ମହିଳା ପ୍ରାର୍ଥୀ ଦେବାରେ ପଛରେ ଭାଜପା, କଂଗ୍ରେସ

ଭୁବନେଶ୍ୱର,୨୦ା୪(ଜିତେନ୍ଦ୍ର କୁମାର ନାୟକ): ଦେଶବ୍ୟାପୀ ଏବେ ଲୋକ ସଭା ଆସନ ବୃଦ୍ଧି ଓ ମହିଳା ସଂରକ୍ଷଣ ଆଇନ ସମ୍ପର୍କରେ ଆଲୋଚନା ତେଜିଛି। ଏପରି ପ୍ରଚ୍ଛଦପଟରେ ୨୦୨୩ରେ ମହିଳା ସଂରକ୍ଷଣ ଆଇନ ସଂସଦରେ ଗୃହୀତ ହୋଇସାରିଥିଲା। ତଥାପି ଦେଶର ଅଧିକାଂଶ ରାଜନୈତିକ ଦଳରୁ ମହିଳା ପ୍ରାର୍ଥୀମାନଙ୍କ ସଂଖ୍ୟା ଦେଖିଲେ ୨୦୨୪ ନିର୍ବାଚନର ଉଦାହରଣ ନୈରାଶ୍ୟଜନକ ବୋଲି କହିହେବ। ବିଶେଷକରି ୨ଟି ଜାତୀୟ ଦଳ-ଭାଜପା ଓ କଂଗ୍ରେସ ମହିଳା ପ୍ରାର୍ଥୀ ଦେବାରେ, ଅନ୍ୟ ଆଞ୍ଚଳିକ ଦଳ ତୁଳନାରେ ଯଥେଷ୍ଟ ପଛରେ ରହିଥିବା ତଥ୍ୟ ଦର୍ଶାଉଛି।

ଭାରତର ନିର୍ବାଚନ କମିଶନ(ଇସିଆଇ) ଓ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ତଥ୍ୟ ଅନୁଯାୟୀ, ୨୦୨୪ ଲୋକ ସଭା ନିର୍ବାଚନରେ ୫୪୩ ଆସନ ପାଇଁ ସମୁଦାୟ ୮,୩୩୭ ପ୍ରାର୍ଥୀ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ମଧ୍ୟରୁ ବିଭିନ୍ନ ଦଳର ମହିଳା ପ୍ରାର୍ଥୀ ଥିଲେ ମାତ୍ର ୭୯୭। ଅର୍ଥାତ୍‌ ୯.୫୫ ପ୍ରତିଶତ ମହିଳା ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ପାଇଥିଲେ। ଭାଜପା ୪୪୦ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସେଥିମଧ୍ୟରୁ ୬୯ ଜଣ ମହିଳା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଅର୍ଥାତ୍‌ ଭାଜପା ୧୫.୬୮ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ ହେବାର ସୁଯୋଗ ଦେଇଥିଲା। ଅନୁରୂପ ଭାବେ କଂଗ୍ରେସ ୩୨୭ ସିଟ୍‌ରେ ପ୍ରାର୍ଥୀ ଦେଇଥିବା ବେଳେ ମହିଳା ଥିଲେ ୪୧, ଯାହା ୧୨.୫୩ ପ୍ରତିଶତ। ଆଞ୍ଚଳିକ ରାଜନୈତିକ ଦଳ ବିଜୁ ଜନତା ଦଳ (ବିଜେଡି) ଓଡ଼ିଶାର ୨୧ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସେଥିରୁ ୭ ଜଣ ମହିଳାଙ୍କୁ ଟିକେଟ ଦେଇଥିଲା। ଅର୍ଥାତ୍‌ ୩୩.୩୩ ପ୍ରତିଶତ ମହିଳା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। ଅବଶ୍ୟ କେହି ଲୋକ ସଭାରେ ଖାତା ଖୋଲିପାରି ନ ଥିଲେ। ଉଲ୍ଲେଖ କରାଯାଇପାରେ ଯେ, ରାଜ୍ୟରେ ଭାଜପା ଏହି ୨୧ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ମହିଳା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଅର୍ଥାତ୍‌ ଏମାନଙ୍କ ପ୍ରତିଶତ ଥିଲା ୧୯.୦୪। ସେହିଭଳି କଂଗ୍ରେସ ୨୦ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ମହିଳାଙ୍କ ସଂଖ୍ୟା ଥିଲା ୩, ଯାହାର ପ୍ରତିଶତ ୧୫। କଂଗ୍ରେସର ମେଣ୍ଟ ଭାବେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌) ଓଡ଼ିଶାରେ ଜଣେ ପ୍ରାର୍ଥୀଙ୍କୁ ଛିଡ଼ା କରାଇଥିଲା। ତେବେ ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସ (ଏଆଇଟିସି/ଟିଏମ୍‌ସି) ୪୨ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୧୨ ଜଣ ମହିଳାଙ୍କୁ ସୁଯୋଗ ଦେଇଥିଲା, ଯାହାର ପ୍ରତିଶତ ହେଉଛି ୨୮.୬। ଏହି ୧୨ ଜଣଙ୍କ ମଧ୍ୟରେ ୧୧ ଜଣ ନିର୍ବାଚନରେ ବିଜୟଲାଭ କରିଥିଲେ।

ବର୍ତ୍ତମାନ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ଦେବା ନେଇ ‘ଘୋ’ ଚାଲିଛି। ଜେଏମ୍‌ଏମ୍‌ ୬ ପ୍ରାର୍ଥୀ ଦେଇଥିବାବେଳେ ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିଲେ, ଯାହା ୩୩.୩୩%। ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ୫ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ମହିଳା ପ୍ରାର୍ଥୀ ଥିଲେ। ଏମାନଙ୍କ ପ୍ରତିନିଧିତ୍ୱ ୪୦ ପ୍ରତିଶତ ଥିଲା। ସଂଯୁକ୍ତ ଜନତାଦଳ(ଜେଡିୟୁ) ୧୬ ପ୍ରାର୍ଥୀ ଦେଇଥିବା ବେଳେ ୨ ଜଣ ମହିଳା ଥିଲେ, ଯାହା ୧୨.୫ % ଥିଲା। ସମାଜବାଦୀ ପାର୍ଟି (ଏସ୍‌ପି)ର ୭୧ ସମୁଦାୟ ପ୍ରାର୍ଥୀଙ୍କ ମଧ୍ୟରୁ ମହିଳା ପ୍ରାର୍ଥୀ ଥିଲେ ୧୪, ଯାହାର ପ୍ରତିଶତ ହେଉଛି ପ୍ରାୟ ୨୦। ଡିଏମ୍‌କେ ୨୨ ଜଣଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ଟିକେଟ ଦେଇଥିବା ବେଳେ ସେଥିମଧ୍ୟରେ ୩ ଜଣ ଥିଲେ ମହିଳା(୧୩.୬୩%)।

ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ମୋଟ ୨୩ ପ୍ରାର୍ଥୀଙ୍କ ମଧ୍ୟରୁ ୬ ମହିଳାଙ୍କୁ ଟିକେଟ ଦେଇଥିଲା, ଯାହା ୨୬%। ସବୁଠାରୁ କୌତୂହଳ କଥା ଯେ, ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଗୁଜରାଟରେ ୨୨ ଜଣ ପ୍ରାର୍ଥୀ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ହେଲେ ମହିଳା ପ୍ରାର୍ଥୀ ନ ଥିବା ଜଣାପଡ଼ିଛି।
ନିର୍ବାଚନ କମିଶନଙ୍କ ସୂତ୍ରରୁ ଦର୍ଶାଯାଇଛି ଯେ, ୨୦୨୪ ମହିଳା ପ୍ରାର୍ଥୀ ଭରିଥିବା ଦଳଗୁଡ଼ିକ ମଧ୍ୟରେ ‘ନାମ୍‌ ତାମିଲାର କାଟ୍‌ଚି’ ୫୦%, ଏଲ୍‌ଜେପି (ରାମ୍‌ବିଳାସ) ୪୦%, ବିଜେଡି ଓ ଜେଏମ୍‌ଏମ୍‌ ୩୩% ଲେଖାଏ, ଆର୍‌ଜେଡି ୨୬%, ଟିଏମ୍‌ସି ୨୮.୫୭% ଓ ଏସ୍‌ପି ୨୦ ପ୍ରତିଶତ ପାର୍ଟି ଭିତରେ ଲିଙ୍ଗଗତ ପ୍ରତିନିଧିତ୍ୱ କରିଥିଲେ।
୨୦୨୪ ଲୋକ ସଭା ନିର୍ବାଚନ ସହିତ ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ମହିଳାଙ୍କ ପ୍ରତିନିଧିତ୍ୱ ଦେଖିଲେ ବିଜେଡି ୩୩ ଜଣ ମହିଳାଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୁଯୋଗ ଦେଇଥିଲା, ଯାହାର ପ୍ରତିଶତ ଦେଖିଲେ ଥିଲା ୨୨.୪୪। ସେହିପରି ଭାଜପା ୧୨(୮.୧୬%) ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ୨୦ (୧୩.୬୦%) ଜଣ ମହିଳାଙ୍କୁ ଟିକେଟ ଦେଇଥିଲା। ଲୋକ ସଭା ଭଳି ରାଜ୍ୟ ବିଧାନସଭାରେ ଆଞ୍ଚଳିକ ଦଳ ବିଜେଡି ଜାତୀୟ ଦଳ ଭାଜପା ଓ କଂଗ୍ରେସଠାରୁ ଆଗରେ ରହିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?