ଘରୁ ବାହାରି ଆସିଥିଲେ ପୁଅ ରାସ୍ତାରେ ଜଗି ବସିଥିଲା ମୃତ୍ୟୁ: ବାହୁନି ବାହୁନି କାନ୍ଦୁଛି ମା’

ଦିଗପହଣ୍ଡି,୧୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଶ୍ରୀ ଶନିଶ୍ଚର ମନ୍ଦିର ନିକଟ ମୁଖ୍ୟରାସ୍ତାରେ ରବିବାର ଦୁର୍ଘଟଣା ଘଟିଛି। ସକାଳେ ବୀଣାପାଣି ନାମକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଡି. ରୋହିତ ଦୋରା(୩୫)। ରୋହିତ ଏକ ଟିଭିଏସ ଏକ୍ସଲ ମୋପେଡରେ ଗାଁରୁ ଗୋକର୍ଣ୍ଣପୁର ଯାଉଥିବା ବେଳେ ବି. ତୁରୁବୁଡ଼ି ଗ୍ରାମରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସଟି ଦୃତଗତିରେ ତାଙ୍କୁ ପଛପଟୁ ଧକ୍କା ଦେଇ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ରୋହିତଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ବହୁ ସଂଖ୍ୟକ ଗ୍ରାମବାସୀ ଓ ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚି ବସଟିକୁ ଅଟକ ରଖିଥିଲେ। ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଦିଗପହଣ୍ଡି ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ପୋଲିସ ଯାତ୍ରୀବାହୀ ବସ ଏବଂ ମୋପେଡକୁ ଜବତ କରି ତଦନ୍ତ ଚଳାଇଛିି। ବସ୍‌ ଚାଳକ ଫେରାର ହୋଇଯାଇଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିରାଟଙ୍କୁ ଭଲ ଲାଗିଲାନି ଦର୍ଶକଙ୍କ ଏପରି ବ୍ୟବହାର, ଧୋନୀଙ୍କ ସହ ମଧ୍ୟ ହୋଇଥିଲା

ଭଦୋଦରା,୧୧।୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତ ବିଜୟୀ ଇନିଂସ ଖେଳି ମଧ୍ୟ ଖୁସି ନାହାନ୍ତି ବିରାଟ କୋହଲି। ପଡ଼ିଆରେ ଦର୍ଶକଙ୍କ ଆଚରଣକୁ ନେଇ...

ଜମ୍ମୁ-କଶ୍ମୀର ସୀମାରେ ମାଡ଼ିଆସିଲା ପାକିସ୍ତାନୀ ଡ୍ରୋନ୍: ହାଇଆଲର୍ଟରେ ଭାରତୀୟ ସେନା

ନୂଆଦିଲ୍ଲୀ,୧୧।୧: ଜମ୍ମୁ-କଶ୍ମୀରର ସୀମାନ୍ତ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଏକାଧିକ ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ ଦେଖାଯାଇଛି। ଏହାପରେ ଭାରତୀୟ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।...

୭ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା

ଗଜପତି(ଗିରିଧାରୀ ପରିଛା)୧୧।୧: ଗଜପତି ଜିଲା ସେରଙ୍ଗ ଥାନା ଅଧୀନ ନାମନଗଡ଼ ଗ୍ରାମରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିବାହର ୯ ମାସ ହୋଇଥିବା...

ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରି ପ୍ରଥମ ଦିନିକିଆ ଜିତିଲା ଭାରତ

ଭଦୋଦରା,୧୧।୧: ବିରାଟ କୋହଲିଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ଭଦୋଦରାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ...

କଟକରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା

କଟକ,୧୧ା୧(କାର୍ତ୍ତିକ ସାହୁ): ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିବା ଭଳି ସଙ୍ଗୀନ ଅପରାଧିକ ଘଟଣା ବାଦାମବାଡ଼ି ଥାନା ଅଞ୍ଚଳରେ ଘଟିଛି। କାଠଯୋଡ଼ି ରିଂବନ୍ଧ ପାର୍ଶ୍ୱ...

ବସ ଧକ୍କାରେ ଯୁବକଙ୍କ ମୃତ୍ୟୁ; ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

ଦିଗପହଣ୍ଡି,୧୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋକର୍ଣ୍ଣପୁର-ବଡଡୁମ୍ବୁଳା ରାସ୍ତାର ଶନିଶ୍ଚର ମନ୍ଦିର ନିକଟରେ ‘ବୀଣାପାଣି’ ନାମକ...

କେସିଙ୍ଗା ପୋଲିସକୁ ବଡ଼ ସଫଳତା, ୧୦ କେଜି ଗଞ୍ଜେଇ ସହ ୫ ଆନ୍ତଃରାଜ୍ୟ ଚୋରା ଚାଲାଣକାରୀ ଗିରଫ

କେସିଙ୍ଗା,୧୧/୧(ତୁମେଶ୍ୱର ସାହୁ):  କଳାହାଣ୍ଡି ଜିଲାର କେସିଙ୍ଗା ପୋଲିସକୁ ବଡ଼ ସଫଳତା ମିଳିଛି । ବିଶେଷ ସୂତ୍ରରୁ ଖବର ପାଇ କେସିଙ୍ଗା ପୋଲିସ ସ୍ଥାନୀୟ ରେଳ ଷ୍ଟେସନରୁ...

ଘର ସମ୍ମୁଖରୁ ପିକ୍‌ଅପ୍‌ ଗାଡ଼ି ଚୋରି

ବଡ଼ଗାଁ,୧୧ା୧(ଅଶୋକ ଷଢ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁର ଯୁବ ବ୍ୟବସାୟୀ ଅମିତ ଅଗ୍ରୱାଲଙ୍କ ଘର ସମ୍ମୁଖରୁ ତାଙ୍କ ପିକଅପ ଗାଡି ଓଡି ୨୬ ଏ ୧୪୭୫କୁ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri