ମନଇଚ୍ଛା ଲୁଟୁଛନ୍ତି ମୋରମ

ବଇଣ୍ଡା,୨ା୬: କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଧୀନରେ ଥିବା ପାହାଡ଼ ଗୁଡ଼ିକରୁ ବଢ଼ୁଛି ମୋରମ ଲୁଟ୍‌। ବିଶେଷକରି କଦଳୀମୁଣ୍ଡା, ଜାମୁନାଳୀ, ନୁନୁକାପଶି, କମରେଇ, ଗାଁ ବଇଣ୍ଡା, ବଣିନାଳୀ, ନାକିଚି, ବାମୁର ରେଞ୍ଜ ଅଧୀନରେ ଥିବା ଗୁରୁଜାଙ୍ଗ, ଆମ୍ବପାଳ ଆଦି ଅଞ୍ଚଳରେ ଥିବା ପାହାଡ଼ରୁ ରାତିରେ ମୋରମ ଚୋରି ହେଉଛି। ଜଙ୍ଗଲ ଜମିରୁ ମାଟି ଖୋଳି ନିଆଯାଉଛି। କିଶୋରନଗର ବ୍ଲକ ଅଞ୍ଚଳରେ ବିଭିନ୍ନ ରାସ୍ତା ନିର୍ମାଣ ହେଉଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ଜାରି ରହିଛି। ଏଥିରେ କାର୍ଯ୍ୟରତ କେତୋଟି ଠିକାସଂସ୍ଥା ବିନା ସରକାରୀ ଅନୁମତିରେ ଏହି ମୋରମ ଓ ମାଟି ଲୁଟ୍‌ କରୁଥିବା ଅଭିଯୋଗ ହେଉଛି। ଏହି ଠିକାସଂସ୍ଥାର କର୍ମଚାରୀମାନେ ଜଙ୍ଗଲ ଓ ରାଜସ୍ବ ବିଭାଗର କେତେଜଣ କର୍ମଚାରୀଙ୍କୁ ହାତ କରି ମେଶିନ ମାଧ୍ୟମରେ ପାହାଡ଼ କାଟି ମୋରମ ଓ ମାଟି ଟିପର, ଟ୍ରକ୍‌ ଜରିଆରେ ଚାଲାଣ କରୁଛନ୍ତି। ଏଥିସହ ପାହାଡ଼ ଉପରେ ଥିବା ବଡ଼ ବଡ଼ ଶାଗୁଆନ, ଶିଶୁ, ଶାଳ ଗଛଗୁଡିକୁ କାଟି ଗଣ୍ଡିଗୁଡ଼ିକୁ ବାହାରକୁ ପଠାଉଛନ୍ତି। ୨୦୨୦ -୨୦୨୧ ମସିହାରେ ଏପରି ବେଆଇନ କାର୍ଯ୍ୟ ଉପରେ ବଇଣ୍ଡା ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୪ ଲକ୍ଷ ୮୯ ହଜାର ୬୯୧ ଟଙ୍କା ଓ ୨୦୨୨ ମସିହାରେ ୫ ଲକ୍ଷ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। କିନ୍ତୁ ଅଧିକ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜାମୁନାଳି ପଞ୍ଚାୟତରେ ଥିବା ୪ଟି ପାହାଡ଼ରୁ ଏକ ଠିକାସଂସ୍ଥା ନିୟମିତ ମୋରମ ଚାଲାଣ କରୁଥିବାବେଳେ ଗ୍ରାମବାସୀଙ୍କ ପକ୍ଷରୁ ୧୨ ଏପ୍ରିଲ ୨୦୨୨ ଓ ୫ ମାର୍ଚ୍ଚ ୨୦୨୩ରେ କିଶୋରନଗର ତହସିଲ କାର୍ଯ୍ୟାଳୟ ଠାରେ ଅଭିଯୋଗ କରାଯାଇଥିଲା। ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲେ ମଧ୍ୟ ପ୍ରଶାସନ ଆଖିରେ ଧୁଳି ଦେଇ ଠିକାସଂସ୍ଥା ପାହାଡ଼କୁ ସମ୍ପୂର୍ଣ୍ଣ କାଟି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି କେତେଜଣ ଠିକାଦାର କଦଳୀମୁଣ୍ଡା ସଂରକ୍ଷିତ ଜଙ୍ଗଲରୁ ବିଳମ୍ବିତ ରାତିରେ ଟ୍ରିପ୍‌ ଟ୍ରିପ୍‌ ମୋରମ, ମାଟି ବଇଣ୍ଡା ତଥା ଆଖପାଖ ଅଞ୍ଚଳକୁ ଚାଲାଣ କରୁଥିବା ବଇଣ୍ଡା ଗ୍ରାମବାସୀ ରାଜସ୍ବ କାର୍ଯ୍ୟାଳୟ ଓ ହଣ୍ଡପା ରେଞ୍ଜ କାର୍ଯାଳୟ ଠାରେ ଅଭିଯୋଗ କରିଛନ୍ତି। ହେଲେ ବନ ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୀର୍ଘଦିନ ହେଲା ଏପରି ଚୋରା କାରବାର ଜାରି ରହିଥିଲେ ବି ପ୍ରଶାସନ ଆଖିବୁଜି ବସିଥିବା ନୁନୁକାପଶି ଗ୍ରାମବାସୀ କହିଛନ୍ତି। ବିଭାଗର କେତେଜଣ କର୍ମଚାରୀ ଠିକାସଂସ୍ଥା ସହ ସଲାସୁତରା କରି ଏହି ବେଆଇନ ମୋରମ ଓ ମାଟି ଚାଲାଣରେ ସହଯୋଗ କରୁଥିବା ବଇଣ୍ଡା ଛକ ବିକାଶ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି। ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି।

(ପରିକ୍ଷିତ ସାହୁ)


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri