ଅନୁଗୋଳ

ଗାଁରେ ପହଞ୍ଚିଲା ଶ୍ରମିକଙ୍କ ମୃତଦେହ

ମାଧପୁର,୪।୧୦: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୁଦଗାଁ ପଞ୍ଚାୟତ ତେଣ୍ଠେଇପାଲି ଗ୍ରାମର ଶ୍ରମିକ ଦୁଆରୀ ନାଏକ(୫୦)ଙ୍କ ମୃତଦେହ ଗୁଜରାଟରୁ ଆସି ସୋମବାର ଭୋର୍‌ ପ୍ରାୟ ୩ଟା ୩୦ରେ ଗ୍ରାମରେ ପହଞ୍ଚିଛି। ଗତ ୧ ତାରିଖରେ ସେ ଗୁଜରାଟର ସୁରଟରେ ପ୍ରାଣ ହରାଇଥିଲେ।…

ଆଉ ଜଣେ ତୀର୍ଥଯାତ୍ରୀ ମୃତ

କଣିହାଁ ୪।୧୦(ଡି.ଏନ.ଏ.): ଝାଡ଼ଖଣ୍ଡ ହଜାରିବାଗଠାରେ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରବିବାର ଦୁର୍ଘଟଣାପରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସୋମବାର ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ପ୍ରାଣ ଯାଇଛି। ଫଳରେ ମୋଟ୍‌ ମୃତକଙ୍କ ସଂଖ୍ୟା ୫ରେ…

ଯୌତୁକ ପାଇଁ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ

ଅନୁଗୋଳ ଅଫିସ,୪ା୧୦- ଅନୁଗୋଳ ଜିଲା ବନ୍ତଳା ଥାନା ବ୍ରହ୍ମପୁର ଅଞ୍ଚଳରେ ଯୌତୁକ ପାଇଁ ସ୍ତ୍ରୀଙ୍କୁ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ନଂ. ୪୧୪/୨୨ରେ ମାମଲା ରୁଜୁ କରି ମହିଳାଙ୍କ ସ୍ବାମୀ ସୁବ୍ରତ…

ଅନଶନରେ ବସିଲେ ହିତାଧିକାରୀ

ବଇଣ୍ଡା,୪।୧୦(ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ପେଡିପଥର ପଞ୍ଚାୟତରେ ସ୍ବଚ୍ଛ ଭାରତ ମିଶନରେ ପାଇଖାନା କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଝିଲ୍ଲୀମୁଣ୍ଡା ଗ୍ରାମର ଧରଣୀଧର ନାୟକ ଓ କେତେଜଣ ହିତାଧିକାରୀ ରବିବାର ଆଠମଲ୍ଲିକ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନଶନ କରିଛନ୍ତି। ସେମାନେ ଅଭିଯୋଗ…

ତୀର୍ଥଯାତ୍ରୀ ବସ୍‌କୁ ଧକ୍କା ଦେଲା ଟ୍ରେଲର, ୪ ମୃତ, ୨୫ରୁ ଊର୍ଦ୍ଧ୍ୱ ଆହତ

କଣିହାଁ,୨ା୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌କୁ ଟ୍ରେଲର ଧକ୍କା ଦେବାରୁ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୨୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ଝାଡ଼ଖଣ୍ଡର ହଜାରିବାଗଠାରେ ଏହି…

ଆଶୀର୍ବାଦରୁ ବଡ଼ ଆୟୋଜନ

ଅନୁଗୋଳ ଅଫିସ, ୧।୧।୦ : ଅନୁଗୋଳ ସହର ବଜାରରେ ଥିବା ଦୁର୍ଗାଶଙ୍କର ପୂଜା ସମିତି ପକ୍ଷରୁ ମା’ଙ୍କ ପୂଜା ପାଇଁ ଧୁମ୍‌ଧାମରେ କରାଯାଇଛି ଆୟୋଜନ। ଚଳିତବର୍ଷ ୮୫ ବର୍ଷରେ ପାଦ ଥାପିବାକୁ ଯାଉଛି ସମିତିର ପୂଜା। ସ୍ଥାୟୀ ମଣ୍ଡପ ଥିବାରୁ ଏହା…

ତତ୍କାଳ ଟିକେଟରେ ଅବ୍ୟବସ୍ଥା

ବଇଣ୍ଡା,୩୦।୯(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ରେଳ ଷ୍ଟେଶନରେ ତତ୍‌କାଳ ଟିକେଟରେ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି। ଏପରି କି ଟିକେଟ୍‌ ପିଛା ୩ଶହ ଟଙ୍କା ଅଧିକ ନିଆଯାଉଥିବା ବଇଣ୍ଡା ଗ୍ରାମବାସୀ ଗୁରୁବାର ସମ୍ବଲପୁର ରେଳ ବିଭାଗ ଡିଆର୍‌ଏମ୍‌ଙ୍କଠାରେ ଅଭିଯୋଗ କରିଛନ୍ତି।…

