ଦୁର୍ବଳ ପ୍ରଦର୍ଶନ ଦାୟୀ

ବ୍ୟାଙ୍କ ହେଉ କି ବଜାର, ଗଁା ହେଉ କି ସହର, ସବୁଠି ସକ୍ରିୟ ଏରାଗୋଲା ଗ୍ୟାଙ୍ଗ। ସୁଯୋଗ ପାଇବା ମାତ୍ରେ ଝାମ୍ପି ନେଉଛନ୍ତି ଟଙ୍କା ବ୍ୟାଗ। ଡିକି ଭାଙ୍ଗି କରୁଛନ୍ତି ଲୁଟ୍‌। ବିରୋଧ କଲେ ଆଖିରେ ଲଙ୍କା ଗୁଣ୍ଡ ପକାଉଛନ୍ତି। କେମିକାଲ ସ୍ପ୍ରେ କରୁଛନ୍ତି। ଅନୁଗୋଳ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଏମାନେ ଲୁଟ୍‌ପାଟ ଘଟାଇ ଚାଲିଥିବା ବେଳେ ଜଣେ ଦୁଇ ଜଣଙ୍କୁ ଧରି ନିଜ ପିଠି ନିଜେ ଥାପୁଡ଼ାଉଛି ପୋଲିସ। ଏରାଗୋଲା ଗ୍ୟାଙ୍ଗର ଏପରି ଆତଙ୍କ ପଛରେ ପୋଲିସର ଦୁର୍ବଳ ପ୍ରଦର୍ଶନ ଦାୟୀ ବୋଲି ଜିଲାବାସୀ ଅଭିଯୋଗ କରୁଛନ୍ତି।

ଅନୁଗୋଳ ଅଫିସ,୮ା୬: ଅନୁଗୋଳ ଜିଲା ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି ଏରାଗୋଲା ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ନେଟଓ୍ବର୍କ ଏବେ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଦେଖିବାକୁ ମିଳୁଛି। ଘଟିଚାଲିଥିବା ଗୋଟିଏ ପରେ ଗୋଟିଏ ଲୁଟ୍‌ ଘଟଣା ଏହାର ପ୍ରମାଣ ଦେଉଛି। ହେଲେ ଦୀର୍ଘଦିନ ପରେ ବି ପୋଲିସ ହାତ ଖାଲି ପଡ଼ୁଛି। ଏକାଧିକ ମାମଲାର ତଦନ୍ତ ସତ୍ତ୍ୱେ ଗ୍ୟାଙ୍ଗର ଅଧିକ ସଦସ୍ୟଙ୍କ ନିକଟରେ ପହଞ୍ଚି ପାରୁନି ଆଇନର ଲମ୍ବା ହାତ। ଏହାର ସୁଯୋଗ ନେଇ ଅନୁଗୋଳ ସହର ସହ ଗ୍ରାମାଞ୍ଚଳରେ ମଧ୍ୟ ଆତଙ୍କ ଖେଳାଇଲେଣି ଏରାଗୋଲା ଗ୍ୟାଙ୍ଗ।
ଜିଲାବାସୀଙ୍କ କହିବା ଅନୁଯାୟୀ, ଏରାଗୁଲା ଗ୍ୟାଙ୍ଗର ସଦସ୍ୟମାନେ ଅନୁଗୋଳର ବିଭିନ୍ନ ସ୍ଥାନରେ ଘର ଭଡ଼ା ନେଇ ରହୁଛନ୍ତି। ଏମାନେ ବାହାର ଅଞ୍ଚଳରୁ ଆସିଥିବାରୁ ପ୍ରଥମେ ଅନୁଗୋଳର ବିଭିନ୍ନ ସ୍ଥାନ ବୁଲି ଦେଖୁଛନ୍ତି। କେଉଁଠି କେମିତି ଲୁଟ୍‌ପାଟ କରି ଖସିଯାଇ ହେବ ତାହାର ଅନୁଧ୍ୟାନ କରୁଛନ୍ତି। ଆଉ ଏହାପରେ ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଲୋକ, ଡିପୋଜିଟ୍‌ ପାଇଁ ଆସିଥିବା ବ୍ୟବସାୟୀ, ଗହଣା କିମ୍ବା ମୂଲ୍ୟବାନ ସାମଗ୍ରୀ କିଣିବାକୁ ଆସିଥିବା ବ୍ୟକ୍ତିମାନଙ୍କୁ ଟାର୍ଗେଟ କରୁଛନ୍ତି। ସେମାନଙ୍କ ପିଛା କରି ସୁବିଧା ଦେଖି ଟଙ୍କା ବ୍ୟାଗ ଝାମ୍ପି ନେଉଛନ୍ତି। ନଚେତ ଡିକି ଭାଙ୍ଗି ଲୁଟ୍‌ କରୁଛନ୍ତି। ଏମାନେ ପାଖରେ ମୁନିଆ ଅସ୍ତ୍ର ରଖି ସେଥିରେ ଆଖି ପିଛୁଳାକେ ଡିକି ଖୋଲି ଦେଉଛନ୍ତି। ଆବଶ୍ୟକ ପଡ଼ିଲେ ଆକ୍ରମଣ ମଧ୍ୟ କରୁଛନ୍ତି। ଏଭଳି ଘଟଣା ଅନୁଗୋଳ ଟାଉନ୍‌ ଥାନା, ସଦର ଥାନା, ବନ୍ତଳା ଥାନା, ନାଲ୍‌କୋ ଥାନା, ବଅଁରପାଳ ଥାନା, ତାଳଚେର ଥାନା, ଜରପଡ଼ା ଥାନା, ପାଲଲହଡ଼ା ଥାନା ଅଞ୍ଚଳରେ ଦେଖିବାକୁ ମିଳୁଛି। କିଛିଦିନ ତଳେ ଅନୁଗୋଳ ବସ୍‌ ଟର୍ମିନାଲରେ ଆଙ୍କୁଲା ଅଞ୍ଚଳର କପିଳ ସେନାପତିଙ୍କ ବାଇକ୍‌ ଡିକିରୁ ଏମାନେ ଟଙ୍କା ଲୁଟିବାକୁ ଉଦ୍ୟମ କରିଥିଲେ। ହେଲେ ଗ୍ୟାଙ୍ଗର ଜଣେ ସଦସ୍ୟ ଗଞ୍ଜାମ ଜିଲା ଆସିକା ଅଞ୍ଚଳର ଏ. ଅଜାନା ରାଓ(୩୨)ଙ୍କୁ ଲୋକେ ଧରିନେଇ ପୋଲିସକୁ ଦେଇଥିଲେ। ପୋଲିସ ଅଜାନାଙ୍କୁ ଗିରଫ କରିଥିଲା। କିନ୍ତୁ ତାଙ୍କ ସହ ଥିବା ଅନ୍ୟ ଜଣଙ୍କୁ ଏଯାଏ ଧରିପାରି ନାହିଁ। ଏପରି କି ଅଜାନାଙ୍କୁ ପଚରା ଉଚରା କରିବାକୁ ଜିଲାର ବିଭିନ୍ନ ଥାନାରୁ ପୋଲିସ ଆସିଥିଲେ ମଧ୍ୟ ମାତ୍ର ଗୋଟିଏ ଥାନା ଅଞ୍ଚଳରେ ହୋଇଥିବା ଲୁଟ୍‌ପାଟର ତଥ୍ୟ ଆଦାୟ କରାଯାଇପାରିଛି। ଗତ ରବିବାର ଜଣେ ତେଜରାତି ବ୍ୟବସାୟୀଙ୍କ ନିକଟରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ଏ ନେଇ ସୋମବାର ମାମଲା ହୋଇଥିଲେ ମଧ୍ୟ ପୋଲିସ ଅଦ୍ୟାବଧି ଲୁଟେରାଙ୍କୁ ଧରିପାରି ନାହିଁ। ଦିନକୁ ଦିନ ଲୁଟ୍‌ପାଟ ବଢ଼ୁଥିବାରୁ ଜିଲାବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି। ଏ ନେଇ ଜିଲା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୋଲିସ ତାହାର କାର୍ଯ୍ୟ କରୁଛି। ବିଭିନ୍ନ ମାମଲାରେ ଅଭିଯୁକ୍ତଙ୍କୁ ଧରାଯାଇ କୋର୍ଟ ଚାଲାଣ କରାଯାଉଛି। ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ କିପରି ଧରାଯିବ ସେ ନେଇ ପୋଲିସ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?