ରଙ୍ଗମାଟିଆ ଦୀପକ ହତ୍ୟାକାଣ୍ଡ: ୩୬ ଘଣ୍ଟା ପରେ ପୋଲିସ ହାତ ଖାଲି

ଭୁବନେଶ୍ୱର,୧୨।୯(ବ୍ୟୁରୋ): ମଞ୍ଚେଶ୍ୱର ଥାନା ରଙ୍ଗମାଟିଆ ଅଞ୍ଚଳରେ ଦୀପକ ବେହେରା ଓରଫ ଲଣ୍ଡାଙ୍କୁ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ। ପୁଅକୁ ଉଦ୍ଧାର କରିବାକୁ ଆସିଥିବା ବାପାଙ୍କୁ ଦୁର୍ବୃତ୍ତମାନେ କାବୁ କରି ତାଙ୍କ ଆଖି ଆଗରେ ଦୀପକଙ୍କୁ ଭୁଜାଲି ଓ ଚାପଡ଼ରେ ହାଣିଚାଲିଥିଲେ। ଏପରିକି ସେ ପେଟମାଡ଼ି ତଳେ ପଡ଼ିଥିବାବେଳେ ସେମାନେ ତାଙ୍କ ଗୋଡ଼କୁ ହାଣି ଗଡ଼ଗଡ଼ କରିପକାଇଥିଲେ। ବୁଧବାର ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବାବେଳେ ବାପା ଚକ୍ରଧର ଏକଥା କହି ଭୋଭୋ ହୋଇ କାନ୍ଦି ପକାଇଥିଲେ। ସେ କହିଛନ୍ତି, କୌଣସି ଏକ ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଖୋଜୁଥିଲେ। ଦୀପକ ପୋଲିସକୁ ଘର ଦେଖାଇ ଦେବାରୁ ସେବେଠାରୁ ଅଭିଯୁକ୍ତଙ୍କ ଟାର୍ଗେଟରେ ଥିଲେ। ଏହାକୁ ନେଇ ପୂର୍ବରୁ ଅଭିଯୁକ୍ତମାନେ ତାଙ୍କ ସହ ଗଣ୍ଡଗୋଳ କରିବା ସହ ଧମକ ମଧ୍ୟ ଦେଇ ଆସୁଥିଲେ। ଅଭିଯୁକ୍ତଙ୍କୁ କଡ଼ା ଶାସ୍ତି ମିଳିବା ଦରକାର। ମୋ ପରିବାର ନ୍ୟାୟ ମିଳୁ। ଅନ୍ୟପକ୍ଷରେ ଘଟଣାକୁ ୩୬ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରିନି।
ସୂଚନା ମୁତାବକ, ଦୀପକ ରଙ୍ଗମାଟିଆ ତଳ ସାହିରେ ପରିବାର ସହ ରହୁଥିଲେ। ଜମି କିଣାବିକାରେ ମଧ୍ୟସ୍ଥତା କରିବା ସହ ବାପାଙ୍କ ଜଳଖିଆ ଦୋକାନରେ ସାହାଯ୍ୟ କରୁଥିଲେ। ସାନଭାଇ ଲିକନ କୁହନ୍ତି, ଭାଇଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ମଦ ଓ ବ୍ରାଉନସୁଗାର ନିଶାରେ ଦିନ ରାତି ବୁଡି ରୁହନ୍ତି। ଏଥିସହ ମୋବାଇଲ ଓ ସୁନା ଚେନ ଲୁଟ୍‌ପାଟ କରି ପୂର୍ବରୁ ଜେଲ ଯାଇଛନ୍ତି। ପୋଲିିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ତାଙ୍କ ଘର ଖୋଜୁଥିବା ବେଳେ ବଡ଼ ଭାଇ ଦୀପକ ପୋଲିସକୁ ଦେଖାଇଦେଇଥିଲା। ଫଳରେ ଅଭିଯୁକ୍ତମାନେ ଗିରଫ ହୋଇ ଜେଲ୍‌ଯାଇଥିଲେ। ଫେରିବା ପରେ ଦେଖିନେବେ ବୋଲି ଧମକ ଦେଇଥିଲେ। ତିନିମାସ ତଳେ ଜଣେ ସମ୍ପର୍କୀୟଙ୍କ ବାହାଘରବେଳେ ଗଣ୍ଡଗୋଳ କରିଥିଲେ। ଉଭୟଙ୍କ ମଧ୍ୟରେ ହଣାକଟା ହୋଇଥିଲା।
ତଦନ୍ତ କରୁଥିବା ଥାନାଧିକାରୀ ଜତୀନ୍ଦ୍ରନାଥ ସେଠୀ କହିଛନ୍ତି, ମୃତକଙ୍କ ଭାଇ ପିକନ ବେହେରାଙ୍କ ଅଭିଯୋଗକ୍ରମେ ୩୭୯/୧୯ରେ ହତ୍ୟା ମାମଲା ପୋଲିସ ରୁଜୁ କରାଯାଇଛି। ପୂର୍ବ ବିଦାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି। ଆକ୍ରମଣର ଶିକାର ଦୀପକ ଏବଂ ଆକ୍ରମଣକାରୀଙ୍କ ନାମରେ ଥାନରେ ମାମଲା ରହିଛି। ତେଣୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ କଲା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ଗୁରୁତରଙ୍କୁ କଟକ ସ୍ଥାନାନ୍ତର

ବ୍ରହ୍ମପୁର , ୨୩।୧୨( ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ବୋରିଗାଁର ବଡ଼ ବନ୍ଧ ସାହିରେ ସୋମବାର ରାତିରେ ଗ୍ୟାସ ସିଲିଣ୍ଡର ଫାଟିଯାଇଛି ।...

ପ୍ରଧାନମନ୍ତ୍ରୀ ଚେହେରା ବଦଳାଇଲା କଂଗ୍ରେସ! ରାହୁଲ ଗାନ୍ଧୀ ନୁହଁନ୍ତି, ଏହି ନେତା… ସାଂସଦଙ୍କ ବୟାନକୁ ନେଇ ହଲଚଲ

ନୂଆଦିଲ୍ଲୀ,୨୩।୧୨: ଭାରତୀୟ ଜାତୀୟ କଂଗ୍ରେସର ଆଭ୍ୟନ୍ତରୀଣ ଏବଂ ବାହ୍ୟ ରାଜନୈତିକ ଦୃଶ୍ୟପଟରେ, ପୂର୍ବ ଅନେକ ନିର୍ବାଚନରୁ ଏହା ସ୍ପଷ୍ଟ ହୋଇଛି ଯେ ପୂର୍ବତନ ଦଳର ଅଧ୍ୟକ୍ଷ...

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଉଥିଲେ ପଶ୍ଚିମବଙ୍ଗର ୪ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ ୨୩/୧୨( ଅଜିତ୍ କୁମାର ମହାନ୍ତି): ଏବେ ପର୍ଯ୍ୟଟନ ଋତୁ ଜାରି ରହିଥିବା ବେଳେ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଅନେକ ଲୋକ ପୁରୀକୁ...

ବିଳମ୍ବ କଲେ ଏମ୍‌ପି, ଚାଲିଗଲେ ବିଧାୟକ

ଜଗତ୍‌ସିଂହପୁର, ୨୪ା୧୨ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ଉଦ୍‌ଘାଟନୀ ଉତ୍ସବରେ ସୋମବାର ବିଶୃଙ୍ଖଳା ଦେଖାଦେଇଛି। କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ...

କୃଷି ବିଭାଗର ଚଢାଉ: ୧୭୭ ବସ୍ତା ନକଲି ସାର ଜବତ

ନୂଆପଡ଼ା,୨୩ା୧୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ଗାଁ ନିକଟ ରାସ୍ତା କଡରେ ବେଆଇନ ଭାବରେ ନକଲି ରାସାୟନିକ ସାର ଓ ଔଷଧ ବିକ୍ରୟ କରାଯାଉଥିବା...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ, ପଡିଲା ପଶୁବଳି

ବଲାଙ୍ଗିର,୨୩/୧୨ (ସୁନିଲ କୁମାର ମହାନ୍ତି): ଆଜି ପ୍ରସିଦ୍ଧ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ...

ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍‌, ଘନ କୁହୁଡି ଯୋଗୁ…

ଆସିକା,୨୩।୧୨(ସୁରେନ୍ଦ୍ର ନାଥ ସାହୁ): ଆସିକା ଥାନା ପାକଲା ପଲି ଛକ ନିକଟରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍‌। ଫଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri