ୍ତି। ୨୪ ଘଣ୍ଟିଆ…

ବାଇକ୍‌କୁ ଧକ୍କା ଦେଲା ବସ୍‌: ବାଇକ୍‌ ଆରୋହୀଙ୍କ ମୃତ

ଅନୁଗୋଳ ଅଫିସ,୧୫।୫: ଅନୁଗୋଳ ଜିଲା ପାଲଲହଡ଼ା ଥାନା ୪୯ ନମ୍ବର ଜାତୀୟ ରାଜପଥ ସାମିୟାପାଲି ଛକ ନିକଟରେ ସୋମବାର ଦୁର୍ଘଟଣା ଘଟିଛି। ବସ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ ଘଟିଛି। ମୃତ ବ୍ୟକ୍ତି ହେଲେ ପାଲଲହଡା ସିଗଡ଼ ଗାଁର ଶରତ ପ୍ରଧାନ।…

ନିଶାଦ୍ରବ୍ୟର ପେଣ୍ଠସ୍ଥଳୀ ବଇଣ୍ଡା

ବଇଣ୍ଡା,୧୫।୫(ଡି.ଏନ.ଏ): ଅନୁଗୋଳ ଜିଲାର ଅନ୍ୟତମ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡା ଏବେ ନିଶା ବ୍ୟବସାୟର କେନ୍ଦ୍ର ପାଲଟିଛି। ଅଞ୍ଚଳ ଦେଇ ଦୈନିକ ବିପୁଳ ପରିମାଣର ଗଞ୍ଜେଇ, ଅଫିମ, ଚୋରା ମଦ ଚାଲାଣ କରାଯାଉଛି। ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ନିଶା ବ୍ୟବସାୟୀଙ୍କ…

ଜଳସଙ୍କଟ ଉତ୍କଟ

ବଇଣ୍ଡା, ୧୫।୫(ଡି.ଏନ.ଏ): ଶିଳ୍ପସମୃଦ୍ଧ ଅନୁଗୋଳ ଜିଲାରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଥିବାବେଳେ ଗ୍ରାମାଞ୍ଚଳରେ ଜଳସଙ୍କଟ ଉତ୍କଟ ରୂପ ଧାରଣ କରିଛି। ବିଶେଷ କରି ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ସମସ୍ୟା ଜଟିଳ ଆଡ଼କୁ ଗତି କରୁଛି। ଗ୍ରୀଷ୍ମପ୍ରବାହର ମୁକାବିଲା…

ବିବାହ ବନ୍ଧନରେ ବାନ୍ଧିହେଲେ ପାଲଲହଡା ବିଧାୟକ

ପାଲଲହଡ଼ା, ୧୩।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପାଲଲହଡାର ଯୁବ ବିଧାୟକ ମୁକେଶ ପାଲ ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ହିନ୍ଦୁ ରୀତିନୀତି ଅନୁଯାୟୀ ଅନୁଗୋଳସ୍ଥିତ ଏକ ତାରକା ହୋଟେଲରେ ତାଙ୍କ ବିବାହ ଧୂମଧାମରେ ସମ୍ପନ୍ନ ହୋଇଛି । ବିଧାୟକ ପାଲ…

ଉଚ୍ଛେଦ ହେଲା ପରିତ୍ୟକ୍ତ ସ୍କୁଲ ଗୃହ

ଅନୁଗୋଳ ଅଫିସ, ୧୩।୫: ଅନୁଗୋଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦର ସମ୍ମୁଖରେ ଥିବା ବଜାରପଡ଼ା ବିଦ୍ୟାଳୟର ପରିତ୍ୟକ୍ତ ଗୃହକୁ ଶୁକ୍ରବାର ଉଚ୍ଛେଦ କରାଯାଇଛି। ଉକ୍ତ ଜାଗାକୁ ପ୍ରଶାସନ ହାତକୁ ନେଇଛି। ସେଠାରେ ଖାଓ ଗଳି ପାଇଁ ପାର୍କିଂ ବ୍ୟବସ୍ଥା କରାଯିବାକୁ ଥିବାବେଳେ ସାଧାରଣ…

ଚନ୍ଦନଯାତ୍ରାରେ ୪୦ ହଜାର ଜନ ସମାଗମ

ବଇଣ୍ଡା, ୧୩।୫ (ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ପ୍ରସିଦ୍ଧ ବଇଣ୍ଡା ଚନ୍ଦନ ଯାତ୍ରା ଗୁରୁବାର ଠାରୁ ଆରମ୍ଭ ହୋଇଛି। ୪୬ ବର୍ଷରେ ପହଞ୍ଚିଥିବା ଏହି ଯାତ୍ରା ବେଶ୍‌ ଧୁମ୍‌ଧାମରେ ପାଳନ କରାଯାଉଛି। ଯାତ୍ରା କମିଟି ପକ୍ଷରୁ ଆୟୋଜିତ ଏହି ଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?