ଗରାଏ ପାଇଁ ଘଣ୍ଟାଏ

ଆଠମଲ୍ଲିକ,୩ା୬(ଡି.ଏନ.ଏ.): ଗରାଏ ପାଣି ପାଇଁ ହେବାକୁ ପଡ଼ୁଛି ବଡ଼ ଦହଗଞ୍ଜ। ନିକଟରେ ନଳକୂଅ ଥିଲେ ବି ଅପେକ୍ଷା କରିବାକୁ ପଡ଼ୁଛି ଘଣ୍ଟା ଘଣ୍ଟା। ସକାଳ ହେଉ କି ରାତି, ସବୁବେଳେ ଲାଗୁଛି ଲମ୍ବା ଲାଇନ। ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଜଳସ୍ତର ହ୍ରାସ କାରଣରୁ ଏପରି ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ୁଛି ଲୋକଙ୍କୁ। ହେଲେ ସମସ୍ୟାର ସ୍ଥାୟୀ ସମାଧାନ କରାଯାଉ ନ ଥିବାରୁ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଲୁହାସିଙ୍ଗା ପଞ୍ଚାୟତବାସୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ।
ଲୁହାସିଙ୍ଗା ପଞ୍ଚାୟତବାସୀଙ୍କ କହିବା ଅନୁଯାୟୀ, ୧୪ଟି ଗଁା ବିଶିଷ୍ଟ ଏହି ପଞ୍ଚାୟତର ଜନସଂଖ୍ୟା ୩୪ଶହରୁ ଅଧିକ ହେବ। ମହାନଦୀ ଠାରୁ ପଞ୍ଚାୟତର ଦୂରତା ମାତ୍ର ଦେଢ଼ରୁ ୨ କି.ମି.। କିନ୍ତୁ କେବଳ ଲୁହାସିଂହା ଗଁାକୁ ବାଦ୍‌ଦେଲେ ଅନ୍ୟ ୧୩ଟି ଗଁାରେ ପାନୀୟ ଜଳ ସମସ୍ୟା ଅତି ଉତ୍କଟ। ଲୁହାସିଂହାରେ ପାଇପ୍‌ ପାଣି ପ୍ରକଳ୍ପ ଥିବାବେଳେ ପଞ୍ଚାୟତର ମୋଟ୍‌ ୧୨ଟି ୱାର୍ଡରେ ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ୪୯ଟି ନଳକୂପ ଖୋଳାଯାଇଛି। ହେଲେ ଧାତବ ଅଂଶ ପାଣିରେ ଅଧିକ ପରିମାଣର ରହୁଥିବାରୁ ୪ଟି ନଳକୂପ ବ୍ୟବହାରକୁ ନିଷେଧ କରାଯାଇଛି। ଅନ୍ୟ କେତୋଟି ନଳକୂଅର ଜଳସ୍ତର ଖସିଯାଇଥିବାରୁ ଆବଶ୍ୟକ ପରିମାଣର ପାଣି ବାହାରୁ ନାହିଁ। ଏପରି କି କିଛି ନଳକୂଅରୁ ଥରକେ ମାତ୍ର ୧୦ରୁ ୧୨ ଗରା ପାଣି ବାହାରିପାରୁଛି। ତେଣୁ ଏପରି ନଳକୂଅ ନିକଟରେ ପାଣି ପାଇଁ ଦୀର୍ଘ ଘଣ୍ଟା ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି। ସେହିପରି କୂଅଗୁଡ଼ିକର ମଧ୍ୟ ସମାନ ଅବସ୍ଥା। ପଞ୍ଚାୟତର କିଛି ଗ୍ରାମରେ ପୋଖରୀ ଥିଲେ ମଧ୍ୟ ଦୀର୍ଘଦିନ ହେଲା ତାହା ବ୍ୟବହାର ଅନୁପଯୋଗୀ ହୋଇପଡ଼ିଥିବାରୁ ଗୃହପାଳିତ ପ୍ରାଣୀମାନେ ପିଇବା ପାଣି ପାଇପାରୁ ନାହାନ୍ତି। ପଞ୍ଚାୟତରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଲୁହାସିଂହା ପରି ତେନ୍ତୁଳିପଦର, ପତାକା, ଡାହିମାଳ, ରାଣୀପଖାଳ, କୁସୁମକୁହୁରି, ଦୋଳମୁଣ୍ଡି, ବଙ୍କୁଆଳ, କେନ୍ଦୁପଟି, ପୋଡ଼ପଦାର, ରଣାମୁଣ୍ଡା, ପାଣ୍ଡିରଖୋଳ, ନୂଆକେନ୍ଦୁପା ଗ୍ରାମରେ ପାଇପ୍‌ ପାଣି ପ୍ରକଳ୍ପ ନିର୍ମାଣ କରିବାକୁ ଦାବି କରାଯାଇଛି। ହେଲେ ଆଠମଲ୍ଲିକସ୍ଥିତ ମହାନଦୀରେ ହେବାକୁ ଥିବା ମେଗା ଜଳଯୋଗାଣ ପ୍ରକଳ୍ପ କଥା କହି ପ୍ରଶାସନ ଲୋକଙ୍କ ସମସ୍ୟାକୁ ଅଣଦେଖା କରୁଥିବା ପଞ୍ଚାୟତବାସୀ ଅଭିଯୋଗ କରୁଛନ୍ତି। ଏହାଛଡ଼ା ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ହେଉଥିବା ଦାବିକୁ ମଧ୍ୟ ଗ୍ରହଣ କରାଯାଉ ନାହିଁ। ଫଳରେ ପତାକା ସହିତ ଅନ୍ୟ କିଛି ଗ୍ରାମରେ ଲୋକେ ଗମ୍ଭୀର ଜଳକଷ୍ଟ ଭୋଗୁଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ତୁରନ୍ତ ବ୍ଲକ ପ୍ରଶାସନ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?