୨୦୧୩.୫ ହେକ୍ଟର ହେବ ଜଳସେଚିତ

ଆଠମଲ୍ଲିକ, ୩୦ା୯ (ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ମାନଜୋର ମଧ୍ୟମ ଜଳସେଚନ ବିଭାଗ ପକ୍ଷରୁ ଭୂତଳ ପାଇପ ଲାଇନ ଜଳସେଚନ କାର୍ଯ୍ୟର ଭୂମିପୂଜା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଥିବା ଜଣାଯାଇଛି। ଏହା ପାଇପ୍‌ ଦ୍ୱାରା ପୁରୁଣାମାଣତ୍ରୀଠାରୁ ତଳମୁଣ୍ଡ ପର୍ଯ୍ୟନ୍ତ ଚାଷ ଜମିକୁ ପାଣି…

ଚମକ ଭରିବ ଚୁମୁକି

ବଅଁରପାଳ, ୩୦ା୯ (ଡି.ଏନ.ଏ.): ଶେଷ ସୋପାନରେ ପହଞ୍ଚିଲାଣି ଶାରଦୀୟ ପୂଜା ଆୟୋଜନ। ମଣ୍ଡପ ସାଜସଜ୍ଜା ସମ୍ପୂର୍ଣ୍ଣ ହେବାକୁ ଆଉ ଅଧିକ କାର୍ଯ୍ୟ ନାହିଁ। ଝଲମଲ କଲାଣି ରଙ୍ଗବେରଙ୍ଗର ଆଲୋକମାଳା। ଜାଗା ମାଡ଼ି ପସରା ମେଲାଇଲେଣି ମିନାବଜାର, ଖାଦ୍ୟ ଷ୍ଟଲ। ଗହଳିଚଳହଳି ମଧ୍ୟ…

ଚାଇଁପାଳ ବିଦ୍ୟୁତ୍‌ ଡିଭିଜନକୁ ଜରିମାନା

ଅନୁଗୋଳ ଅଫିସ, ୩୦ା୯: ଅନୁଗୋଳ ଜିଲା ଖାଉଟି ବିବାଦ ବିଚାର ଆୟୋଗ ପକ୍ଷରୁ ଏକ ମାମଲାର ବିଚାର କରାଯାଇ ତାଳଚେର ଚାଇଁପାଳ ବିଦ୍ୟୁତ୍‌ ଡିଭିଜନକୁ ଜରିମାନା କରାଯାଇଛି। ଖାଉଟିଙ୍କୁ ମାନସିକ ଯନ୍ତ୍ରଣା ଦେଇଥିବାରୁ ୮୦ ହଜାର ଟଙ୍କା ଜରିମାନା ଦେବାକୁ ଆୟୋଗଙ୍କ…

କ୍ୟାମେରା ସ୍କାନରରେ ରହିବ ଅନୁଗୋଳ

ଅନୁଗୋଳ ଅଫିସ, ୨୯ା୯: ଏଣିକି ସହରରେ ଆଉ ଅଳିଆ ପଡ଼ିବ ନାହିଁ କି ଟ୍ରାଫିକ୍‌ ସମସ୍ୟାରେ ଲୋକମାନେ ଦହଗଞ୍ଜ ହେବେ ନାହିଁ। ସେହିଭଳି ଅପରାଧୀମାନେ ମଧ୍ୟ ଅପରାଧ ଘଟାଇବାକୁ ଭୟ କରିବେ। ଏ ନେଇ ଅନୁଗୋଳ ପୌରପାଳିକା ପକ୍ଷରୁ ସିସିଟିଭି ସର୍ଭିଲାନ୍ସ…

ମନଛୁଇଁବ ମେଲୋଡି

ବଇଣ୍ଡା, ୨୮ା୯ (ଡି.ଏନ.ଏ.): ମା’ ଆସୁଥିବାରୁ ରାତିଦିନ ଚାଲିଛି ସାଜସଜ୍ଜା। ଚଳଚଞ୍ଚଳ ହୋଇଉଠିଛି ଆଠମଲ୍ଲିକ ବ୍ଲକ ସାନହୁଲା ଅଞ୍ଚଳ। ଚଳିତବର୍ଷ ୨୯ ବର୍ଷରେ ପଦାର୍ପଣ କରୁଥିବା ସାନହୁଲା ପୂଜା କମିଟି ପକ୍ଷରୁ ଜାରିରହିଛି ବ୍ୟାପକ ପ୍ରସ୍ତୁତି। ମୂର୍ତ୍ତି, ମେଢ଼ ଓ ତୋରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri