କେନ୍ଦ୍ରାପଡା, ୧୧।୧ (ଜଗନ୍ନାଥ ଧଳ)- କେନ୍ଦ୍ରାପଡ଼ା ଜିଲା ସଦର ଥାନା କେନ୍ଦ୍ରାପଡା ବ୍ଲକ ଗୁଲନଗର ପଞ୍ଚାୟତ ଭ୍ରମରଦିଆ ପାଟଣା ନିକଟ ଗୋବରୀ ନଦୀକୂଳରୁ ଶିଶୁପୁତ୍ରର ମୃତଦେହ ରବିବାର ଉଦ୍ଧାର ହୋଇଛି। ଥାନା ପୋଲିସ ତତ୍ତ୍ୱାବଧାନରେ ଏହି ମୃତଦେହକୁ ନିକଟସ୍ଥ କଜଳା ଶ୍ମଶାନରେ ସଂସ୍କାର କରାଯାଇଛି।
ଏନେଇ ଥାନା ଅଧିକାରୀ ଶୁଭେନ୍ଦୁ ସାହୁ କହିଛନ୍ତି, ମୃତ ଶିଶୁ ସଦ୍ୟ ଜନ୍ମିତ ଜଣାଯାଉଛି। କାରଣ ଶିଶୁ ଦେହରେ ଅନ୍ତନାଡୀ ଲାଗିଛି। ସରପଞ୍ଚ ପୀତବାସ ବେହେରାଙ୍କ ଲିଖିତ ପରାମର୍ଶ ଅନୁସାରେ ମୃତଦେହ ସଂସ୍କାର କରାଯାଇଛି।


