ଅଣ୍ଡାରୁ ବାହାରିଲେ ୩୫ ଘଡ଼ିଆଳ ଛୁଆ

ଅନୁଗୋଳ ଅଫିସ, ୨୬ା୫: ଅନୁଗୋଳ ଜିଲା ସାତକୋଶିଆର ଘଡିଆଳ କୁମ୍ଭୀର ପ୍ରଜନନ କେନ୍ଦ୍ର ପାଇଁ ଆସିଛି ଖୁସି ଖବର। ଏଠାରେ କ୍ରମାଗତ ତୃତୀୟ ବର୍ଷ ପାଇଁ ଘଡ଼ିଆଳ ପ୍ରଜନନ ସଫଳ ହୋଇଛି। ଗୁରୁବାର ଘଡ଼ିଆଳ ଅଣ୍ଡା ଫୁଟି ୩୫ ଛୁଆ ମା’ କୁମ୍ଭୀର ସହ ପାଣିରେ ଖେଳୁଥିବାର ଫଟୋ ବନ ବିଭାଗ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ଏହି ସଫଳତା ପାଇଁ ସାତକୋଶିଆ ବନଖଣ୍ଡକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଛୁଟୁଛି।
ପ୍ରକାଶ ଯେ, ସାତକୋଶିଆ ଗଣ୍ଡର ବଳଦମରା ଠାରେ ଘଡ଼ିଆଳ ପ୍ରଜନନ ଦୀର୍ଘ ୪୦ ବର୍ଷ ହେବ ହୋଇ ନ ଥିଲା। ୨୦୨୧ରେ ଘଡ଼ିଆଳ କୁମ୍ଭୀର ଅଣ୍ଡାରୁ ୨୮ଟି ଛୁଆ ବାହାରିଥିଲେ ହେଁ ମାତ୍ର ୩ରୁ ୪ଟି ଗଣ୍ଡରେ ରହିଛନ୍ତି। ସେହିପରି ୨୦୨୨ରେ ୩୨ଟି ଛୁଆ ବାହାରିଥିବା ଦେଖାଯାଇଥିଲା। ସେଥିରୁ ୧୨ରୁ ୧୩ଟିକୁ ଠାବ କରାଯାଇଛି। ଚଳିତବର୍ଷ ବଳଦମରାସ୍ଥିତ ବାଲିରେ ମା’ କୁମ୍ଭୀର ଦେଇଥିବା ଅଣ୍ଡାରୁ ୩୫ଟି ଛୁଆ ଜନ୍ମ ହେବା ପରେ ବନ ବିଭାଗର ଉଦ୍ୟମ ସଫଳ ହୋଇଥିବା କୁହାଯାଉଛି। ତେବେ ଏହି ଘଡ଼ିଆଳ କିଭଳି ଭାବେ ସାତକୋଶିଆ ଗଣ୍ଡରେ ସୁରକ୍ଷିତ ରହିବେ ତାହାକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି। ଏହି ଛୁଆ ବଢ଼ିବା ପାଇଁ ଏବେ ଯଥେଷ୍ଟ ସମୟ ଥିବାରୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ଡିଏଫଓ ସରୋଜ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ସହ ସମ୍ପର୍କକୁ ନେଇ ଯୁବକଙ୍କୁ ହତ୍ୟା

ବୌଦ୍ଧ,୫ା୬: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଧୀନ ସରସରା ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ମୃତକ ହେଲେ...

ଗୁଳୁଗୁଳି, ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ

ପଟ୍ଟାମୁଣ୍ଡାଇ,୨୦ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତଥା ଏହାର ଆଖପାଖ ଅଞ୍ଚଳରେ କିଛିଦିନ ହେଲା ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଦୈନିକ...

ଟଙ୍କା ନେଉଛନ୍ତି କର୍ମଚାରୀ, କଏଦୀ ଟାଣୁଛନ୍ତି ଗଞ୍ଜେଇ

ଭୁବନେଶ୍ୱର,୧୩ା୫(ବ୍ୟୁରୋ):ଝାରପଡ଼ା ସ୍ବତନ୍ତ୍ର ଜେଲ ପାଲଟିଛି ଅପରାଧୀଙ୍କ ସୁରକ୍ଷିତ ଆଡ୍ଡାସ୍ଥଳ। ସଜା ନୁହେଁ, ଭିତରେ ବିତୁଛି ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଅୟସ ଜୀବନ। ନିଶା ସେବନ ସହ ନାଚଗୀତ...

୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ୧୪...

ସ୍କୁଲ ହଷ୍ଟେଲର ୯ ଛାତ୍ର ପଜିଟିଭ

ଉମରକୋଟ,୪ା୪: ନବରଙ୍ଗପୁର ଜିଲାରୁ ଦିନକରେ ୧୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରବିବାର ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଉମରକୋଟ ଡୋଙ୍ଗ୍ରିଗୁଡ଼ାସ୍ଥିତ ଗୁରୁକୃପା...

ଶ୍ରୀନଅର ବୀଜେ ହେଲା ଖଡ଼ିପ୍ରସାଦ

ପୁରୀ ଅଫିସ,୨୦।୬: ଦତ୍ତ ମହାପାତ୍ର ସେବକମାନେ ଶନିବାର ନିଜ ଘରୁ ଶ୍ରୀମନ୍ଦିରକୁ ଖଡ଼ିପ୍ରସାଦ ବିଜେ କରାଇଥିଲେ। ପତି ମହାପାତ୍ର ସଂସ୍କାର କରିବା ପରେ ମହାପ୍ରଭୁଙ୍କୁ ଖଡିପ୍ରସାଦ...

ଭୁବନେଶ୍ୱରରେ ପହଞ୍ଚିଲା ଆଉ ୧ ଲକ୍ଷ କୋଭିଶିଲ୍ଡ ଟିକା

ଭୁବନେଶ୍ୱର,୧ା୭(ବ୍ୟୁରୋ): ଭୁବନେଶ୍ୱରରେ ଗୁରୁବାର ଆଉ ୧ ଲକ୍ଷ କୋଭିଶିଲ୍ଡ ଟିକା ପହଞ୍ଚିଛି । ଆସନ୍ତାକାଲି ଆଉ ୧୦ ଲକ୍ଷ ଟିକା ଓଡ଼ିଶାରେ ପହଞ୍ଚିପାରେ। ସେରମ ଇନଷ୍ଟିଚ୍ୟୁଟ୍‌ରୁ ୮...

ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ: ପୂଜକ ଗିରଫ

ପୁରୀ ଅଫିସ,୯।୧୦: ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଜଣେ ପୂଜକଙ୍କୁ ଗିରଫ କରାଯାଇଛି। ସେ ହେଲେ ସଂଗ୍ରାମ ଦାସ। ଗିରଫ ପରେ ତାଙ୍କୁ କୋର୍ଟଚାଲାଣ...

Advertisement
Archives

Model This Week