ବୀମା ଅର୍ଥ ଦେଉନି ଏଜେନ୍ସି

ଅନୁଗୋଳ ଅଫିସ,୨୭ା୫:ଗ୍ୟାସ୍‌ ଦୁର୍ଘଟଣାରେ ମା’ ବାପା ଚାଲିଗଲା ପରେ ଅସହାୟ ହୋଇପଡ଼ିଛନ୍ତି ୨ ପିଲା। ପ୍ରଶାସନ ପକ୍ଷରୁ କିଛି ସହାୟତା ମିଳୁଥିଲେ ମଧ୍ୟ ଗ୍ୟାସ୍‌ ଏଜେନ୍ସି ବୀମା ଅର୍ଥ ପ୍ରଦାନ କରୁନାହିଁ। ଫଳରେ ୨ ପିଲାଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ୨ ନାତୁଣୀଙ୍କୁ ଧରି ଜେଜେ ଉଦୟନାଥ ସାହୁ ଶୁକ୍ରବାର ଅନୁଗୋଳ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି।
ଉଦୟନାଥ କହିଛନ୍ତି, କଟକ ଜିଲା ଆଠଗଡ଼ ନୂଆପାଟଣାରୁ ତାଙ୍କ ପରିବାର ଅନୁଗୋଳକୁ ଚାଲି ଆସିଥିଲେ। ପୁଅ ବିଭୂତି ଭୂଷଣ ସାହୁ ଗହଣା କାରିଗର ଥିଲେ। ଭଲ ରୋଜଗାର ଆଶା ନେଇ ପୁଅ ବୋହୂ ସସ୍ମିତା ପୃଷ୍ଟି(୩୨), ନାତୁଣୀ ପ୍ରିୟଦର୍ଶନୀ ସାହୁ(୧୨) ଓ ପ୍ରିୟମ୍ବଦା ସାହୁ(୫)ଙ୍କୁ ନେଇ ଅନୁଗୋଳ ସଦର ଥାନା ବାରସିଂହା ଅଞ୍ଚଳକୁ ଆସିବା ସହ ଏଠାରେ ଘର କରି ରହିଥିଲେ। ହେଲେ ୨୦୨୧ ନଭେମ୍ବର ୫ ତାରିଖରେ ବୋହୂ ସସ୍ମିତା ସକାଳେ ଉପମା ପ୍ରସ୍ତୁତ କରୁଥିବା ବେଳେ ଗ୍ୟାସ୍‌ ଲିକ୍‌ ଯୋଗୁ ଟାଙ୍କି ଫାଟିଯାଇଥିଲା। ଫଳରେ ବୋହୂ ସହ ପୁଅଙ୍କ ମୃତ୍ୟୁ ହୋଇଯାଇଥିଲା। ସେବେଠାରୁ ୨ ପିଲାଙ୍କ ଦାୟିତ୍ୱ ତାଙ୍କ ଉପରେ ରହିଛି। କିନ୍ତୁ ବୟସ ଅଧିକ ହୋଇଯାଇଥିବାରୁ ପିଲାଙ୍କ ଭବିଷ୍ୟତ ଚିନ୍ତା ଘାରୁଛି। ଦୁର୍ଘଟଣା ପରେ ଜିଲା ପ୍ରଶାସନ ପିଲାମାନଙ୍କ ପାଇଁ ୩୫ କିଲୋଗ୍ରାମ ଲେଖାଏଁ ଚାଉଳ ଦେବା ସହ ପାଠପଢ଼ା ଖର୍ଚ୍ଚ ବହନ କରୁଛି। କିନ୍ତୁ ନାତୁଣୀମାନଙ୍କ ଭବିଷ୍ୟତ କ’ଣ ହେବ ତାହାକୁ ନେଇ ସେ ଦ୍ୱନ୍ଦରେ ପଡ଼ିଛନ୍ତି। ବୀମା ରାଶି ପାଇଁ ବାରମ୍ବାର ଗ୍ୟାସ ଏଜେନ୍ସିର ଦ୍ୱାରସ୍ଥ ହୋଇଥିଲେ ହେଁ କେହି ଧରାଛୁଆଁ ଦେଉନାହାନ୍ତି। ତେଣୁ ଜିଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ଉଦୟନାଥ ଅନୁରୋଧ କରିଛନ୍ତି। ଏ ନେଇ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ଏହି ଘଟଣା ନଜରକୁ ଆସିବା ପରେ ତୁରନ୍ତ ୨ ପିଲାଙ୍କ ଖାଦ୍ୟ ଓ ପାଠପଢ଼ା ପାଇଁ ବ୍ୟବସ୍ଥା କରାଯାଇଥିଲା। ଗ୍ୟାସ ଏଜେନ୍ସିକୁ ଡକାଯାଇ ଖୁବ୍‌ଶୀଘ୍ର ଆଲୋଚନ କରାଯିବ। ପିଲାଙ୍କ ସୁରକ୍ଷିତ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri