ମନମୁଖି ଯୋଗୁ ମନ୍ଥର

ବଇଣ୍ଡା,୯ା୬(ଡି.ଏନ.ଏ.): ଅନୁଗୋଳ ଜିଲା ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ କାର୍ଯ୍ୟରେ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ। ବାରମ୍ବାର ଠିକା ସଂସ୍ଥା ବଦଳାଯାଉଛି। ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରାଯିବ ବୋଲି କୁହାଯାଉଛି। ହେଲେ ସମ୍ପ୍ରସାରଣ କାମ ତ ଦୂରର କଥା ଡ୍ରେନ୍‌, ଓଭରବ୍ରିଜ୍‌ ନିର୍ମାଣ ମଧ୍ୟ ଶେଷ ହୋଇପାରୁ ନାହିଁ। ଏପରି କି ଗାଡ଼ି ଚଳାଚଳ ପାଇଁ କରାଯାଇଥିବା ଅସ୍ଥାୟୀ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଥିଲେ ବି ଏଥିପ୍ରତି ଆବଶ୍ୟକ ଦୃଷ୍ଟି ଦିଆଯାଉ ନାହିଁ। ଏହାକୁ ନେଇ ହଣ୍ଡପା ଗ୍ରାମବାସୀ ଅନୁଗୋଳ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଗ୍ରାମବାସୀ ଦର୍ଶାଇଛନ୍ତି, କିଶୋରନଗର ବ୍ଲକର ହଣ୍ଡପା, ବଇଣ୍ଡା, ନାକିଚି, ବାମୁର ଅଞ୍ଚଳରେ ରାଜପଥ ନିର୍ମାଣ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ବଇଣ୍ଡା, ବାମୁରଠାରେ ଫ୍ଲାଏ ଓଭର ବ୍ରିଜ୍‌ କାମ ମାତ୍ର ୩୦ ପ୍ରତିଶତ ମଧ୍ୟ ସରିନାହିଁ। ଡ୍ରେନ ନିର୍ମାଣ ଆଗଉ ନ ଥିବା ଯୋଗୁ ଗ୍ରାମବାସୀ ଘରକୁ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାମାନ୍ୟ ବର୍ଷା ହେଲେ ନିକଟରେ ଥିବା ପାହାଡ଼ରୁ ବହି ଆସୁଥିବା ପାଣି ଡ୍ରେନରେ ନ ଯାଇ ଲୋକଙ୍କ ଘରେ ପଶିଯାଉଛି। ଠିକାସଂସ୍ଥା କର୍ମଚାରୀ ମନମୁଖି ଭାବେ କାମ କରୁଥିବା ଯୋଗୁ ରାସ୍ତା କିମ୍ବା ଡ୍ରେନ କାମ ଶୀଘ୍ର ସରିପାରୁ ନାହିଁ। ରାସ୍ତାର ଅନେକ ସ୍ଥାନରେ ପାଣି ଜମି ରହୁଥିବା ବେଳେ କାଦୁଅ ଯୋଗୁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ହଣ୍ଡପା ଗ୍ରାମକୁ ଯାଇଥିବା ରାସ୍ତାକୁ ଖୋଳି ଦିଆଯାଇଥିବା ବେଳେ କଂକ୍ରିଟ କାମ ସମ୍ପୂର୍ଣ୍ଣ ସରୁ ନ ଥିବା ଯୋଗୁ ଯାତାୟାତରେ ଅସୁବିଧା ହେଉଛି। ସାମାନ୍ୟ ବର୍ଷା ହେଲେ ପାଣି ଜମି ରହୁଛି। ଜାତୀୟ ରାଜପଥ ବିଭାଗର ଅଧିକାରୀମାନେ ଠିକ୍‌ ଭାବରେ କାର୍ଯ୍ୟ ତଦାରଖ କରୁ ନ ଥିବା ଯୋଗୁ ଠିକାସଂସ୍ଥା ଏପରି ବିଳମ୍ବ କରୁଥିବା ବଇଣ୍ଡା ବିକାଶ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି। ନିର୍ମାଣ କାର୍ଯ୍ୟ ଯେତିକି ବିଳମ୍ବ ହେଉଛି, ଅଞ୍ଚଳର ବିକାଶ ସେତିକି ବାଧାପ୍ରାପ୍ତ ହେଉଛି। ବିଶେଷକରି ବଇଣ୍ଡା ବଜାରର ବ୍ୟବସାୟୀମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷ ବର୍ଷ ଧରି କାମ ସରୁ ନ ଥିବାରୁ ବ୍ୟବସାୟ ବାଧାପ୍ରାପ୍ତ ହେଉଛି। ଉଠା ଦୋକାନୀ ଥଇଥାନ ହୋଇପାରୁ ନାହାନ୍ତି। ସରକାରୀ କାର୍ଯ୍ୟାଳୟଗୁଡ଼ିକର ନୂତନ କୋଠା ନିର୍ମାଣ କରାଯାଉ ନ ଥିବାରୁ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ତୁରନ୍ତ ଏଥିପ୍ରତି ଅନୁଗୋଳ ଜିଲାପାଳ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି। ଏ ନେଇ ଠିକାସଂସ୍ଥାର ପରିଚାଳକ ଏ. ଛତ୍ରିଆଙ୍କୁ ଯୋଗାଯୋଗ କରିବାରୁ କୌଣସି ଉତ୍ତର ନ ଦେଇ ପ୍ରସଙ୍ଗଙ୍କୁ ଏଡାଇ ଯାଇଥିଲେ।

ନାକିଚିରେ ଅଧାରୁ କାମ ବନ୍ଦ
୫୫ ନମ୍ବର ଜାତୀୟ ରାଜପଥ କାମ ବିଳମ୍ବ ହେଉଥିବା ଯୋଗୁ ବହୁ ଅସୁବିଧା ସୃଷ୍ଟି ହେଉଛି। ବିଶେଷକରି ନାକିଚି ଅଞ୍ଚଳରେ କିଛି ମାସ ହେବ ଠିକାସଂସ୍ଥା କାମ ଅଧାରୁ ବନ୍ଦ କରି ଦେଇଥିବାରୁ ଯାତାୟାତ ନେଇ ବ୍ୟବସାୟୀ, ଜନସାଧାରଣ ହଇରାଣ ହେଉଛନ୍ତି।
-ଗରକି ଦେଓ, ନାକିଚି
ଅସ୍ଥାୟୀ ରାସ୍ତା ଶୋଚନୀୟ
ଜାମୁନାଳୀରୁ ବାମୁର ପର୍ଯ୍ୟନ୍ତ ରାସ୍ତା କାମ ଶେଷ ହେଉନାହିଁ। ଅନେକ ଅସ୍ଥାୟୀ ରାସ୍ତା ମଧ୍ୟ ଶୋଚନୀୟ ହୋଇପଡିଛି। ଠିକାସଂସ୍ଥା ପକ୍ଷରୁ ଦ୍ରୁତଗତିରେ କାମ କରାଯାଉ ନାହିଁ। ଅନେକ ସ୍ଥାନରେ ରାସ୍ତା ଫାଟି ଗଲାଣି। ଫଳରେ ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
-ଯୁଗଳ ପ୍ରଧାନ, ଜାମୁନାଳୀ
ହୀନସ୍ତା ହେଉଛନ୍ତି ବ୍ୟବସାୟୀ
ଉଚ୍ଛେଦର ୫ ବର୍ଷ ପରେ ମଧ୍ୟ ବଇଣ୍ଡାରେ ରାସ୍ତା କାମ ସରିପାରୁନାହିଁ। ଫଳରେ ବଇଣ୍ଡା ବଜାରର ବ୍ୟବସାୟୀମାନେ ବହୁ ହୀନସ୍ତା ହେଉଛନ୍ତି। ଫ୍ଲାଏ ଓଭର ବ୍ରିଜ୍‌ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ବେଳେ କେବେ କାମ ସରିବ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
-ରମାକାନ୍ତ ବେହେରା, ବଇଣ୍ଡା
ଶେଷ ହେଉନି ଡ୍ରେନ୍‌ ନିର୍ମାଣ
ହଣ୍ଡପା ଅଞ୍ଚଳରେ ଡ୍ରେନ କାମ ଶେଷ କରାଯାଉ ନାହିଁ। ଏ ପରିକି ବଇଣ୍ଡା ଛକ ପାଖରେ କଂକ୍ରିଟକରଣ କରାଯାଉ ନ ଥିବା ଯୋଗୁ ଅଞ୍ଚଳବାସୀ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାମାନ୍ୟ ବର୍ଷା ହେଲେ ପାଣି ଜମିରହୁଛି। ହଣ୍ଡପାବାସୀ ହଇରାଣ ହେଉଛନ୍ତି।
-ଲଲିତ କୁମାର ସାହୁ, ବିଡିସିଙ୍ଗି


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?