ମହିଳା ପ୍ରାର୍ଥୀ ଦେବାରେ ପଛରେ ଭାଜପା, କଂଗ୍ରେସ

ଭୁବନେଶ୍ୱର,୨୦ା୪(ଜିତେନ୍ଦ୍ର କୁମାର ନାୟକ): ଦେଶବ୍ୟାପୀ ଏବେ ଲୋକ ସଭା ଆସନ ବୃଦ୍ଧି ଓ ମହିଳା ସଂରକ୍ଷଣ ଆଇନ ସମ୍ପର୍କରେ ଆଲୋଚନା ତେଜିଛି। ଏପରି ପ୍ରଚ୍ଛଦପଟରେ ୨୦୨୩ରେ ମହିଳା ସଂରକ୍ଷଣ ଆଇନ ସଂସଦରେ ଗୃହୀତ ହୋଇସାରିଥିଲା। ତଥାପି ଦେଶର ଅଧିକାଂଶ ରାଜନୈତିକ ଦଳରୁ ମହିଳା ପ୍ରାର୍ଥୀମାନଙ୍କ ସଂଖ୍ୟା ଦେଖିଲେ ୨୦୨୪ ନିର୍ବାଚନର ଉଦାହରଣ ନୈରାଶ୍ୟଜନକ ବୋଲି କହିହେବ। ବିଶେଷକରି ୨ଟି ଜାତୀୟ ଦଳ-ଭାଜପା ଓ କଂଗ୍ରେସ ମହିଳା ପ୍ରାର୍ଥୀ ଦେବାରେ, ଅନ୍ୟ ଆଞ୍ଚଳିକ ଦଳ ତୁଳନାରେ ଯଥେଷ୍ଟ ପଛରେ ରହିଥିବା ତଥ୍ୟ ଦର୍ଶାଉଛି।

ଭାରତର ନିର୍ବାଚନ କମିଶନ(ଇସିଆଇ) ଓ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ତଥ୍ୟ ଅନୁଯାୟୀ, ୨୦୨୪ ଲୋକ ସଭା ନିର୍ବାଚନରେ ୫୪୩ ଆସନ ପାଇଁ ସମୁଦାୟ ୮,୩୩୭ ପ୍ରାର୍ଥୀ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ମଧ୍ୟରୁ ବିଭିନ୍ନ ଦଳର ମହିଳା ପ୍ରାର୍ଥୀ ଥିଲେ ମାତ୍ର ୭୯୭। ଅର୍ଥାତ୍‌ ୯.୫୫ ପ୍ରତିଶତ ମହିଳା ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ପାଇଥିଲେ। ଭାଜପା ୪୪୦ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସେଥିମଧ୍ୟରୁ ୬୯ ଜଣ ମହିଳା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଅର୍ଥାତ୍‌ ଭାଜପା ୧୫.୬୮ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ ହେବାର ସୁଯୋଗ ଦେଇଥିଲା। ଅନୁରୂପ ଭାବେ କଂଗ୍ରେସ ୩୨୭ ସିଟ୍‌ରେ ପ୍ରାର୍ଥୀ ଦେଇଥିବା ବେଳେ ମହିଳା ଥିଲେ ୪୧, ଯାହା ୧୨.୫୩ ପ୍ରତିଶତ। ଆଞ୍ଚଳିକ ରାଜନୈତିକ ଦଳ ବିଜୁ ଜନତା ଦଳ (ବିଜେଡି) ଓଡ଼ିଶାର ୨୧ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସେଥିରୁ ୭ ଜଣ ମହିଳାଙ୍କୁ ଟିକେଟ ଦେଇଥିଲା। ଅର୍ଥାତ୍‌ ୩୩.୩୩ ପ୍ରତିଶତ ମହିଳା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। ଅବଶ୍ୟ କେହି ଲୋକ ସଭାରେ ଖାତା ଖୋଲିପାରି ନ ଥିଲେ। ଉଲ୍ଲେଖ କରାଯାଇପାରେ ଯେ, ରାଜ୍ୟରେ ଭାଜପା ଏହି ୨୧ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ମହିଳା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଅର୍ଥାତ୍‌ ଏମାନଙ୍କ ପ୍ରତିଶତ ଥିଲା ୧୯.୦୪। ସେହିଭଳି କଂଗ୍ରେସ ୨୦ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ମହିଳାଙ୍କ ସଂଖ୍ୟା ଥିଲା ୩, ଯାହାର ପ୍ରତିଶତ ୧୫। କଂଗ୍ରେସର ମେଣ୍ଟ ଭାବେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌) ଓଡ଼ିଶାରେ ଜଣେ ପ୍ରାର୍ଥୀଙ୍କୁ ଛିଡ଼ା କରାଇଥିଲା। ତେବେ ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସ (ଏଆଇଟିସି/ଟିଏମ୍‌ସି) ୪୨ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୧୨ ଜଣ ମହିଳାଙ୍କୁ ସୁଯୋଗ ଦେଇଥିଲା, ଯାହାର ପ୍ରତିଶତ ହେଉଛି ୨୮.୬। ଏହି ୧୨ ଜଣଙ୍କ ମଧ୍ୟରେ ୧୧ ଜଣ ନିର୍ବାଚନରେ ବିଜୟଲାଭ କରିଥିଲେ।

ବର୍ତ୍ତମାନ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ଦେବା ନେଇ ‘ଘୋ’ ଚାଲିଛି। ଜେଏମ୍‌ଏମ୍‌ ୬ ପ୍ରାର୍ଥୀ ଦେଇଥିବାବେଳେ ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିଲେ, ଯାହା ୩୩.୩୩%। ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ୫ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ମହିଳା ପ୍ରାର୍ଥୀ ଥିଲେ। ଏମାନଙ୍କ ପ୍ରତିନିଧିତ୍ୱ ୪୦ ପ୍ରତିଶତ ଥିଲା। ସଂଯୁକ୍ତ ଜନତାଦଳ(ଜେଡିୟୁ) ୧୬ ପ୍ରାର୍ଥୀ ଦେଇଥିବା ବେଳେ ୨ ଜଣ ମହିଳା ଥିଲେ, ଯାହା ୧୨.୫ % ଥିଲା। ସମାଜବାଦୀ ପାର୍ଟି (ଏସ୍‌ପି)ର ୭୧ ସମୁଦାୟ ପ୍ରାର୍ଥୀଙ୍କ ମଧ୍ୟରୁ ମହିଳା ପ୍ରାର୍ଥୀ ଥିଲେ ୧୪, ଯାହାର ପ୍ରତିଶତ ହେଉଛି ପ୍ରାୟ ୨୦। ଡିଏମ୍‌କେ ୨୨ ଜଣଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ଟିକେଟ ଦେଇଥିବା ବେଳେ ସେଥିମଧ୍ୟରେ ୩ ଜଣ ଥିଲେ ମହିଳା(୧୩.୬୩%)।

ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ମୋଟ ୨୩ ପ୍ରାର୍ଥୀଙ୍କ ମଧ୍ୟରୁ ୬ ମହିଳାଙ୍କୁ ଟିକେଟ ଦେଇଥିଲା, ଯାହା ୨୬%। ସବୁଠାରୁ କୌତୂହଳ କଥା ଯେ, ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଗୁଜରାଟରେ ୨୨ ଜଣ ପ୍ରାର୍ଥୀ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ହେଲେ ମହିଳା ପ୍ରାର୍ଥୀ ନ ଥିବା ଜଣାପଡ଼ିଛି।
ନିର୍ବାଚନ କମିଶନଙ୍କ ସୂତ୍ରରୁ ଦର୍ଶାଯାଇଛି ଯେ, ୨୦୨୪ ମହିଳା ପ୍ରାର୍ଥୀ ଭରିଥିବା ଦଳଗୁଡ଼ିକ ମଧ୍ୟରେ ‘ନାମ୍‌ ତାମିଲାର କାଟ୍‌ଚି’ ୫୦%, ଏଲ୍‌ଜେପି (ରାମ୍‌ବିଳାସ) ୪୦%, ବିଜେଡି ଓ ଜେଏମ୍‌ଏମ୍‌ ୩୩% ଲେଖାଏ, ଆର୍‌ଜେଡି ୨୬%, ଟିଏମ୍‌ସି ୨୮.୫୭% ଓ ଏସ୍‌ପି ୨୦ ପ୍ରତିଶତ ପାର୍ଟି ଭିତରେ ଲିଙ୍ଗଗତ ପ୍ରତିନିଧିତ୍ୱ କରିଥିଲେ।
୨୦୨୪ ଲୋକ ସଭା ନିର୍ବାଚନ ସହିତ ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ମହିଳାଙ୍କ ପ୍ରତିନିଧିତ୍ୱ ଦେଖିଲେ ବିଜେଡି ୩୩ ଜଣ ମହିଳାଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୁଯୋଗ ଦେଇଥିଲା, ଯାହାର ପ୍ରତିଶତ ଦେଖିଲେ ଥିଲା ୨୨.୪୪। ସେହିପରି ଭାଜପା ୧୨(୮.୧୬%) ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ୨୦ (୧୩.୬୦%) ଜଣ ମହିଳାଙ୍କୁ ଟିକେଟ ଦେଇଥିଲା। ଲୋକ ସଭା ଭଳି ରାଜ୍ୟ ବିଧାନସଭାରେ ଆଞ୍ଚଳିକ ଦଳ ବିଜେଡି ଜାତୀୟ ଦଳ ଭାଜପା ଓ କଂଗ୍ରେସଠାରୁ ଆଗରେ ରହିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri