Posted inଖେଳ

କ୍ରୁନାଲଙ୍କୁ କ୍ଷମା ପ୍ରାର୍ଥନା କଲେ ହାର୍ଦ୍ଦିକ

ମୁମ୍ବାଇ,୧୧।୯: ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ରୁନାଲ ପାଣ୍ଡ୍ୟାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍‌ରେ ବ୍ଲୁ ଜର୍ସିରେ ଦେଖିବାକୁ ମିଳିବ। ବୁଧବାର ପାଣ୍ଡ୍ୟା ବ୍ରଦର୍ସ ଅଭ୍ୟାସ କରୁଥିବାବେଳେ ଏକ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ନେଟ୍ସରେ କ୍ରୁନାଲଙ୍କ ବୋଲିଂରେ ହାର୍ଦ୍ଦିକ ହେଲିକାପ୍ଟର ଶଟ୍‌ ମାରିବାକୁ ଉଦ୍ୟମ କରିଥିଲେ। ହେଲେ ବଲଟି ସିଧା କ୍ରୁନାଲଙ୍କ ମୁଣ୍ଡ ଆଡ଼କୁ ଚାଲିଯାଇଥିଲା। ସୌଭାଗ୍ୟ ବଶତଃ କ୍ରୁନାଲ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହାର ଏକ ଭିଡିଓ ଟୁଇଟରରେ ଅପଲୋଡ କରିବା ସହ ହାର୍ଦ୍ଦିକ ବଡ଼ ଭାଇଙ୍କୁ କ୍ଷମାପ୍ରର୍ଥାନା କରିଛନ୍ତି। ଏଥିସହ ଲେଖିଛନ୍ତି, ମୁଁ ଉକ୍ତ ରାଉଣ୍ଡକୁ ଜିତିଛି। ଏହାର ଜବାବ ଦେଇଛନ୍ତି ବାମହାତୀ ସ୍ପିନର କ୍ରୁନାଲ। ସେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ କ୍ରୁନାଲଙ୍କ ବଲକୁ ଖେଳିବାରେ ୨୫ ବର୍ଷୀୟ ହାର୍ଦ୍ଦିକ ବିଫଳ ହେଉଛନ୍ତି। ଖେଳରେ ସବୁ ଚଳେ। କିନ୍ତୁ ତୁମେ ଏ ଭିଡିଓକୁ ଭୁଲି ଗଲ ବୋଲି ଏହାର କ୍ୟାପଶନରେ କ୍ରୁନାଲ ଲେଖିଛନ୍ତି। ବିଶ୍ୱକପ୍‌ ପରେ ହାର୍ଦ୍ଦିକ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାକୁ ଯାଉଛନ୍ତି। ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ଓ୍ବେଷ୍ଟଇଣ୍ଡିଜ ସିରିଜ୍‌ରୁ ବିଶ୍ରାମ ଦିଆଯାଇଥିଲା। ଆସନ୍ତା ୧୫ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାଠାରେ ପ୍ରଥମ ଟି୨୦ ଖେଳିବ। ପରବର୍ତ୍ତୀ ଦୁଇଟି ମୋହାଲି ଓ ବେଙ୍ଗାଲୁରୁଠାରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri