ସ୍ବାମିଜୀ ଓ ଶିକାଗୋର ବାର୍ତ୍ତା

ଗିରିଜା ଶଙ୍କର ତରାସିଆ
ଆଜକୁ ଠିକ୍‌ ୧୨୬ ବର୍ଷ ତଳେ ଆମେରିକାର ଶିକାଗୋ ସହରସ୍ଥିତ କଲମ୍ବସ୍‌ ହଲ୍‌ରେ ଅନୁଷ୍ଠିତ ହେଉଥାଏ ପ୍ରଥମ ବିଶ୍ୱ ଧର୍ମ ମହାସଭା। ୧୮୯୩ ସେପ୍ଟେମ୍ବର ୧୧ରୁ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଧର୍ମ ମହାସଭାରେ ବିଶ୍ୱର ବିଭିନ୍ନ ଧର୍ମ ସମ୍ପ୍ରଦାୟର ଧର୍ମଗୁରୁ ତଥା ବିଦ୍ୱାନ୍‌ମାନେ ଯୋଗ ଦେଇଥାନ୍ତି। ଭାରତବର୍ଷରୁ ବ୍ରହ୍ମବିଦ୍ୟା ସମିତିର ପ୍ରତିନିଧି ଜ୍ଞାନେନ୍ଦ୍ରନାଥ ଚକ୍ରବର୍ତ୍ତୀ ତଥା ବ୍ରାହ୍ମ ସମାଜର ପ୍ରତିନିଧି ପ୍ରତାପଚନ୍ଦ୍ର ମଜୁମଦାର ପ୍ରମୁଖ ବିଦ୍ୱାନ୍‌ମାନେ ଏହି ଐତିହାସିକ ସମାରୋହରେ ଅଂଶଗ୍ରହଣ କରିବା ପାଇଁ ଉପସ୍ଥିତ ଥାନ୍ତି। ଧର୍ମ ମହାସଭାରେ ଯୋଗଦେବା ପାଇଁ ଆସିଥିବା ପ୍ରତିନିଧିଙ୍କୁ ବାଦ୍‌ଦେଇ ସାତ ହଜାର ଦର୍ଶକ ମଧ୍ୟ କଲମ୍ବସ୍‌ ହଲ୍‌ରେ ଉପସ୍ଥିତ ଥାନ୍ତି। ଅଧିବେଶନର ପ୍ରଥମ ଦିବସରେ ଗୈରିକ ପୋଷାକଧାରୀ ଜଣେ ସୌମ୍ୟ ଯୁବକ ମାତ୍ର ସ୍ବଳ୍ପ ସମୟ ନିମନ୍ତେ ବକ୍ତୃତା ଦେବା ପାଇଁ ଅନୁମତି ପାଇ କୋମଳ ଅଥଚ ଭାବଗାମ୍ଭୀର୍ଯ୍ୟ କଣ୍ଠରେ ଉଦ୍‌ବୋଧନ ଦେବାକୁ ଆରମ୍ଭ କଲେ- ‘ଆମେରିକାବାସୀ ଭାଇ ଓ ଭଉଣୀମାନେ!’ ଏହି କଥାପଦକ ଶ୍ରୋତାଙ୍କ ମଧ୍ୟରେ ବିଦ୍ୟୁତ୍‌ ସଂଚାରଣ ପରି ଏକ ଆଲୋଡ଼ନ ସୃଷ୍ଟି କଲା। କଲମ୍ବସ୍‌ ହଲ୍‌ ଘନଘନ କରତାଳିରେ ପ୍ରକମ୍ପିତ ହେବାକୁ ଲାଗିଲା। ମାତ୍ର ଦୁଇ ମିନିଟ୍‌ ନିମନ୍ତେ ଉଦ୍‌ବୋଧନ ଦେବାକୁ ଅନୁମତି ପାଇଥିବା ଏହି ବିଦ୍ୱାନ ଯୁବକ ତତ୍‌କ୍ଷଣାତ୍‌ ପାଲଟିଗଲେ ତାରକା ବକ୍ତା। ସେ ଥିଲେ ଭାରତମାତାର ସୁଯୋଗ୍ୟ ସନ୍ତାନ ସ୍ବାମୀ ବିବେକାନନ୍ଦ।
ବିବେକାନନ୍ଦ ଥିଲେ ଶ୍ରୀରାମକୃଷ୍ଣଙ୍କର ଆଧ୍ୟାମତ୍ିକ ଉତ୍ତରାଧିକାରୀ। ଦେହାବସାନର ମାତ୍ର କିଛିଦିନ ପୂର୍ବରୁ ଶ୍ରୀରାମକୃଷ୍ଣ ନିଜର ସାଧନାଲବ୍‌ଧ ସମସ୍ତ ଶକ୍ତି ବିବେକାନନ୍ଦଙ୍କୁ ଦେଇ କହିଥିଲେ- ”ଆଜି ତୋତେ ମୋର ସର୍ବସ୍ବ ଦେଇ ଫକିର ହୋଇଗଲି। ଏହି ଶକ୍ତିରେ ତୁ ଜଗତର ଅଶେଷ କଲ୍ୟାଣ ସାଧନ କରିବୁ।“ ବିଶ୍ୱଭ୍ରାତୃତ୍ୱ ଓ ବିଶ୍ୱସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ଗୁରୁ ଶ୍ରୀରାମକୃଷ୍ଣଙ୍କ ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବାର ସଂକଳ୍ପ ନେଇ ସ୍ବାମିଜୀ ବିଶ୍ୱ ଭ୍ରମଣର ପରିକଳ୍ପନା କଲେ।
କପର୍ଦ୍ଦକଶୂନ୍ୟ ଏହି ଅମିତ ତେଜସ୍ବୀ ଯୁବସନ୍ନ୍ୟାସୀ ଆମେରିକାର ଉକ୍ତ ବିଶ୍ୱ ସର୍ବଧର୍ମ ମହାସଭାରେ ଅଂଶଗ୍ରହଣ କରିବାର ଆକାଂକ୍ଷା ନେଇ ବମ୍ବେ ବନ୍ଦରରୁ ଜାହାଜ ଯୋଗେ ୧୮୯୩ ମେ ୩୧ରେ ଆମେରିକା ଯାତ୍ରା କଲେ। ଯାତ୍ରା ସମୟରେ ସେ କଲମ୍ବୋ, ମାଳୟ ଉପଦ୍ୱୀପର ପେନାଙ୍ଗ ସହର ସମେତ, ସିଙ୍ଗାପୁର, ହଂକଂ, ଚାଇନାର କ୍ୟାଣ୍ଟନ ସହର, ଜାପାନର ଓସାକା, କିୟାଟୋ ଆଦି ସହରମାନ ପରିଦର୍ଶନ କରିବାର ସୁଯୋଗ ପାଇଥିଲେ। ଜାପାନରୁ ଜାହାଜ ଯାଇ ଜୁଲାଇ ମାସରେ ଆମେରିକାର ଭାଙ୍କୁଭର ବନ୍ଦରରେ ପହଞ୍ଚିଲା। ସ୍ବାମିଜୀ ଶିକାଗୋରେ ପହଞ୍ଚି ସେଠାକାର ବ୍ୟୟବହୁଳ ଖର୍ଚ୍ଚ ତୁଲାଇବାକୁ ଅସମର୍ଥ ହେବାରୁ ଶିକାଗୋ ଛାଡ଼ି ବୋଷ୍ଟନ ସହର ଅଭିମୁଖେ ଯାତ୍ରାକଲେ। ବାଟରେ ଟ୍ରେନରେ ଜଣେ ସହୃଦୟ ମହିଳାଙ୍କ ସହିତ ତାଙ୍କର ବାର୍ତ୍ତାଳାପ ହେଲା। ମହିଳା ଜଣକ ସ୍ବାମିଜୀଙ୍କ ସହିତ କଥାବାର୍ତ୍ତାରେ ଆକୃଷ୍ଟ ହୋଇ ତାଙ୍କୁ ବୋଷ୍ଟନ ନିକଟବର୍ତ୍ତୀ ଗୋଟିଏ ଗ୍ରାମରେ ଥିବା ନିଜ ଗୃହରେ ଆଣି ରଖିଲେ। ସଂପୃକ୍ତ ଭଦ୍ର ମହିଳା ସ୍ବାମିଜୀଙ୍କ ସହିତ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଗ୍ରୀକ୍‌ଭାଷାର ଅଧ୍ୟାପକ ଡ. ରାଇଟ୍‌ଙ୍କ ସାକ୍ଷାତ ଆଲୋଚନାର ବନ୍ଦୋବସ୍ତ କରିଦେଲେ। ମାତ୍ର ତିନିଘଣ୍ଟାର କଥୋପକଥନରେ ଅଧ୍ୟାପକ ରାଇଟ୍‌ ଏତେ ମୁଗ୍‌ଧ ହେଲେ ଯେ ସ୍ବାମିଜୀଙ୍କ ପରିଚୟପତ୍ର ଅଭାବରୁ ଧର୍ମ ମହାସଭାରେ ଯୋଗଦେଇ ପାରୁ ନ ଥିବା ଶୁଣି କହିଥିଲେ- ”ଧର୍ମ ମହାସଭାରେ ବକ୍ତୃତା ଦେବାର ଅଧିକାର ପାଇଁ ଆପଣଙ୍କୁ ପରିଚୟପତ୍ର ଦେଖାଇବାକୁ ହେଲେ ସୂର୍ଯ୍ୟଙ୍କୁ ମଧ୍ୟ ଆଲୋକ ଦେଖାଇବାର ଅଧିକାର ପାଇଁ ପରିଚୟପତ୍ର ଦେଖାଇବାକୁ ହେବ।“ ସୌଭାଗ୍ୟକୁ ଡ. ରାଇଟ୍‌ଙ୍କର ଜଣେ ବନ୍ଧୁ ଡ. ଜେ.ଏଚ୍‌. ବ୍ୟାରୋଜ୍‌ ଧର୍ମ ମହାସଭାର ସଦସ୍ୟ ନିର୍ବାଚନ ସଂସଦର ସଭାପତି ଥିଲେ। ଡ. ରାଇଟ୍‌ ସ୍ବାମିଜୀଙ୍କ ଉଦ୍ଦେଶ୍ୟରେ ତାଙ୍କ ବନ୍ଧୁଙ୍କ ନିକଟକୁ ଏକ ପତ୍ର ଲେଖି ଦର୍ଶାଇଥିଲେ ଯେ- ”ଏହି ବ୍ୟକ୍ତିଙ୍କର ପାଣ୍ଡିତ୍ୟ ଆମ ଦେଶର ସମସ୍ତ ଶିକ୍ଷିତ ବ୍ୟକ୍ତିଙ୍କର ସମବେତ ପାଣ୍ଡିତ୍ୟ ଅପେକ୍ଷା ବେଶି।“ ଏହି ସୁପାରିସ ପତ୍ରଟି ଧରି ଶିକାଗୋ ଧର୍ମ ମହାସଭାରେ ଯୋଗଦାନ କରିବା ନିମନ୍ତେ ସ୍ବାମିଜୀ ଯାତ୍ରା କରନ୍ତେ ଦୁର୍ଭାଗ୍ୟକୁ ସମିତି ଠିକଣାଟି ବାଟରେ ହଜାଇଦେଇ ହାଡ଼ଭଙ୍ଗା ଶୀତରୁ ରକ୍ଷା ପାଇବା ପାଇଁ ଷ୍ଟେଶନ ପ୍ରାଙ୍ଗଣରେ ମାଲପରିବହନ ନିମନ୍ତେ ରଖାଯାଇଥିବା ଗୋଟିଏ ଖାଲି କାଠବାକ୍ସ ମଧ୍ୟରେ ପଶି କୌଣସି ପ୍ରକାରେ ପ୍ରାଣରକ୍ଷା କଲେ। ସେ ଆଶଙ୍କା ଭିତରେ କ୍ଳାନ୍ତ ହୋଇ ବସିଥିବା ବେଳେ ଫୁଟ୍‌ପାଥ୍‌ର ଅପରପାର୍ଶ୍ୱରେ ଥିବା ଏକ ଅଟ୍ଟାଳିକାର ଦରଜା ଖୋଲିଗଲା ଏବଂ ମିସେସ୍‌ ହେଲ୍‌ ନାମ୍ନୀ ଜନୈକା ସହୃଦୟା ମହିଳା ଦେବଦୂତ ପରି ବାହାରି ଆସି ସ୍ବାମିଜୀଙ୍କୁ ନିଜ ଗୃହକୁ ନେଇଗଲେ। ଏହି ଭଦ୍ରମହିଳାଙ୍କ ସହାୟତା କ୍ରମେ ସ୍ବାମିଜୀ ଡ. ବ୍ୟାରୋଜ୍‌ଙ୍କ ସହିତ ସାକ୍ଷାତ୍‌ କରି ଧର୍ମ ମହାସଭାରେ ଯୋଗଦାନ ପାଇଁ ଅନୁମତି ପାଇଲେ। ସ୍ବାମିଜୀଙ୍କର ଐତିହାସିକ ଶିକାଗୋ ବକ୍ତୃତା ତାଙ୍କୁ ସମଗ୍ର ବିଶ୍ୱରେ ଜ୍ଞାନର ଏକ ପ୍ରଦୀପ୍ତ ସୂର୍ଯ୍ୟଭାବେ ପରିଚୟ ପ୍ରଦାନ କରିଥିଲା। ଶିକାଗୋ ଧର୍ମସଭାରେ ସ୍ବାମିଜୀ ବିଶ୍ୱ ଭ୍ରାତୃତ୍ୱର ବାର୍ତ୍ତା ଦେଇଥିବାରୁ ସେହି ଦିବସକୁ ବିଶ୍ୱ ଭ୍ରାତୃତ୍ୱ ଦିବସ ଭାବେ ପାଳନ କରାଯାଉଛି।
(ବିଶ୍ୱ ଭ୍ରାତୃତ୍ୱ ଦିବସ ଉପଲକ୍ଷେ)
ଖଣ୍ଡପଡ଼ା, ନୟାଗଡ଼, ମୋ: ୯୯୩୭୩୩୪୮୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କଠିନ ବର୍ଜ୍ୟକୁ ମାତ୍ର ୮ ଘଣ୍ଟା ମଧ୍ୟରେ ନ୍ୟୁଟ୍ରିଣ୍ଟ ପରିପୂର୍ଣ୍ଣ ଖତରେ ପରିଣତ କରିପାରୁଛି ଗୋଲ୍‌ଡ କମ୍ପୋଷ୍ଟର। ‘ଓ୍ବେଷ୍ଟ ଇଜ୍‌ ଗୋଲ୍‌ଡ ଟେକ୍‌ନୋଲୋଜି’ ଷ୍ଟାର୍ଟଅପ୍‌ ମାଧ୍ୟମରେ...

ଆଇନଜୀବୀ ଓ ଆଇନଜ୍ଞ ମଧୁବାବୁ

ସିତାଂଶୁ ମୋହନ ଦ୍ୱିବେଦୀ   ମହାତ୍ମା ଗାନ୍ଧୀ, ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଏବଂ ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା...

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା...

ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା...

ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ...

ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ...

ସମ୍ବିଧାନ ବଦଳାଇବାକୁ ନେଇ ଆଶଙ୍କା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri