ପର୍ଯ୍ୟାପ୍ତ ନୁହେଁ ପଦକ୍ଷେପ

ବଇଣ୍ଡା, ୩୦ା୫ (ଡି.ଏନ.ଏ.): ସମ୍ପ୍ରସାରଣ ହେଉଛି ଜାତୀୟ ରାଜପଥ। ଗମନାଗମନର ଅଧିକ ସୁବିଧା ଦେଉଛି ରେଳପଥ। ବ୍ୟବସାୟର ବଡ଼ ପେଣ୍ଠସ୍ଥଳୀ ହୋଇଥିବାରୁ ବଇଣ୍ଡା ଛକ ସାଜିଛି ଆଠମଲ୍ଲିକ ଉପଖଣ୍ଡବାସୀଙ୍କ ପ୍ରମୁଖ ଆକର୍ଷଣ। ସେଥିପାଇଁ ଦିନକୁ ଦିନ ପରିବ୍ୟାପ୍ତ ହେଉଛି ବଇଣ୍ଡା ଅଞ୍ଚଳ। ବସବାସ ପାଇଁ ବାହାର ଲୋକ ପସନ୍ଦ କରୁଥିବାରୁ ବଢ଼ି ବଢ଼ି ଚାଲିଛି ଏଠାକାର ଜନସଂଖ୍ୟା। ହେଲେ ବଇଣ୍ଡାର ସୁରକ୍ଷା ନେଇ ସୃଷ୍ଟି ହେଲାଣି ବଡ଼ ପ୍ରଶ୍ନବାଚୀ। କାରଣ ଲୋକ ସଂଖ୍ୟା ଅନୁଯାୟୀ ବଢ଼ୁଛି ଯାନବାହନ, ଟ୍ରାଫିକ ଅବ୍ୟବସ୍ଥା। ଅପରାଧ ମଧ୍ୟ ଆଉ ନିୟନ୍ତ୍ରଣରେ ନାହିଁ। କିନ୍ତୁ ଏହାକୁ ରୋକିବା ପାଇଁ ସରକାର ନେଇଥିବା ପଦକ୍ଷେପ ପର୍ଯ୍ୟାପ୍ତ ହେଉନାହିଁ। ୩୦ ବର୍ଷ ତଳେ ସ୍ଥାପନ ହୋଇଥିବା ବଇଣ୍ଡା ଫାଣ୍ଡିକୁ ଥାନା ମାନ୍ୟତା ମିଳୁ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଆଠମଲ୍ଲିକ ଉପଖଣ୍ଡର ମୁଖ୍ୟ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ଭାବେ ବଇଣ୍ଡା ପରିଚିତ। ୫୫ ନମ୍ବର ଜାତୀୟ ରାଜପଥରେ ଏହି ଛକ ପଡୁଥିବା ବେଳେ ବଇଣ୍ଡାଠାରେ ରେଳ ଷ୍ଟେଶନ ମଧ୍ୟ ରହିଛି। ତେଣୁ ବଇଣ୍ଡା ଅଞ୍ଚଳର ଗୁରୁତ୍ୱ ବଢ଼ି ଚାଲିଛି। ଜନସଂଖ୍ୟାକୁ ଦେଖି ରାଜ୍ୟ ସରକାର ୧୯୯୩ ମସିହାରେ ବଇଣ୍ଡା ଠାରେ ଏକ ଫାଣ୍ଡି ସ୍ଥାପନ କରିଥିଲେ। ଏହି ଫାଣ୍ଡି ଉପରେ ନୁନୁକାପଶି, ଗାଁବଇଣ୍ଡା, ଜାମୁନାଳି ପଞ୍ଚାୟତର ୧୭ଟି ଗ୍ରାମର ୧୫ ହଜାର ଲୋକ ଆଇନଶୃଙ୍ଖଳା ପାଇଁ ନିର୍ଭର କରୁଛନ୍ତି। ସେହିପରି ଜାତୀୟ ରାଜପଥ ସହ ବ୍ୟବସାୟିକ ପେଣ୍ଠସ୍ଥଳ ବଇଣ୍ଡାର ପାରିପାର୍ଶ୍ୱିକ ଅଞ୍ଚଳ ସମ୍ପ୍ରସାରିତ ହୋଇ ଚାଲିଥିବାରୁ ବାହାର ଅଞ୍ଚଳର ଲୋକମାନେ ଏଠାରେ ବସବାସ ଆରମ୍ଭ କଲେଣି। ଫଳରେ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଅନେକ ସମୟରେ ରାଜପଥରେ ଦୁର୍ଘଟଣା ଯୋଗୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେଉଛି। ଚୋରା ମଦ କାରବାର ଯୋଗୁ ଅସାମାଜିକ କାର୍ଯ୍ୟକଳାପ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ତେଣୁ ବଇଣ୍ଡା ଫାଣ୍ଡିକୁ ଥାନାରେ ପରିଣତ କରିବା ପାଇଁ ୧୫ ବର୍ଷ ହେଲା ଦାବି ହୋଇଆସୁଛି। ହେଲେ ଏ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ଏପରି କି ଫାଣ୍ଡିରେ ଆବଶ୍ୟକ ପୋଲିସ କର୍ମଚାରୀ ନିଯୁକ୍ତି ଦିଆଯାଉ ନାହିଁ। ଜଣେ ଅଧିକାରୀ ଓ ଜଣେ କନଷ୍ଟେବଲରେ ଚାଲିଥିବା ଏହି ଫାଣ୍ଡି କୋଠା ରାଜପଥ ସମ୍ପ୍ରସାରଣ ଯୋଗୁ ଅଧା ଭଙ୍ଗାଯାଇଛି। ଫଳରେ ଆଜବେଷ୍ଟସ ଘୋଡାଇ ଏଠାରେ କାର୍ଯ୍ୟାଳୟ ଚାଲୁରହିଛି। କ୍ଷତିପୂରଣ ଅର୍ଥ ଆସିଥିଲେ ମଧ୍ୟ ନୂତନ ଗୃହ ନିର୍ମାଣ ହୋଇନାହଁି। ଏଥିସହ କର୍ମଚାରୀଙ୍କ ପାଇଁ କ୍ବାର୍ଟର୍ସ ନ ଥିବା ଯୋଗୁ ସେମାନେ ରହିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଠମଲ୍ଲିକ ବ୍ଲକର ପେଡିପଥର, ଛେଣ୍ଡିପଦା ବ୍ଲକର କତଡା, କିଶୋରନଗର ବ୍ଲକର କଣ୍ଟେଇକୋଳିଆ, ଲୁହାମୁଣ୍ଡା ପଞ୍ଚାୟତକୁ ମିଶାଇ ବଇଣ୍ଡା ଫାଣ୍ଡିକୁ ଥାନାରେ ପରିଣତ କରିବା ପାଇଁ ବଇଣ୍ଡା ଗ୍ରାମବାସୀ ୨ ମେ ୨୦୧୫, ୧ ଜାନୁୟାରୀ ୨୦୧୯, ୨୨ ଅଗଷ୍ଟ ୨୦୨୧, ୮ ସେପ୍ଟେମ୍ବର ୨୦୨୨ରେ ଜିଲା ଏସ୍‌ପିଙ୍କ ଠାରୁ ଆରମ୍ଭ କରି ଆଠମଲ୍ଲିକ ବିଧାୟକ, ସମ୍ବଲପୁର ଏମ୍‌ପି, ରାଜ୍ୟ ଗୃହ ସଚିବ, ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ତୁରନ୍ତ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ବଇଣ୍ଡା ଫାଣ୍ଡିକୁ ଥାନାର ମାନ୍ୟତା ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଅପରାଧ ନିୟନ୍ତ୍ରଣରେ ସୁବିଧା ହୁଅନ୍ତା
ବଇଣ୍ଡା ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଥିବା ଫାଣ୍ଡିକୁ ଥାନାରେ ପରିଣତ କରିବା ପାଇଁ ବହୁବାର ଅଭିଯୋଗ କରାଯାଇଛି। ଫାଣ୍ଡି ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଉଛି। କର୍ମଚାରୀ ଅଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଥାନାରେ ପରିଣତ ହେଲେ ଆଇନଶୃଙ୍ଖଳା ସହ ଅପରାଧ ନିୟନ୍ତ୍ରଣ ହୋଇପାରିବ।
-ଅରବିନ୍ଦ ସାହୁ, ଉପ ସଭାପତି, ବଇଣ୍ଡା ଗ୍ରାମ

ଥାନାର ଆବଶ୍ୟକତା ରହିଛି
ବଇଣ୍ଡା ଅଞ୍ଚଳରେ ଆଇନଶୃଙ୍ଖଳା ରକ୍ଷା ପାଇଁ ଥାନାର ଆବଶ୍ୟକତା ରହିଛି। ହେଲେ ଦୀର୍ଘବର୍ଷ ହେଲା ଏ ନେଇ ଦାବି କରାଯାଉଥିଲେ ମଧ୍ୟ ସରକାର ପଦକ୍ଷେପ ନେଉନାହାନ୍ତି। ଅଧିକ କର୍ମଚାରୀ ସହ ଅଫିସର ରହିଲେ ଲୋକେ ଠିକଣା ସେବା ପାଇପାରିବେ। ବଇଣ୍ଡା ଫାଣ୍ଡିକୁ ଥାନା ମାନ୍ୟତା ଦେବା ପାଇଁ ପଞ୍ଚାୟତ ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଛି।
-ଦୀପ୍ତିମୟୀ ସାହୁ, ସରପଞ୍ଚ, ନୁନୁକାପଶି

ସୁରକ୍ଷା ଦେଇପାରୁନି ହଣ୍ଡପା ପୋଲିସ
ବଇଣ୍ଡା ଅଞ୍ଚଳକୁ ସୁରକ୍ଷା ଦେବାରେ ହଣ୍ଡପା ପୋଲିସ ସକ୍ଷମ ହେଉନାହିଁ। ତେଣୁ ବଇଣ୍ଡା ଫାଣ୍ଡିକୁ ଥାନାରେ ପରିଣତ କରାଯିବା ସହ ଅଧିକ କର୍ମଚାରୀ ଯୋଗାଇ ଦେବା ପାଇଁ ବହୁବାର ରାଜ୍ୟସରକାରଙ୍କୁ ଅବଗତ କରାଯାଇଛି। ତୁରନ୍ତ ଥାନା ସ୍ଥାପନ ସହ ଆବଶ୍ୟକ କର୍ମଚାରୀ ନିଯୁକ୍ତି କରାଯାଉ।
-ଭଗବାନ ଘିୱାଲା, ନୁନୁକାପଶି

ପଦକ୍ଷେପ ନେଉନାହାନ୍ତି ସରକାର
ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ବଇଣ୍ଡାର ସ୍ଥାନ ସତନ୍ତ୍ର। ଗମନାଗମନ କ୍ଷେତ୍ରରେ ଅଧିକ ସୁବିଧା ଥିବା ଯୋଗୁ ଏଠାକାର ଲୋକସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଛି। ତେଣୁ ସେମାନଙ୍କୁ ସୁରକ୍ଷା ପାଇଁ ଥାନାର ଆବଶ୍ୟକତା ଥିଲେ ମଧ୍ୟ ସରକାର ପଦକ୍ଷେପ ନେଉନାହାନ୍ତି।
-ଘନଶ୍ୟାମ ବେହେରା, ସଭାପତି, ଆଠମଲ୍ଲିକ କ୍ରିମିନାଲ ବାର୍‌

ସରକାରଙ୍କୁ ଅବଗତ କରାଯାଇଛି
ବଇଣ୍ଡା ଫାଣ୍ଡିକୁ ଥାନା ମାନ୍ୟତା ଦେବା ପାଇଁ ଜିଲା ଏସ୍‌ପିଙ୍କ କାର୍ଯ୍ୟାଳୟ ଜରିଆରେ ସରକାରଙ୍କୁ ଅବଗତ କରାଯାଇଛି। ବଇଣ୍ଡାରେ ଥାନାର ଆବଶ୍ୟକତା ରହିଛି। ସରକାର ଯେଉଁ ପଦକ୍ଷେପ ନେବେ ସେହି ଅନୁଯାୟୀ କାର୍ଯ୍ୟ କରାଯିବ।
-ବାଳକୃଷ୍ଣ କଅଁର, ଆଠମଲ୍ଲିକ ଏସ୍‌ଡିପିଓ


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ; ଘରଭଡା ଦେଲେ ପୋଲିସକୁ ତଥ୍ୟ ଦେବେ ମାଲିକ, ବାହାର ରାଜ୍ୟର ଲୋକ ଥାନାରୁ…

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୫ରୁ ଅଧିକ ଲୁଟ୍ ହୋଇଛି । ଏହି ଘଟଣାରେ କନ୍ଧମାଳ ଏସପି ବଡ଼…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri