ହାତୀ ଆକ୍ରମଣରେ ୩ ମୃତ

ବେଗୁନିଆ/ବଡ଼ସାହି(ଡି.ଏନ୍‌.ଏ./ସ୍ବ.ପ୍ର.)/ଅନୁଗୋଳ ଅଫିସ ୭।୬:
ହାତୀ ଭଳି ବିଶାଳକାୟ ପ୍ରାଣୀକୁ ଜଙ୍ଗଲରେ ମିଳୁନାହିଁ ପର୍ଯ୍ୟାପ୍ତ ଖାଇବା। ଏହା ସେମାନଙ୍କୁ ଅଧିକ ହିଂସ୍ର କରୁଛି। ଖାଦ୍ୟ ଅନ୍ବେଷଣରେ ସେମାନେ ଜନବସତିମୁହଁା ହେଉଛନ୍ତି। ଫଳରେ ହାତୀ-ମଣିଷ ସଂଘର୍ଷ ଭୟଙ୍କର ରୂପ ଧାରଣ କରିଛି। ମଙ୍ଗଳବାର ରାଜ୍ୟର ପୃଥକ୍‌ ସ୍ଥାନରେ ହାତୀ ଆକ୍ରମଣରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କ ସମେତ ୩ ଜଣଙ୍କ ଜୀବନ ଯାଇଛି। ଏଥିରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଦଲକ ଗ୍ରାମର ଦେବରାଜ ହରିଚନ୍ଦନ (୬୩) ଭୋର୍‌ ସାଢ଼େ ୫ଟାରେ ଶୌଚ ହେବାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଗ୍ରାମବାସୀ, ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚତ୍ବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ପାଇ ଟାଙ୍ଗୀ ଓ ଖୋର୍ଦ୍ଧାରୁ ବନ କର୍ମଚାରୀ ପହଞ୍ଚତ୍ ଥିବାବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଘେରିଯାଇଥିଲେ। ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ସହଯୋଗ କରୁ ନ ଥିବା ଅଭିଯୋଗ ଆଣିଥିଲେ। ଖୋର୍ଦ୍ଧା ରେଞ୍ଜର ଜୟକୃଷ୍ଣ ପଣ୍ଡା ପହଞ୍ଚତ୍ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ଉତ୍ତେଜନା ଥମିଥିଲା। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୩/୨୩) ରୁଜୁ ହୋଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତହସିଲଦାର ପ୍ରଧାନ ଟୁଲ୍ଲୀ ଆମ୍ମା ମୃତକଙ୍କ ପରିବାରଙ୍କୁ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ଏ ସମ୍ପର୍କରେ ଖୋର୍ଦ୍ଧା ରେଞ୍ଜର ପଣ୍ଡା କହିଛନ୍ତି, ପ୍ରତିଦିନ ସନ୍ଧ୍ୟାରେ ବନ ବିଭାଗର ଏକ ଟିମ୍‌ ପାଟ୍ରୋଲିଂ କରୁଛି। ହାତୀ ଉପଦ୍ରୁତ ଅଞ୍ଚଳବାସୀଙ୍କୁ ସନ୍ଧ୍ୟା ପରେ ଘରୁ ନ ବାହାରିବାକୁ ସତର୍କ କରାଯାଇଛି। ତଦନ୍ତ ପରେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବ। ଅନୁରୂପ ଭାବେ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଗଜଡି ସଂରକ୍ଷିତ ଜଙ୍ଗଲର ଡାହି ଅଞ୍ଚଳରେ ଏକ ହିଂସ୍ର ଦନ୍ତା ଆକ୍ରମଣରେ ଭରତଚନ୍ଦ୍ରପୁର ଗ୍ରାମର ସ୍ବର୍ଗତ ରାମଜିତ୍‌ ଟୁଡୁଙ୍କ ଦିବ୍ୟାଙ୍ଗ ସ୍ତ୍ରୀ ସୀତା (୫୬)ଙ୍କ ମୃତ୍ୟୁ ଘଟିଛି। ମହୁଲ ଫଳ ଗୋଟାଇବା ପାଇଁ ଯାଇଥିବାବେଳେ ତାଙ୍କୁ ଉକ୍ତ ଦନ୍ତା ଦଳିଦେଇଥିଲା। ହାତୀକୁ ଦେଖି ଅନ୍ୟ ମହିଳାମାନେ ଦୌଡ଼ି ପଳାଇ ଆସିଥିଲେ। ବନପାଳ ସୁଶୀଲ ମହାନ୍ତ ମୃତଦେହ ଜବତ କର ବଡ଼ସାହି ପୋଲିସ ସହାୟତାରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ସରକାରୀ ନିୟମ ଅନୁସାରେ ମୃତ ମହିଳାଙ୍କ ପରିବାରକୁ ସହାୟତା ମିଳିବ ବୋଲି ବନପାଳ କହିଛନ୍ତି। ସେହିପରି ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ହମାମିରା ଅଞ୍ଚଳର ଚମ୍ପା ସାହୁ (୭୦)ଙ୍କ ମୃତ୍ୟୁ ଘଟିଛି। ଗ୍ରାମର ନେହେରୁ ସାହୁ (୬୦) ଗୁରୁତର ହୋଇଛନ୍ତି। ଦୁହେଁ ଆମ୍ବ ତୋଳିବାକୁ ନିକଟ ଆମ୍ବୁରିକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?